ମହାନଦୀରେ ମହାଆଳତି
ମହାନଦୀରେ ମହାଆଳତି…
କଟକ, ୦୭-୧୨-୨୦୨୫(ବି.ଏନ .ଓ ) : (ବିଜୟ କୁମାର ପଣ୍ଡା ) ମାର୍ଗଶିର ପୂଣ୍ଡିମାରେ ମହାନଦୀ ପୂଜନ ସମିତି ପକ୍ଷରୁ ମହାନଦୀ କୂଳର ଗଡ଼ଗଡ଼ିଆ ଘାଟଠାରେ ପଞ୍ଚ ୧୦୮ ମହା ଆଳତି ଅନୁଷ୍ଠାନର ସଭାପତି କ୍ଷୀରୋଦ କୁମାର ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଛି କାର୍ଯ୍ୟକାରୀ ସଭାପତି ହେମନ୍ତ କୁମାର ସାହୁ ଏବଂ ସାଧାରଣ ସମ୍ପାଦକ ଗଙ୍ଗାଧର ବେହେରାଙ୍କ ସଂଯୋଜନାରେ ସମ୍ମାନିତ ଅତିଥି ଭାବେ ବିଜେପି ନେତା ରାମନାଥ ମହାନ୍ତି ଯୋଗଦେଇଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ପୃଷ୍ଠପୋଷକ ବିଶ୍ବଜିତ ସୂର୍ଯ୍ୟବଂଶୀ, ସଂଗଠନର ଉପ ସଭାପତି ତଥା ପୂର୍ବତନ କର୍ପୋରେଟର ନମିତା ମଞରୀ ସାହୁ, ଉପ ସଭାପତି ପ୍ରିୟବ୍ରତ ପଟ୍ଟନାୟକ, ଯଶୋବନ୍ତ ବେଉରା, କୋଷାଧ୍ୟକ୍ଷ ଗଞ୍ଜନ କୁମାର ସାହୁ, ସମ୍ପାଦକ ଅଜୟ କୁମାର ସାମଲ ଓ ପୂଜକ ବାବୁଲି ନନା ପ୍ରମୁଖ ଉପସ୍ଥିତ ଥିଲେ। ମାଛୁଆ ବଜାରର ବରିଷ୍ଠ କାର୍ଯ୍ୟକର୍ତାଅମୂଲ୍ୟ କୁମାର ସାହୁ ଓ ହେମନ୍ତ କୁମାର ଭରଦ୍ବାଜ ପ୍ରମୁଖ ସହାୟତା କରିଥିଲେ ।

