ମୋ କଲେଜ ଅଭିଯାନ ସାଇବର ସିକ୍ୟୁରିଟି ୱେବିନରରେ ସଚେତନ ହେଲେ ଦଶ ହଜାର ଛାତ୍ରଛାତ୍ରୀ

ମୋ କଲେଜ ଅଭିଯାନ ସାଇବର ସିକ୍ୟୁରିଟି ୱେବିନରରେ ସଚେତନ ହେଲେ ଦଶ ହଜାର ଛାତ୍ରଛାତ୍ରୀ |

ଭୁବନେଶ୍ୱର/୫/୦୮/୨୦୨୩, BREAKING NEWS ODIA (report by bijay kumar panda0):ରାଜ୍ୟ ସରକାରଙ୍କ ମୋ କଲେଜ ଅଭିଯାନ ର ପ୍ରୟାସ ଦ୍ବାରା ଆଜି ସାଇବର ସିକ୍ୟୁରିଟି ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମଟିକୁ ମୋ କଲେଜ ଅଧ୍ୟକ୍ଷ ଶ୍ରୀ ଆକାଶ ଦIସନାୟକ ଆନୁଷ୍ଠାନିକ ଭାବରେ ଉଦଘାଟିତ କରି ସାମ୍ପ୍ରତିକ ସମାଜରେ ସାଇବର ସିକ୍ୟୁରିଟି ର ଉପାଦେୟତା ଓ ଆବଶ୍ୟକତାସମ୍ପର୍କରେ ଆଲୋକପାତ କରିଥିଲେ | ଏହି କାର୍ଯ୍ୟକ୍ରମରେ ଅନ୍ୟତମ ବକ୍ତା ଭାବରେ ସାଇବର ସିକ୍ୟୁରିଟି ସ୍ପେସିଆଲିଷ୍ଟ ଶ୍ରୀ ପ୍ରଶାନ୍ତ କୁମାର ସାହୁ ଓ ଶ୍ରୀ ଲିଙ୍ଗରାଜ ସେଠି ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମରେ ଜୁମ୍ , ଫେସବୁକ୍ ଓ ୟୁଟ୍ୟୁବ ମାଧ୍ୟମରେ୨୫୦ ଟି କଲେଜର ୧୦,୦୦୦ ଛାତ୍ରଛାତ୍ରୀ ,କଲେଜ ଅଧ୍ୟକ୍ଷ ତଥା ପ୍ରାଧ୍ୟାପକ ପ୍ରାଧ୍ୟାପିକା ମାନେ ଯୋଗ ଦେଇଥିଲେ | ନିଜ ବକ୍ତ୍ୟବରେ ଶ୍ରୀ ଦାସନାୟକ କହିଲେ” ଟିକିଏ ଅସାବଧାନତା ଯୋଗୁ ଅନେକ ଜଣ ସାଇବର ଠକାମୀର ଶିକାର ହୋଇ ନିଜର ଧନ, ଜୀବନ ତଥା ସମ୍ମାନର ହାନି କରୁଛନ୍ତି | ତେଣୁ ସମୟର ଆହ୍ୱାନ ହେଉଛି କିପରି ଭାବରେ ଆମେ ସାଇବର ସିକ୍ୟୁରିଟି ବିଷୟରେ ସଚେତନ ହେବା ଏବଂ ଯୁବପିଢ଼ି ତଥା ସମାଜକୁ ନିରାପଦ ରଖିବା | ଏହି ଅନ୍ ଲାଇନ୍ ବେବିନ୍ର ରେ ବହୁ ଛାତ୍ରଛାତ୍ରୀ ମାନେ ସାଇବର ସିକ୍ୟୁରିଟି ସ୍ପେସିଆଲିଷ୍ଟ ଶ୍ରୀ ପ୍ରଶାନ୍ତ କୁମାର ସାହୁ ଓ ଶ୍ରୀ ଲିଙ୍ଗରାଜ ସେଠି ପ୍ରମୁଖଙ୍କୁ ବହୁ ପ୍ରଶ୍ନ ପଚାରିଥିଲେ ଏଂବ ସନ୍ଟୁଷ୍ଟଜନକ ଉତର ମଧ୍ୟ ପାଇଥିଲେ| ନିଜ ବକ୍ତ୍ୟବ୍ୟରେ ଶ୍ରୀ ପ୍ରଶାନ୍ତ ସାହୁ କହିଲେ ଯେ ନିଜର ବିଦେଶ ଭ୍ରମଣ ବା ଛୁଟି କାଟିବା କଥା ସାମାଜିକ ଗଣମାଧ୍ୟମରେ ଜଣଂନ୍ତୁ ନାହିଁ | ଯେତେ ପାରିବେ ନିଜର ବ୍ୟକ୍ତିଗତ କାଗଜପତ୍ର ତଥା ନିଜର ସମ୍ବେଦନଶୀଳ ଫଟୋ ଅପଲୋଡ କରନ୍ତୁ ନାହିଁ | ଛୋଟ ଛୋଟ ସାବଧାନତା ଆପଙ୍କ ବହୁ ଅନ୍ ଲାଇନ୍ ବିପଦରୁ ରକ୍ଷା କରିପାରିବ | ସଚେତନ ହୁଅନ୍ତୁ ତଥା ଅନ୍ ଲାଇନ୍ ମୋହରୁ ନିଜକୁ ରକ୍ଷା କରନ୍ତୁ |ସ୍ମାର୍ଟ୍ ଫୋନ୍ ରେ ନିଜର ଆଧାର,ପାନ କାର୍ଡ, ଡ୍ଡେବିଟ ତଥା କ୍ରେଡିଟ କାର୍ଡ ର ଫୋଟୋ ଉଠେଇ ରଖନ୍ତୁ ନାହିଁ। ସର୍ବସାଧରଣ ସ୍ଥାନ ରେ ମିଳୁ ଥିବା ଫ୍ରୀ ୱାଇଫାଇ ବ୍ୟବହାର କରନ୍ତୁ ନାହିଁ। ଭିଡ଼ିଓ କଲ ରେ କୌଣସି ଅଚିହ୍ନା ବ୍ୟକ୍ତି ସହିତ କଥାବାର୍ତ୍ତା ହୁଅନ୍ତୁ ନାହିଁ | ” ସାଇବର ସିକ୍ୟୁରିଟି ସ୍ପେସିଆଲିଷ୍ଟ ଶ୍ରୀ ଲିଙ୍ଗରାଜ ସେଠି ଛାତ୍ରଛାତ୍ରୀ ମାନଙ୍କର ବହୁ ପ୍ରଶ୍ନର ଉତ୍ତର ଦେଇଥିଲେ ତଥା ସାଇବର ସିକ୍ୟୁରିଟିରେ କିପରି ନିଜର ଜୀବିକା ଗଢି ହେବ ସେ ଦିଗରେ ବିଶେଷ ଦୃଷ୍ଟିପାତ କରିଥିଲେ| ନିଜ ବକ୍ତ୍ୟବରେ ଶ୍ରୀ ସେଠି କହିଲେ ଯେ “ଆଗାମୀ ଦିନରେ ନିଜ ବୈଷୟିକ ସୁରକ୍ଷା ଦିଗରେ ଅଧିକ ଧ୍ୟାନ ଦେବାକୁ ପଡିବ | କୌଣସି ଅଜଣା ଲୀଙ୍କରେ କ୍ଲିକ୍ କରନ୍ତୁ ନାହିଁ , ଅଜଣା ଆପ ଗୁଡିକୁ ଡିଲିଟ କରିଦିଅଁନ୍ତୁ| ନିଜ ସମ୍ବନ୍ଧ ରେ ଥିବା ସମସ୍ତ ନଥିପତ୍ର ଭୁଲବଶତଃ କାହାକୁ ଚାଟ ରେ ପଠାନ୍ତୁ ନାହିଁ ଓ ଫୋଟ ତଳେ ଜାଗାର ନାଁ ଉଲ୍ଲେଖ କରନ୍ତୁ ନାହିଁ |ସାଇବର ସିକ୍ୟୁରିଟି ଟୋଲ ନମ୍ବର ୧୯୩0 ରେ କଲ କରି ସୁରକ୍ଷିତ ରୁହନ୍ତୁ | ସାମାଜିକ ଗଣ ମାଧ୍ୟମ ପ୍ରତି ସଜାଗ ଓ ସତର୍କ ରୁହନ୍ତୁ “| ଶ୍ରୀ ଦାସ ନାୟକ ଆହୁରି କହିଲେ ଯେ ଆଗାମୀ ଦିନରେ ବିଭିନ କଲେଜ ତଥା ବିଶ୍ବବିଦ୍ୟାଳୟ ଗୁଡିକରେ ଏହି ପରି କାର୍ଯ୍ୟକ୍ରମ ଆୟୋଜିତ ହେବ |ମହର୍ଷି ଓମେନ୍ସ କଲେଜର ଶ୍ରଦ୍ଧା ସୁମନ ଖୁଣ୍ଟିଆ,ବିଜେବି କଲେଜର ଶ୍ରାବଣୀ ସାମନ୍ତରାୟ, ମହର୍ଷି ଓମେନ୍ସ କଲେଜର ଜ୍ୟୋତି, ଶୈଳବାଳା ଓମେନ୍ସ ସ୍ଵୟଂଶାସିତ କଲେଜ ର ଭବାନୀ ମହାପାତ୍ର,ବିନାୟକ ଆଚାର୍ଯ୍ୟ କଲେଜର ଶ୍ରୀ ରାଜ ନାହାକ, ମହର୍ଷି ଓମେନ୍ସ କଲେଜର ପୂନମ ସ୍ଵାଇଁ ପ୍ରମୁଖ ୱେବିନାରରେ ବିଭିନ୍ନ ପ୍ରଶ୍ନ ପଚାରି ଥିଲେ। କାର୍ଯ୍ୟକ୍ରମ ଶେଷରେ ମୋ କଲେଜର ଶ୍ରୀମତୀ ଚଇତାଳି ସୋମ ଧନ୍ୟବାଦ ଅର୍ପଣ କରିଥିଲେ|

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *