ରଣବୀର କପୁର ଓ ଆଲିଆ ଭଟ୍ଟଙ୍କୁ ନେଇ ରୁଙ୍ଗଟା ଷ୍ଟିଲ୍ ଟିଏମ୍‌ଟି ବାର୍‌ର ନୂଆ ଟିିଭି ବିଜ୍ଞାପନ

ଭୁବନେଶ୍ୱର: ରୁଙ୍ଗଟା ଷ୍ଟିଲ୍ ଟିଏମ୍‌ଟି ବାର୍ ବ୍ରାଣ୍ଡ୍ ନାମରେ ଉତ୍ପାଦ ପ୍ରସ୍ତୁତ କରୁଥିବା ଅଗ୍ରଣୀ ଇସ୍ପାତ କଂପାନି ରୁଙ୍ଗଟା ମାଇନ୍ସ
ଲିମିଟେଡ୍ ପକ୍ଷରୁ ବଲିଉଡ୍‌ର ଚର୍ଚ୍ଚିତ ଦମ୍ପତି ରଣବୀର କପୁର ଓ ଆଲିଆ ଭଟ୍ଟଙ୍କୁ ନେଇ ନୂଆ ଟିଭି ବିଜ୍ଞାପନ ପ୍ରସ୍ତୁତ କରାଯାଇଛି ।
ଏହି ବିଜ୍ଞାପନରେ ନିଜ ଲିଭିଂ ରୁମ୍‌ରେ ବସି ରଣବୀର ଓ ଆଲିଆ ନିଜ ନୂଆ ଘର ବିଷୟରେ ଆଲୋଚନା କରୁଥିବାର ଦେଖିବାକୁ ମିଳିବ । ଉନ୍ନତ ପ୍ରଯୁକ୍ତି ଓ ଇଞ୍ଜିନିୟରିଂର ଗ୍ୟାରେଂଟି ସହ କିଭଳି ରୁଙ୍ଗଟା ଷ୍ଟିଲ୍‌ ଟିଏମ୍‌ଟି ତିଆରି ହେଉଛି ତାହା ଆଲିଆଙ୍କୁ ରଣବୀର କହୁଛନ୍ତି । ସୁଦୃଢ଼ ଏବଂ ଝଟ୍‌କା ନିରୋଧୀ ହୋଇଥିବାରୁ ସେମାନଙ୍କ ନୂଆ ଘରର ମୂଳଦୁଆ ସ୍ଥାପନ ହୋଇଥିବା ସେ ଜଣାଉଛନ୍ତି ।
ଏହି ଟିଭି ବିଜ୍ଞାପନ ସମ୍ପର୍କରେ ରୁଙ୍ଗଟା ମାଇନ୍‌ସ ଲିମିଟେଡ୍‌ର ପ୍ରବକ୍ତା କହିଛନ୍ତି ଯେ, “ନିଜ ମୂଳଦୁଆ ସହ ଠିକ୍ ଭାବେ ଖାପଖାଉଥିବାରୁ ରଣବୀର ଓ ଆଲିଆଙ୍କ ସହ କାର୍ଯ୍ୟ କରି ଆମେ ଅତ୍ୟନ୍ତ ଆନନ୍ଦିତ । ଆମେ ଆମର ଇସ୍ପାତ ଉତ୍ପାଦନ କ୍ଷମତାକୁ ବଢ଼ାଇବାକୁ ଲକ୍ଷ୍ୟ ରଖିଛୁ ଏବଂ ଅଶା କରୁଛୁ ଯେ ଆମର ଏହି ନୂଆ ଅଭିଯାନ ତାହା କରିବାରେ ସହାୟକ ହେବ । ଆମର
ସମ୍ପ୍ରସାରଣ ଯୋଜନା ଉପରେ ସର୍ବାଧିକ ପ୍ରଭାବ ପକାଇବା ଏବଂ ବିକ୍ରିକୁ ଆହୁରି ସୁଦୃଢ଼ କରିବା ଲାଗି ଆମର ଚ୍ୟାନେଲ ପାର୍ଟନରମାନଙ୍କ ସହଯୋଗ ଲୋଡ଼ୁଛୁ । ଆମର ଏହି ଉଦ୍ୟମକୁ ସହଯୋଗ କରିବା ପାଇଁ ନୂଆ ବଜାରରେ ଆମର ପରିସୀମାକୁ ବ୍ୟାପକ କରିବା ଲାଗି ରୁଙ୍ଗଟା ଷ୍ଟିଲ୍ ୩୬୦ ଡିଗ୍ରି ବ୍ରାଣ୍ଡିଂ ଅଭିଯାନ ବିକାଶ କରିଛି ।’’ ରୁଙ୍ଗଟା ଷ୍ଟିଲ୍ ଟିଏମ୍‌ଟିଗୁଡ଼ିକରେ ନିରନ୍ତର ମାନ, ସହନଶୀଳତା ରହିଛି ଯାହା ଗୁଣାତ୍ମକ ମାନ ଓ ସ୍ଥିରତାର ଗ୍ୟାରେଂଟି ପ୍ରଦାନ କରୁଛି । ଏହି ଇସ୍ପାତ ବାର୍‌ଗୁଡ଼ିକ ସ୍ଥିରତା, ଦୀର୍ଘସ୍ଥାୟିତ୍ୱ ଓ ତ୍ରୁଟିବିହୀନ କାର୍ଯ୍ୟଦକ୍ଷତା ଭଳି କଠୋର ଗୁଣାତ୍ମକ ମାନ ଦେଇ ଗତି କରୁଛି । ଆଇଏସ୍‌ଓ ଏବଂ ଓଏଚ୍‌ଏସ୍‌ଏଏସ୍ ସାର୍ଟିଫିକେସନ୍ ସହ ନିର୍ମାଣ ଶିଳ୍ପର ଚାହିଦାକୁ କଂପାନି ପୂରଣ କରୁଥିବା ବେଳେ ଭାରତର ବିଭିନ୍ନ ସରକାରୀ ଓ ଘରୋଇ ପ୍ରକଳ୍ପରେ ତାହାକୁ ବ୍ୟବହାର କରାଯାଉଛି । ସେହି ସୁବିଧା ସୁଯୋଗଗୁଡ଼ିକୁ ନୂଆ ଟିଭି ବିଜ୍ଞାପନରେ ପ୍ରଦର୍ଶିତ କରାଯିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *