ମୋ ଜୀବନ ; ମୋ ପସନ୍ଦ

 
——-
1) ଅଲଗା ମୁବି ବି ଦେଖେ କିନ୍ତୁ ମୋତେ କ୍ରାଇମ ଆଣ୍ଡ ଥ୍ରୀଲ ମୁବି ଭଲ ଲାଗେ ଦେଖିବାକୁ ।
* ଉକ୍ତ କଥା ରେ ପୋଲିସ ଚାକିରୀ କରୁଥିବା ମୋର ଜଣେ ବନ୍ଧୁ ମୋତେ ନେଇ ନିଜ ମତାମତ ଦେଲେ “କ୍ରାଇମ ମୁବି ଦେଖୁଛୁ ! ନିଶ୍ଚୟ ଉତ୍ପାତ ମାନସିକତା ତୋର ।
2) ମୁଁ ସବୁ ମିଠା ଖାଏ ତଥାପି ମୋତେ ନଡ଼ିଆ ବରଫି ଭଲ ଲାଗେ ।
* ଉକ୍ତ କଥା ରେ ମୋର ଜଣେ ସିନିଅର ମୋତେ ନେଇ ଟିପ୍ପଣୀ କରନ୍ତି ଯେ ” ପ୍ରଣୟ ଆମର ଦେଶୀ ପିଲା , ଯୁଗ ଯାଇ ପିସ୍ତା ରେ ପହଂଚିଲାଣି । କିନ୍ତୁ ପ୍ରଣୟ ନଡ଼ିଆ ରୁ ବାହାରି ନାହିଁ ।”
3) ସାଧାରଣ ଭାବେ ଲେଖିବା ବେଳେ ମୋତେ ତିନି ଟଙ୍କିଆ use & through pen ଭଲ ଲାଗେ ,କିନ୍ତୁ signature ପାଇଁ ରୋଲର ବଲ ମୋର ପ୍ରିୟ ।
* ଏଇ ଅଭ୍ୟାସ ପାଇଁ ମୋତେ ମୋର ଶିକ୍ଷକ ଜଣେ କହିଲେ ଯେ ଏହା କାଳେ ମୋର ହିପକ୍ରେସି ଓ ଶସ୍ତା ଦେଖାଣିଆ
ଗର୍ବ ।
ଏମିତି ଅନେକ ମତାମତ ମୋ ବନ୍ଧୁ ମାନେ ମୋ ବିଷୟ ରେ ଦିଅନ୍ତି । କିନ୍ତୁ ମୋତେ ହସ ମାଡ଼େ । ମୋତେ ଏହା ଲାଗେନା ଯେ ସବୁ କଥା ରେ କୌଣସି ଏକ ଆଦର୍ଶ ମୟ କାରଣ ଥିବ ବୋଲି , କିମ୍ବା ସବୁ କଥା କୁ ଗୋଟେ ଆଦର୍ଶ ମୟ/ ସାମାଜିକ/ ତ୍ୟାଗ/ଦୟା ଆଦି ମାପଦଣ୍ଡ ରେ ମପା ଯିବା ଉଚିତ ବୋଲି । ଅନେକ କଥା ନିଜ ସ୍ଵଭାବ ତଥା ସ୍ୱତନ୍ତ୍ରତା ର ପସନ୍ଦ କିମ୍ବା ସ୍ୱାଧୀନତା କିମ୍ବା ସ୍ୱାଦ ବି ହେଇ ପାରେ ।
ଏମିତି ମୋର ଅନେକ ପସନ୍ଦ ଅଛି ଯାହା କେବଳ ମୋ ପାଇଁ, ମୋ ପର୍ଯ୍ୟନ୍ତ ହିଁ ଉଦିଷ୍ଟ । ଯେମିତି ମୋର ଇଚ୍ଛା ଯେ ଏସ.ଟି , ଏସ.ସି , ବ୍ରାହ୍ମଣ କିମ୍ବା ଅନ୍ୟ କୌଣସି ଅଣହିନ୍ଦୁ ଝିଅ ସହ ମୁଁ ବିବାହ କରିବି ନାହିଁ । ଏଇ କଥା କୁ କିଏ କେମିତି ଭାବୁଛି ମୋର ଢୋ । ଦ୍ଵିତୀୟ ରେ ଯଦି କିଏ କିଛି ଭାବୁଛି ତେବେ ସବୁ ନେତା ଓ ତାଙ୍କ ଦଳ ତଥା ଅନ୍ୟାନ୍ୟ ମହାନ ଆଦର୍ଶ ମୟ ଦଳ ମାନଙ୍କୁ ଯଥା ସମାଜ ସେବୀ, ରାଜନୈତିକ ଦଳ, ନାରୀ ବାଦୀ , ହେତୁ ବାଦୀ , ଆର୍ଯ୍ୟ ସାମଜ ଵାଲା, ବୈଦିକ ସମାଜ ଵାଲା, ହିନ୍ଦୁତ୍ୱ ବାଦୀ, ଦଳିତ ଗୋଷ୍ଠୀ , ଆଧୁନିକ ସମାଜ ଇତ୍ୟାଦି ଙ୍କୁ ଶାନ୍ତ କରିବାକୁ ମୁଁ ଠିକା ନେଇ ନାହିଁ ।
ସୁତରାଂ ଯେଉଁ ମାନେ ଭାଷଣ ଦେଉଛନ୍ତି ସେମାନେ ପ୍ରଥମେ ଆଉ କାହାର ପସନ୍ଦ, ନାପସନ୍ଦ, ଇଛା, ଅନିଚ୍ଛା , ଅଧିକାର, ସ୍ୱତନ୍ତ୍ରତା ଓ ସ୍ୱାଧୀନତା କୁ ଅନ୍ତତଃ ମାପିବା ବନ୍ଦ କରନ୍ତୁ ।
ଦିନେ ରାସ୍ତା କଡ଼ ରେ କିଏ ସ୍ୱାମୀ ସ୍ତ୍ରୀ ଝଗଡା ଲାଗିବାରୁ ଜଣେ କିଏ ବନବାସ ଯାଇଥିଲା , ଆଜି ଠିକ ଏହାର ଓଲଟା ନହେଉ ।
ବି.ଦ୍ର; ଧନ ମଣି ମୋ ପସନ୍ଦ ର କୌଣସି ଅନ୍ୟର୍ଥ ଉତ୍ତର କିମ୍ବା ମୋ ସ୍ୱାଧୀନତା ବିରୁଦ୍ଧରେ କୌଣସି ପ୍ରଶ୍ନ ଆଦୌ ଗ୍ରହଣୀୟ ନୁହେ । କାରଣ ଏଇୟା ଯେ ଏହାର କାରଣ ଏକଦମ ସରଳ । ସରଳ ମାନେ ମୋ ପାଖରେ ଗୋଟେ ତାଲା ଅଛି ଓ ସେ ତାଲା ପାଇଁ କେଉଁ ଚାବି ଉଦିଷ୍ଟ ତାହା ମୋତେ ଜଣା ଅଛି । ଚାବି ଟି ଖାପ ନଖାଇବା ହିଁ ଜାତି,ଧର୍ମ,ବର୍ଣ୍ଣ, ସ୍ଥିତି,ଆଦର୍ଶ ନିର୍ବିଶେଷ ରେ ସର୍ବ ଶ୍ରେଷ୍ଠ କାରଣ ।
ରାସ୍ତା କଡ଼ ରେ କାହାକୁ ଖାଇବାକୁ ଦେଲା ବେଳେ ତାର ଫୋଟ ଉଠେଇ ମୋତେ ସମାଜ ସେବା କରିବାରେ ନାହିଁ ।
କିମ୍ବା କାହାକୁ ସାନିଟାରୀ ପ୍ୟାଡ଼ ଦେବା ବେଳ ର ଫୋଟ fb ରେ ଦେଇ ମୋତେ ନାରୀ ସଶକ୍ତିକରଣ ଓ ଉନ୍ନତିକରଣ ର ପ୍ରେରଣା ଯୋଗାଇ ବାର ନାହିଁ ।
ଯେଉଁଠି ଜିସସ, ସେକ୍ରେଟିସ ଓ ମୀରା ଙ୍କୁ ହତ୍ୟା କରାଗଲା ସେଠି **** ଭାସି ଯାଉ ।
By Pranya Sudha
Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *