ମିଶୋ ଆପ୍ ଏବେ ଓଡ଼ିଆରେ ଉପଲବ୍ଧ ନିୟୁତାଧିକ ମିଶୋ ଗ୍ରାହକ ଏବେ ବଙ୍ଗଳା, ତେଲୁଗୁ, ମରାଠି, ତାମିଲ, ଗୁଜରାଟି, କନ୍ନଡ଼, ମାଲାୟାଲମ ଓ ଓଡ଼ିଆ ଭାଷାରେ ସୁବିଧାରେ ସପିଙ୍ଗ କରିପାରିବେ

ମିଶୋ ଆପ୍ ଏବେ ଓଡ଼ିଆରେ ଉପଲବ୍ଧ ନିୟୁତାଧିକ ମିଶୋ ଗ୍ରାହକ ଏବେ ବଙ୍ଗଳା, ତେଲୁଗୁ, ମରାଠି, ତାମିଲ, ଗୁଜରାଟି, କନ୍ନଡ଼, ମାଲାୟାଲମ ଓ ଓଡ଼ିଆ ଭାଷାରେ ସୁବିଧାରେ ସପିଙ୍ଗ କରିପାରିବେ

ଭୁବନେଶ୍ୱର: ସମସ୍ତଙ୍କ ପାଖରେ ଇଟଂରନେଟ୍ କମର୍ସ ପହଂଚାଇବା ପାଇଁ ରହିଥିବା ଲକ୍ଷ୍ୟ ଅନୁସାରେ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଇଟଂରନେଟ୍ କମର୍ସ କଂପାନି ମିଶୋ ପକ୍ଷରୁ ଏହାର ପ୍ଲାଟ୍‌ଫର୍ମରେ ଆଠଟି ନୂଆ ଆଂଚଳିକ ଭାଷାକୁ ଯୋଡ଼ାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ଏହି ପଦକ୍ଷେପ ଉତ୍ସବ ଋତୁ ଆରମ୍ଭ ହେବା ପୂର୍ବରୁ ଗ୍ରହଣ କରାଯାଇଛି ଯେଉଁ ସମୟରେ ଦେଶର କୋଣ ଅନୁକୋଣରୁ ନିୟୁତାଧିକ ଗ୍ରାହକ ପ୍ଲାଟ୍‌ଫର୍ମରେ କାରବାର କରିବା ଆଶା କରାଯାଉଛି । ଅତିରିକ୍ତ ଭାଷାଗୁଡ଼ିକ ହେଉଛି
ବଙ୍ଗଳା, ତେଲୁଗୁ, ମରାଠି, ତାମିଲ, ଗୁଜରାଟି, କନ୍ନଡ଼, ମାଲାୟାଲମ୍ ଓ ଓଡ଼ିଆ । ଆକାଉଂଟ୍ ଓ ଉତ୍ପାଦ ସୂଚନା ହାସଲ କରିବା, ବରାଦ ଦେବା ଓ ତାହାର ଟ୍ରାକିଂ କରିବା, ଆଣ୍ଡ୍ରଏଡ୍ ଫୋନ୍‌ରେ ପେମେଂଟ୍ କରିବାଲାଗି ମିଶୋ ଗ୍ରାହକମାନେ ଏବେ ସେମାନଙ୍କ ପସନ୍ଦର ଭାଷା ଚୟନ କରିପାରିବେ । ଗତବର୍ଷ ମିଶୋ ପକ୍ଷରୁ ଏହାର ପ୍ଲାଟ୍‌ଫର୍ମରେ ହିନ୍ଦୀକୁ ଏକ ଭାଷା ବିକଳ୍ପ ଭାବେ ଉପସ୍ଥାପନ କରାଯାଇଥିଲା ଯାହା ବର୍ତମାନ ସୁଦ୍ଧା ୨୦%ର ଉଚ୍ଚ ଗ୍ରହଣୀୟତା ହାର ହାସଲ କରିଛି । ମିଶୋର ଅଧିକାଂଶ ଗ୍ରାହକ ହେଉଛନ୍ତି
ଅହମ୍ମଦାବାଦ, ଭଦୋଦରା ଓ ଜାମସେଦପୁର ଏବଂ ଅଣ ହିନ୍ଦୀ ଭାଷାଭାଷୀ ରାଜ୍ୟର ଯେଉଁଠାରେ ହିନ୍ଦୀ କିମ୍ବା ଇଂରାଜି ସର୍ବଦା ପସନ୍ଦର ଭାଷା ହୋଇନଥାଏ । ଆମର ସଦ୍ୟତମ ଅଭିଯାନ ଏହି ଅଂଚଳଗୁଡ଼ିକରେ ମିଶୋର ଗ୍ରହଣୀୟତାକୁ ଦୃଢ଼ କରିବ ଏବଂ ନିୟୁତାଧିକ ଗ୍ରାହକଙ୍କ ପାଇଁ ଅନଲାଇନ୍ ସପିଙ୍ଗ ଅନୁଭୂତିକୁ ସହଜ କରିବ । ଏହି ନୂଆ ଭାଷାଗୁଡ଼ିକରେ ସଠିକ୍ ଓ ଅସଲି ଅନୁଭୂତିକୁ ନିଶ୍ଚିତ କରିବା ଲାଗି ମିଶୋ ବ୍ୟବହାରକାରୀ ସର୍ବେକ୍ଷଣର ନିର୍ଯ୍ୟାସ ଓ ଭାଷା ବିଶେଷଜ୍ଞଙ୍କ ସହ ମିଶି କାମ କରିଛି । ନିତିଦିନିଆ ବ୍ୟବହାର ଭାଷାକୁ ଦର୍ଶାଇବା ଲାଗି ସାଧାରଣରେ ବ୍ୟବହାର ହେଉଥିବା ଭାଷାକୁ ଟିମ୍ ଚୟନ କରିଛି ଯାହା ସପିଙ୍ଗ ଅନୁଭୂତିକୁ ନିରବଚ୍ଛିନ୍ନ କରିପାରିବ । ଉଦାହରଣ ସ୍ୱରୂପ ଇଂରାଜି ଶବ୍ଦ ରିକ୍ୱାରଡ୍‌ର ଅନୁବାଦ ହେଉଛି ଅନିବାର୍ଯ୍ୟ, କିନ୍ତୁ ଜରୁରୀ କହିଲେ ଅଧିକ ବୁଝିହୁଏ । ମୋଟ ଉପରେ ପ୍ରାୟ ୩୩,୦୦୦ ଇଂରାଜି ଶବ୍ଦକୁ ଏହି ଆଠଟି ଭାଷାରେ ଅନୁବାଦ କରାଯାଇଛି । “ଏଠାରେ ଏହା ଗୁରୁତ୍ୱପୂର୍ଣ୍ଣ ଯେ-ଆମର ୫୦% ଗ୍ରାହକ ଇ-କମର୍ସ ପାଇଁ ନୂଆ ଏବଂ ସମ୍ଭବତଃ ଏଭଳି ପ୍ଲାଟ୍‌ଫର୍ମରେ ପୂର୍ବରୁ କେବେବି କାରବାର
କରିନାହାନ୍ତି । ପ୍ଲାଟ୍‌ଫର୍ମରେ ଆଂଚଳିକ ଭାଷାକୁ ସାମିଲ କରାଯିବା ଦ୍ୱାରା ମିଶୋ ଭାଷାକୁ ନେଇ ରହିଥିବା ପ୍ରତିବନ୍ଧକ ଦୂର କରିବାକୁ ଲକ୍ଷ୍ୟ ରଖିଛି । ଭାରତର ପରବର୍ତୀ ବିଲିଅନ୍ ବ୍ୟବହାରକାରୀଙ୍କ ପାଇଁ ଏକକ ସପିଙ୍ଗ ସ୍ଥଳରେ ପରିଣତ ହେବା ଯାତ୍ରାରେ ଏହା ହେଉଛି ଏକ ସ୍ୱାଭାବିକ ପଦକ୍ଷେପ । ପ୍ଲାଟଫର୍ମଟି ୧୦୦% ସଠିକ୍ ରହିବା ଏବଂ ଏହି ଆଠଟି ଆଂଚଳିକ ଭାଷାରେ ପ୍ରାସଙ୍ଗିକ ରହିବାକୁ ନିଶ୍ଚିତ କରିବା ପାଇଁ ଆମ ଟିମ୍‌ ପ୍ରଚ୍ଛଦରେ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି ବୋଲି ମିଶୋର ପ୍ରତିଷ୍ଠାତା ଓ ସିଟିଓ ସଂଜୀବ ବର୍ଣ୍ଣୱାଲ କହିଛନ୍ତି ।’’ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଇ-କମର୍ସ କଂପାନି ମିଶୋର ନିକଟରେ ୧୦୦ ନିୟୁତ କାରବାର ବ୍ୟବହରକାରୀ ସଂଖ୍ୟାରେ ପହଂଚିଛି । ୨୦୨୧ ମାର୍ଚ୍ଚ ପରଠାରୁ କାରବାର କରୁଥିବା ବ୍ୟବହାରକାରୀଙ୍କ ସଂଖ୍ୟା ପ୍ଲାଟ୍‌ଫର୍ମରେ ୫.୫ଗୁଣା ବୃଦ୍ଧି ପାଇଥିବା ବେଳେ ଆସୋର୍ଟମେଂଟ୍‌ରେ ୯ ଗୁଣା ବୃଦ୍ଧି ହୋଇ ସେହି ସମାନ ସମୟରେ ୭୨ ନିୟୁତ ହୋଇଛି । ଟାୟାର ୨ ବଜାରର ଗ୍ରାହକମାନେ ଏହି ଅଭିବୃଦ୍ଧିର ପ୍ରମୁଖ ବାହକ ଓ ସବୁ ସପରଙ୍କ ପ୍ରତି ସେମାନଙ୍କ ଅବଦାନ ହେଉଛି ୮୦% ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *