ରାଜଧାନୀ ସିଗ୍‌ନାଲ୍‌ ଫେଲ୍‌

ରାଜଧାନୀ ସିଗ୍‌ନାଲ୍‌ ଫେଲ୍‌…

ରାଜଧାନୀ ଭୁବନେଶ୍ବର ସ୍ମାର୍ଟ ରୂପ ଦେବାକୁ ଯେଉଁ ସବୁ ବ୍ୟବସ୍ଥା ତଥା ଭିତ୍ତିଭୂମି ପ୍ରସ୍ତୁତ ହୋଇଥିଲା, ତାହା ଉଜୁଡ଼ିବାରେ ଲାଗିଲାଣି। ଏହାର ଜ୍ବଳନ୍ତ ଉଦାହରଣ ରାଜଧାନୀର ଟ୍ରାଫିକ୍ ବ୍ୟବସ୍ଥା।

ଭୁବନେଶ୍ୱର ୨୬-୧୦-୨୦୨୫(ବି.ଏନ .ଓ ) :  ରାଜଧାନୀ ଭୁବନେଶ୍ବର ସ୍ମାର୍ଟ ରୂପ ଦେବାକୁ ଯେଉଁ ସବୁ ବ୍ୟବସ୍ଥା ତଥା ଭିତ୍ତିଭୂମି ପ୍ରସ୍ତୁତ ହୋଇଥିଲା, ତାହା ଉଜୁଡ଼ିବାରେ ଲାଗିଲାଣି। ଏହାର ଜ୍ବଳନ୍ତ ଉଦାହରଣ ରାଜଧାନୀର ଟ୍ରାଫିକ୍ ବ୍ୟବସ୍ଥା। ସ୍ମାର୍ଟସିଟି ମାନ୍ୟତା ପାଇବା ପରେ ସ୍ବୟଂଚାଳିତ ଟ୍ରାଫିକ୍ ବ୍ୟବସ୍ଥା ରାଜଧାନୀର ପ୍ରଥମ ସ୍ମାର୍ଟ ପ୍ରକଳ୍ପ। କିନ୍ତୁ ଏହି ପ୍ରକଳ୍ପ ଅଚଳ ହୋଇଗଲାଣି। ଏଣୁ ସ୍ବୟଂଚାଳିତ ଏହି ବ୍ୟବସ୍ଥା ଏବେ ମାନବଚାଳିତ ହୋଇଗଲାଣି। ସବୁଜ, ନାଲି ରଙ୍ଗ ଲାଇଟ୍ ଧରି ଟ୍ରାଫିକ୍ ପୁଲିସମାନେ ଟ୍ରାଫିକ୍ ସିଗ୍ନାଲ୍ ଦେଉଛନ୍ତି ଓ ଟ୍ରାଫିକ୍ ନିୟନ୍ତ୍ରଣ କରୁଛନ୍ତି।  ୨୦୧୬ ମସିହାରେ ଭୁବନେଶ୍ବର ସ୍ମାର୍ଟ ସହରର ମାନ୍ୟତା ପାଇଥିଲା। ସେହି ଅନୁସାରେ ସ୍ମାର୍ଟ ସିଟି ମିସନ୍ କାର୍ଯ୍ୟକ୍ରମରେ ରାଜଧାନୀ ବିକାଶର ପରିକଳ୍ପନା କରାଗଲା। ଏହି ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ସ୍ବତନ୍ତ୍ର ଭାବେ ୨୦୧୬ ଫେବ୍ରୁଆରି ୨୩ରେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ଗଠନ କରାଗଲା। ଯାହାର ପରିଚାଳନା ନିର୍ଦ୍ଦେଶକ ଜଣେ ବରିଷ୍ଠ ଆଇଏଏସ୍‌ହେଲେ। ବିଡିଏ ଉପାଧ୍ୟକ୍ଷଙ୍କୁ ସ୍ଥାୟୀ ପରିଚାଳନା ନିର୍ଦ୍ଦେଶକ ନିଯୁକ୍ତ କରାଗଲା। ଏଥିସହ ବହୁ ଓଏଏସ୍, ଓଏଫ୍ଏସ୍‌ଙ୍କୁ ବି ସ୍ବତନ୍ତ୍ର ଭାବେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ର ଗୁରୁଦାୟିତ୍ବ ବଣ୍ଟନ ହେଲା। ସହରର ବିକାଶର ନୋଡାଲ୍‌ଏଜେନ୍ସି ଭାବେ ସ୍ମାର୍ଟ ସିଟି ଲିମିଟେଡ୍‌କାମ କଲା। ସେତେବେଳେ ସ୍ମାର୍ଟ ସିଟିର ପ୍ରଥମ ପ୍ରକଳ୍ପ ଥିଲା, ରାଜଧାନୀର ସବୁ ଟ୍ରାଫିକ୍‌ପୋଷ୍ଟକୁ ଅତ୍ୟାଧୁନିକ ରୂପ ଦେବା। ଏଣୁ ବାହାର କମ୍ପାନିଙ୍କୁ ଆଣି ଟ୍ରାଫିକ୍‌ପୋଷ୍ଟକୁ ସ୍ବୟଂଚାଳିତ କରାଗଲା। ଆଉ ଟ୍ରାଫିକ୍‌ପୁଲିସଙ୍କୁ ଲୋକଙ୍କୁ ଅଟକାଇବାକୁ ପଡ଼ିଲାନି କି ଘଣ୍ଟା ଘଣ୍ଟା ଖରାରେ ଛିଡ଼ା ହେବାକୁ ପଡ଼ିଲାନି। କୁହାଗଲା, ଏହା ମାନବସମ୍ବଳ ଭାର ବି କମାଇଲା। କିନ୍ତୁ କେଇ ବର୍ଷର ବ୍ୟବଧାନରେ ଏହି ସ୍ମାର୍ଟ ଟ୍ରାଫିକ୍‌ପୋଷ୍ଟ ସବୁ ଅଚଳ ହୋଇଗଲାଣି। କଳ୍ପନା ଛକ, ରାଜମହଲ ଛକ, ଜାଗମରା ଛକ, ବାଣୀବିହାର ଛକ, ଜୟଦେବବିହାର ଛକ, ରବି ଟକିଜ୍ ଛକ ଆଦି ପ୍ରମୁଖ ଛକରେ ଏବେ ସ୍ବୟଂଚାଳିତ ଟ୍ରାଫିକ୍‌ପୋଷ୍ଟ ସବୁ କାମ କରୁ ନଥିବାରୁ ଟ୍ରାଫିକ୍‌ପୁଲିସମାନଙ୍କୁ ଲାଲ୍‌, ସବୁଜ ଲାଇଟ୍‌ଧରି ଠିଆକରି ଦିଆଯାଇଛି। ରାତିରେ ଏହି ଲାଇଟ୍‌ଦେଖାଯାଉଛି, କିନ୍ତୁ ଦିନରେ ଏହି ଲାଇଟ୍ ଦେଖାଯାଉ ନଥିବାରୁ ଲୋକେ ବି ଟ୍ରାଫିକ୍‌ନିୟନ୍ତ୍ରଣକୁ ନେଇ ଦ୍ବନ୍ଦ୍ବରେ ପଡ଼ୁଛନ୍ତି। ପୂର୍ବଭଳି ଏବେ ଅନେକ ଟ୍ରାଫିକ୍‌ପୋଷ୍ଟରେ ଟ୍ରାଫିକ୍‌ପୁଲିସ ଠିଆ ହୋଇ ହାତରେ ଟ୍ରାଫିକ୍‌ନିୟନ୍ତ୍ରଣ କରୁଛନ୍ତି। 

ସେପଟେ ପୂର୍ବରୁ ଟ୍ରାଫିକ୍ ପୋଷ୍ଟରେ କେଉଁ ପାର୍ଶ୍ବ ଟ୍ରାଫିକ୍‌କେତେ ସମୟରେ ଛାଡ଼ିବ ସମୟ ଉଲ୍ଲେଖ କରାଯାଉଥିଲା। କିନ୍ତୁ ଏବେ ଆଉ କୌଣସି ଟ୍ରାଫିକ୍‌ପୋଷ୍ଟରେ ଅପେକ୍ଷା ସମୟ ଉଲ୍ଲେଖ କରାଯାଉନି। କେଉଁ ପାର୍ଶ୍ବ ଟ୍ରାଫିକ୍‌କେତେ ସମୟରେ ଛାଡ଼ିବ ଲୋକେ ଜାଣି ପାରୁନାହାନ୍ତି। ଏଣୁ ଲୋକେ ବିଭ୍ରାନ୍ତିରେ ପଡ଼ି ଟ୍ରାଫିକ୍‌ପୋଷ୍ଟ ଆଡ଼କୁ ମାଡ଼ି ଯାଉଛନ୍ତି। ଫଳରେ ଟ୍ରାଫିକ୍‌ସମସ୍ୟା ସୃଷ୍ଟି ହେଉଛି ଏବଂ ଅଯଥା ଲୋକଙ୍କୁ ପେଟ୍ରୋଲ୍‌ପୋଡ଼ିବାକୁ ବାଧ୍ୟ କରାଯାଉଛି। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଭୁଲ୍‌ପାଇଁ ଅନେକ ସମୟରେ ଚାଳକଙ୍କୁ ତଣ୍ଡ ଗଣିବାକୁ ପଡ଼ୁଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *