ମହିନ୍ଦ୍ରା ପକ୍ଷରୁ ପିକ୍‌ଅପ୍‌ର ଭବିଷ୍ୟତ ଉପସ୍ଥାପିତ: ସମ୍ପୂର୍ଣ୍ଣ ନୂଆ ବୋଲେରୋ ମ୍ୟାକ୍ସ ପିକ୍‌-ଅପ୍‌

ମହିନ୍ଦ୍ରା ପକ୍ଷରୁ ପିକ୍‌ଅପ୍‌ର ଭବିଷ୍ୟତ ଉପସ୍ଥାପିତ: ସମ୍ପୂର୍ଣ୍ଣ ନୂଆ ବୋଲେରୋ ମ୍ୟାକ୍ସ ପିକ୍‌-ଅପ୍‌

 ପିକ୍‌ଅପ୍ କ୍ଷେତ୍ରରେ ମାନଦଣ୍ଡକୁ ବଦଳାଇବ ଏହି ସମ୍ପୂର୍ଣ୍ଣ ନୂଆ ବ୍ରାଣ୍ଡ୍‌

 ଆଧୁନିକ ଦିବସ ବ୍ୟବସାୟର ଚମତ୍କାର ଆବଶ୍ୟକତାକୁ ପୂରଣ କରିବା ଲାଗି ବୋଲେରୋ ମ୍ୟାକ୍ସ ପିକ୍‌-ଅପ୍‌କୁ ପ୍ରସ୍ତୁତ
କରାଯାଇଛି
 ମ୍ୟାକ୍ସ ପ୍ରଯୁକ୍ତି: ବ୍ୟବସାୟ ଦକ୍ଷତାରେ ଉନ୍ନତି ଆଣିବା ଓ ମାନସିକ ଶାନ୍ତି ପାଇଁ ଆଇମ୍ୟାକ୍ସ ଟେଲିମେଟିକ୍ସ ସମାଧାନ
ଉପସ୍ଥାପିତ
 ମ୍ୟାକ୍ସ ଆରାମ ଓ ନିରାପତା ପାଇଁ କ୍ଷେତ୍ରର ପ୍ରଥମ ସୁବିଧା ପ୍ରଦାନ: ଉଚ୍ଚତା ପରିବର୍ତନ କରିହେଉଥିବା ଡ୍ରାଇଭର ସିଟ୍‌,
ସାର୍ଟିଫାଏଡ୍ ଡି+୨ ସିଟ୍ ସହିତ ଉଚ୍ଚ ଲେଗ୍ ରୁମ୍‌, ଟର୍ଣ୍ଣ ସେଫ୍ ଲାଇଟ୍‌
 ମହିନ୍ଦ୍ରା ପିକ୍‌ଅପ୍‌ର ପ୍ରଦର୍ଶନ, ଭରସାଯୋଗ୍ୟତା, ଅଳ୍ପ ରକ୍ଷଣାବେକ୍ଷଣ ଓ ଅଧିକ ପେଲୋଡ୍ ଦକ୍ଷତା ପରମ୍ପରାକୁ ଆଗକୁ
ବଢ଼ାଉଛି
 ମ୍ୟାକ୍ସ ପ୍ରଦର୍ଶନ: ବିଶ୍ୱସନୀୟ ଏମ୍‌୨ଡିଆଇ ଇଞ୍ଜିନ୍ ସହିତ ୧୭.୨ କିମି/ଲିଟରର ଅତୁଳନୀୟ ମାଇଲେଜ୍‌, ୧୯୫ ଏନ୍‌ଏମ୍‌ର
ଶ୍ରେଷ୍ଠ ଶ୍ରେଣୀର ଟର୍କ, ୪୮.୫ କିଲୋୱାଟ୍ (୬୫ ଏଚ୍‌ପି)ର ଶକ୍ତି
 ୧୩୦୦ କେଜିର ଅଧିକ ପେଲୋଡ୍‌, ବର୍ଗର ଚଉଡ଼ା କାର୍ଗୋ- ୧୭୦୦ ଏମ୍‌ଏମ୍‌, ଉନ୍ନତ ଲୋଡ୍ ପାଇଁ ବର୍ଗର ଶ୍ରେଷ୍ଠ
ଆର୍‌୧୫ ଟାୟାର
 ୩ ବର୍ଷ/ ୧ ଲକ୍ଷ କିମିର ୱାରେଂଟି ଓ ୨୦,୦୦୦ କିମିର ଲମ୍ବା ସର୍ଭିସ୍ ବିରତି
 ବୋଲେରୋ ମ୍ୟାକ୍ସ ପିକ୍‌-ଅପ୍ ସିିଟି ୩୦୦୦ ଉନ୍ମୋଚିତ, ପ୍ରାରମ୍ଭିକ ମୂଲ୍ୟ ୭,୬୮,୦୦୦ ଟଙ୍କାରୁ ଆରମ୍ଭ ହୋଇଛି (ଏକ୍ସ

ସୋ’ରୁମ୍‌), ୨୫ ହଜାର ଟଙ୍କାର ଡାଉନ୍ ପେମେଂଟ୍ ଓ ଆକର୍ଷଣୀୟ ଫାଇନାନ୍ସ ସ୍କିମ୍ ସହ ଉପଲବ୍ଧ

ଭୁବନେଶ୍ୱର: ହାଲୁକା ବାଣିଜ୍ୟିକ ଯାନ (ଏଲ୍‌ସିଭି)ର ୨ରୁ ୩.୫ ଟନ୍‌ ବର୍ଗର ଅଗ୍ରଣୀ ସଂସ୍ଥା ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଲିମିଟେଡ୍‌
(ଏମ୍‌ଆଣ୍ଡ୍‌ଏମ୍‌) ପକ୍ଷରୁ ଆଧୁନିକ ଭାରତର ପରିବହନ ଓ ଲଜିଷ୍ଟିକ୍ସ ଆବଶ୍ୟକତା ପୂରଣ କରିବା ପାଇଁ ଭବିଷ୍ୟତମୁଖୀ ସମ୍ପୂର୍ଣ୍ଣ ନୂଆ
ପିକ୍‌ଅପ୍ ବେଲୋରୋ ମ୍ୟାକ୍ସ ପିକ୍‌-ଅପ୍‌ର ଉନ୍ମୋଚନ ବିଷୟରେ ଘୋଷଣା କରାଯାଇଛି । କଂପାନି ପକ୍ଷରୁ ବେଲେରୋ ମ୍ୟାକ୍ସ ପିକ୍‌ଅପ୍‌ ସିଟି ୩୦୦୦ ସହ ଏହି ବ୍ରାଣ୍ଡ୍‌କୁ ଉନ୍ମୋଚନ କରାଯାଇଛି ଯାହାର ପ୍ରାରମ୍ଭିକ ମୂଲ୍ୟ ୭,୬୮,୦୦୦ ଟଙ୍କାରୁ ଆରମ୍ଭ ହୋଇଛି (ଏକ୍ସ ସୋ’ରୁମ୍‌) ଓ ଏହା ୨୫ ହଜାର ଟଙ୍କାର ଡାଉନ୍ ପେମେଂଟ୍ ଓ ଆକର୍ଷଣୀୟ ଫାଇନାନ୍ସ ସ୍କିମ୍ ସହ ଉପଲବ୍ଧ ହୋଇଛି । ପରିବହନ ଆବଶ୍ୟକତା ଆବିର୍ଭୁତ ହେଉଥିବା ବେଳେ ଆଧୁନିକ ଦିବସର ବ୍ୟବସାୟ ଆବଶ୍ୟକତାର ମୁକାବିଲା କରିବା ଲାଗି ମହିନ୍ଦ୍ରା ପକ୍ଷରୁ ପିକ୍‌ ଅପ୍ କ୍ଷେତ୍ରରେ ଏକ ନୂଆ ବ୍ରାଣ୍ଡ୍‌କୁ ଉପସ୍ଥାପନ କରାଯାଇଛି । ବୋଲେରୋ ମ୍ୟାକ୍ସ ପିକ୍‌-ଅପ୍ ହେଉଛି ଏକ ଅଗ୍ରଗ୍ରାମୀ ନୂଆ ବ୍ରାଣ୍ଡ୍ ଯାହାକୁ ପିକ୍ ଅପ୍ କ୍ଷେତ୍ରରେ ନୂତନ ମାନଦଣ୍ଡ ନିର୍ଧାରଣ କରିବା ଲାଗି ଇଞ୍ଜିନିୟରିଂ ଓ ଡିଜାଇନ୍ କରାଯାଇଛି । ଏହି ସଦ୍ୟତମ ପିକ୍‌ଅପ୍‌ ବ୍ରାଣ୍ଡ୍‌ରେ ରହିଛି ଉନ୍ନତ କନେକ୍ଟେଡ୍ ଜ୍ଞାନକୌଶଳ ଆଇମ୍ୟାକ୍ସ ଟେଲିମେଟିକ୍ସ ସମାଧାନ ଯାହା ଯାନ ପରିଚାଳନାକୁ ପ୍ରଭାବୀ କରିବ ଏବଂ ବ୍ୟବସାୟ ଉତ୍ପାଦକତାକୁ ସର୍ବାଧିକ କରିବ । ନୂଆ ସାମ୍ନା ଗ୍ରିଲ୍‌, ନୂଆ ହେଡ୍‌ଲ୍ୟାମ୍ପ୍ ଓ ପ୍ରିମିୟମ୍ ନୂଆ ଡ୍ୟାସ୍‌ବୋର୍ଡ ସହ ଡିଜିଟାଲ୍ କ୍ଲଷ୍ଟର୍‌ ଭଳି ପ୍ରିମିୟମ୍ ଡିଜାଇନ୍ ସୁବିଧା ସୁଯୋଗ ବ୍ୟବସାୟ ମାଲିକଙ୍କ ପାଇଁ ମାଲିକାନାର ବର୍ଗକୁ ବଢ଼ାଇବ । ଗତ ୨୨ ବର୍ଷ ଧରି ପିକ୍‌ଅପ୍ କ୍ଷେତ୍ରରେ ଅଗ୍ରଣୀ ଥିବା ମହିନ୍ଦ୍ରା ଗ୍ରାହକମାନଙ୍କ ଉଦୀୟମାନ ଆବଶ୍ୟକତାକୁ ବୁଝିବା ଉପରେ ନିରନ୍ତର ଧ୍ୟାନ ଦେଉଛି ଓ ବର୍ଗ ପାଇଁ ଉପଯୋଗୀ ମାନଦଣ୍ଡ ଯଥା ପ୍ରଦର୍ଶନ, ଭରସାଯୋଗ୍ୟତା, ସ୍ୱଳ୍ପ ରକ୍ଷଣାବେକ୍ଷଣ ଓ ଅଧିକ ପେଲୋଡ୍ କ୍ଷମତା ଆଦିରେ ଶିଳ୍ପ ପାଇଁ ମାନଦଣ୍ଡ ନିର୍ଧାରଣ କରୁଛି ଯାହା ଗ୍ରାହକଙ୍କୁ ସଫଳ ବ୍ୟବସାୟର ଲାଭକୁ ସର୍ବାଧିକ
କରୁଛି । ଏମ୍‌ଆଣ୍ଡ୍‌ଏମ୍ ଲିମିଟେଡ୍‌ର ସଭାପତି (ଅଟୋମୋଟିଭ୍‌ ଡିଭିଜନ୍‌) ବିଜୟ ନାକ୍ରା କହିଛନ୍ତି ଯେ, “ମହିନ୍ଦ୍ରାରେ ଆମେ ଗ୍ରାହକଙ୍କ ଜୀବନକୁ ସକାରାତ୍ମକ ଭାବେ ପ୍ରଭାବିତ କରିବା ଓ ସେମାନଙ୍କୁ ଅଧିକ ଆୟ କରିବା ଓ ସମୃଦ୍ଧ କରାଇବା ଲାଗି ନିରନ୍ତର ଉଦ୍ୟମ କରୁଛୁ । ସମ୍ପୂର୍ଣ୍ଣ ନୂଆ ବୋଲେରୋ ମ୍ୟାକ୍ସ ପିକ୍‌-ଅପ୍ ହେଉଛି ଏକ ଭବିଷ୍ୟତମୁଖୀ ବ୍ରାଣ୍ଡ୍‌ ଯେଉଁଥିରେ ଏଥିରେ ବର୍ଗର ଅନେକ ପ୍ରଥମ ସୁବିଧା ସୁଯୋଗ ଯଥା ଉନ୍ନତ ଆଇମ୍ୟାକ୍ସ ପ୍ରଯୁକ୍ତି, ଟର୍ଣ୍ଣ ସେଫ୍ ଲାଇଟ୍‌, ଉଚ୍ଚତା ବଦଳାଇ ହେଉଥିବା ସିଟ୍ ଥିବା ସହିତ ଶକ୍ତିଶାଳୀ ଓ ପ୍ରଭାବୀ ଇଞ୍ଜିନ ଓ ଶ୍ରେଣୀର ଅଗ୍ରଣୀ ପେଲୋଡ୍ କ୍ଷମତା ରହିଛି । ପିକ୍‌ଅପ୍ ବର୍ଗରେ ଏହି ନୂଆ ମାନଦଣ୍ଡ ବ୍ରାଣ୍ଡ୍‌
ସହିତ ମହିନ୍ଦ୍ରା ଏହାର ଗ୍ରାହକମାନଙ୍କୁ ଉଲ୍ଲେଖନୀୟ ମୂଲ୍ୟ ପ୍ରଦାନ କରିବା ଲାଗି ଇଛା ଓ ଦକ୍ଷତା ପୁଣି ଥରେ ପ୍ରଦର୍ଶିତ କରିଛି ।’’
ଏମ୍‌ଆଣ୍ଡ୍‌ଏମ୍ ଲିମିଟେଡ୍‌ର ସଭାପତି-ଅଟୋମୋଟିଭ୍‌ ଟେକ୍ନୋଲୋଜି ଆଣ୍ଡ୍ ପ୍ରଡକ୍ଟ ଡେଭେଲପ୍‌ମେଂଟ୍ ଆର୍‌ ଭେଲୁସାମୀ କହିଛନ୍ତି ଯେ, “ଆମର ସଦ୍ୟତମ ଉପସ୍ଥାପନା ସମ୍ପୂର୍ଣ୍ଣ ନୂଆ ବୋଲେରୋ ମ୍ୟାକ୍ସ ପିକ୍‌-ଅପ୍‌କୁ ଉଚ୍ଚ ଚାହିଦା ଓ ସର୍ବଦା ଆବିର୍ଭୁତ
ହେଉଥିବା ପିକ୍‌ଅପ୍ ବଜାରର ଆବଶ୍ୟକତାର ମୁକାବିଲା ଲାଗି ଇଞ୍ଜିନିୟରିଂ କରାଯାଇଛି । ଆମାଜନ୍ ୱେବ୍ ସର୍ଭିସ୍ ସହ ଏଥିରେ ରହିଛି ଆଇମ୍ୟାକ୍ସ ଯୋଗାଯୋଗ ବ୍ୟବସ୍ଥା ଯାହା ଗ୍ରାହକମାନଙ୍କୁ ସେମାନଙ୍କ ସଂପତିକୁ ଉତମ ଭାବେ ନିରୀକ୍ଷଣ କରିବାରେ ସହାୟକ ହେବ । ସମ୍ପୂର୍ଣ୍ଣ ନୂଆ ବେଲେରୋ ମ୍ୟାକ୍ସ ପିକ୍‌-ଅପ୍ ସିଟି ୩୦୦୦ରେ ରହିଛି ଏକ ଡ୍ରାଇଭ୍‌ଟ୍ରେନ୍ ଯାହା ଶକ୍ତିଶାଳୀ ଏବଂ ୧୩୦୦ କେଜିର ପେଲୋଡ୍ କ୍ଷମତା ପ୍ରଦାନ କରୁଥିବା ବେଳେ ୧୭.୨ କିମି/ ଲିଟରର ଉଲ୍ଲେଖନୀୟ ଇନ୍ଧନ ମିତବ୍ୟୟିତା ପ୍ରଦାନ କରୁଛି । ପିକ୍‌ଅପ୍ ମଧ୍ୟରେ ଏହି ନୂଆ ମାନଦଣ୍ଡ ସହିତ ପିକ୍‌ଅପ୍ ବର୍ଗରେ ବିପ୍ଳବ ଆଣିବା ଲାଗି ମହିନ୍ଦ୍ରା ପୁଣି ଥରେ ଏହାର
ଇଛା ଓ ଦକ୍ଷତାକୁ ପ୍ରଦର୍ଶିତ କରିଛି ।’’

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *