ରବୀନ୍ଦ୍ର ମଣ୍ଡପ ପରିସରରେ ଶରତ ସଂଧ୍ୟା

Bhubaneswar,23/4/(Knews): ରବୀନ୍ଦ୍ର ମଣ୍ଡପ ପରିସରରେ ଶରତ ସଂଧ୍ୟା ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଥା, କବିତା, ସଂଗୀତ, ନୃତ୍ୟ ଓ ଚିତ୍ରର  ସମାରୋହ ଉନ୍ମୋଚିତ ହେଲା କବି ଶରତ କୁମାର ଦାଶଙ୍କ ନବମ କବିତା ସଂକଳନ ତଥା ସଂଗୀତ ଆଲବମ୍ ‘ଅଭିସାର’ଓ ସ୍ମୃତିକଥା ସଂକଳନ ‘ କାହାଣୀ ସରିନାହିଁ’  ଉନ୍ମୋଚିତ ହୋଇଥିଲା । ଶ୍ରୀ ଦାଶଙ୍କ ସଦ୍ୟତମ ସଂକଳନ ‘ଅଭିସାର’ର ୧୦ଟି ନିର୍ବାଚିତ କବିତାକୁ ସଂଗୀତ ରୂପ ଦେଇ ‘ ଅଭିସାର’ ଆଲବମ୍‌ ପ୍ରସ୍ତୁତ କରିଛନ୍ତି ପ୍ରେମ୍ ଆନନ୍ଦ। ଏଥିରେ ରାଜ୍ୟର ଆଗଧାଡ଼ିର କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ, ହ୍ୟୁମାନ ସାଗର, ସବିଶେଷ ମିଶ୍ର, ଦେବକୃପା ମିଶ୍ର, ଆଶୁତୋଷ ମହାନ୍ତି, ବିଶୁମୋହନ କବି, ଲୋପାମୁଦ୍ରା ଦାଶ, ସତ୍ୟଜିତ ପ୍ରଧାନ, ଅନନ୍ୟା ଶ୍ରୀତମ ନନ୍ଦ, ଅଳକା ଓ ଶଶାଙ୍କ ଶେଖର ପ୍ରମୁଖ କଣ୍ଠଦାନ କରିଥିଲେ । ସେହିପରି ରାଜ୍ୟର ଜଣାଶୁଣା ମହିଳାଙ୍କୁ ନେଇ ପାରମ୍ପରିକ ଶାଢୀରେ ରାମ୍ପ ସୋ କରାଯାଇଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *