ମୋଦୀଙ୍କୁ ବାଟ ବତାଇଲେ କେଜ୍ରିୱାଲ୍

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନି । ସବୁ ପ୍ରକାର ଉଦ୍ୟମ କରାଯାଉଛି ବୋଲି ସରକାର କହୁଛନ୍ତି କିନ୍ତୁ ଚିନ୍ତା ବଢ଼ିଚାଲିଛି । ଏଭଳି ସ୍ଥଳେ ଦେଶରେ ଟିକାକରଣକୁ ଆହୁରି ବ୍ୟାପକ କରାଯିବା ଆବଶ୍ୟକ ବୋଲି ବିଭିନ୍ନ ମହଲରୁ ଦାବି ହୋଇଆସୁଛି । ଏହିଭଳି ସନ୍ଧିକ୍ଷଣରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର ଅପରାହ୍ଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୪ଟି ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ କେଜ୍ରିୱାଲ କହିଛନ୍ତି ଯେ, ଦେଶର ରାଜଧାନୀ ଦିଲ୍ଲୀରେ ୧୮-୪୪ ବର୍ଗର ଟିକାକରଣକୁ ସାମୟିକ ଭାବେ ସ୍ଥଗିତ ରଖିବାକୁ ପଡ଼ିବ । କାରଣ ଆବଶ୍ୟକ ତୁଳନାରେ ଆମ ନିକଟରେ ଟିକା ଉପଲବ୍ଧ ନାହିଁ ।

ଦେଶକୁ ତୃତୀୟ କରୋନା ତରଙ୍ଗରୁ ସୁରକ୍ଷା ଦେବାକୁ ହେଲେ ଟିକାକରଣକୁ ତ୍ୱରିତ ତଥା ବ୍ୟାପକ କରିବାକୁ ହେବ ବୋଲି ସେ କହିଛନ୍ତି । ଏଥିସହ ସେ କହିଛନ୍ତି ଯେ ୧୮-୪୪ ବର୍ଗ ପାଇଁ କେନ୍ଦ୍ର ସରକାରଙ୍କଠାରୁ ମିଳିଥିବା ସମସ୍ତ ଡୋଜ୍ ବ୍ୟବହାର ହୋଇସାରିଛି । କିଛି ସ୍ୱଳ୍ପ ସଂଖ୍ୟାରେ ଥିବା ଡୋଜ୍ ଶନିବାର ସନ୍ଧ୍ୟା ସୁଦ୍ଧା ଟିକାକରଣରେ ବ୍ୟବହୃତ ହୋଇଯିବ । ଏହା ବଡ଼ ଦୁଃଖର କାରଣ ଯେ ଏନେଇ ବାରମ୍ବାର କେନ୍ଦ୍ରକୁ ଚିଠି ଲେଖିବା ପରେ ମଧ୍ୟ ସୁଫଳ ମିଳିପାରିନି ।

ଯେତେଶୀଘ୍ର ଆମକୁ ଟିକା ମିଳିବ, ଆମେ ସମ୍ପୃକ୍ତ ଟିକାକରଣ କେନ୍ଦ୍ରକୁ ପୁନଃ ଚାଲୁ କରିବୁ ବୋଲି କେଜ୍ରିୱାଲ୍ ପ୍ରକାଶ କରିଛନ୍ତି । ପ୍ରତି ମାସରେ ଦିଲ୍ଲୀକୁ ୮୦ ଲକ୍ଷ ଡୋଜ୍ ଦରକାର ପଡୁଥିବାବେଳେ ମେ ମାସରେ ମିଳିଛି ମାତ୍ର ୧୬ ଲକ୍ଷ ଡୋଜ୍ । ସେହିପରି ଜୁନ୍ ମାସରେ ଆମ ଆବଶ୍ୟକଠାରୁ କମାଇ ମିଳିଛି ମାତ୍ର ୮ ଲକ୍ଷ ଡୋଜ୍ । ଯଦି ଆମକୁ ଏଭଳି ୮ ଲକ୍ଷ ଡୋଜ୍ ମିଳିବ, ତେବେ ଦିଲ୍ଲୀକୁ ଟିକାକରଣ ପାଇଁ ପ୍ରାୟ ୩୦ ମାସ ଲାଗିଯିବ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *