ମଧ୍ୟସ୍ଥତା କେନ୍ଦ୍ରରେ ସୁମିତ କୁମାର ସାହୁ ଓ ତପସ୍ବିନୀ ଦାଶ

ବ୍ରହ୍ମପୁର,4th May,(Bnews):ବ୍ରହ୍ମପୁରର ବହୁଚର୍ଚ୍ଚିତ ପାରିବାରିକ ବିବାଦ ଘଟଣାରେ ଓଡିଶା ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ଆଜି ପୁଣି ଡାକ୍ତର ସୁମିତ କୁମାର ସାହୁ ଓ ତପସ୍ବିନୀ ଦାଶ ଆପୋଷ ସମାଧାନ ପାଇଁ ପହଁଚି ଥିଲେ। ଦୀର୍ଘ ଅଢେଇ ଘଂଟା ଧରି ଆଲୋଚନା ଓ ବୁଝାଶୁଝା ହୋଇଥିଲା ମଧ୍ୟସ୍ଥତା କେନ୍ଦ୍ରରେ। ପ୍ରଥମେ ଉଭୟଙ୍କୁ ଏକାଠି ବସାଇ ଆଲୋଚନା କରାଯିବା ପରେ ପୃଥକ ପୃଥକ ଭାବେ ଉଭୟଙ୍କ ସହ ଆଲୋଚନା କରିଥିଲେ ମଧ୍ୟସ୍ଥି ଖଗେଶ୍ବର ରାଜ୍। ଏହାପରେ ଉଭୟଙ୍କୁ ଗୋଟିଏ ରୁମରେ ଅନ୍ୟ କେହି ନ ରହି ୨୫ ମିନିଟ ପର୍ଯ୍ୟନ୍ତ ଛାଡି ଦିଆଯାଇଥିଲା। ଉଭୟ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ସେଠାରେ ପରସ୍ପରକୁ କହିଥିଲେ। ପୁନଶ୍ଚ ବୁଝାମଣା ପାଇଁ ମେ ୭ ରେ ଉଭୟ ହାଜର ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବେ। ସେଦିନ ଉଭୟଙ୍କ ବାପା ମା ମଧ୍ୟ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବା ପାଇଁ କୁହାଯାଇଛି। ଉଭୟଙ୍କ ଅଭିଭାବକଙ୍କୁ ସେଦିନ ମଧ୍ୟସ୍ଥି ବୁଝାଶୁଝା କରି ପୁର୍ନମିଳନ ପାଇଁ ରାସ୍ତା ବାହାର କରିବେ। ମେ ୯ ତାରିଖରେ ମାନ୍ୟବର ହାଇକୋର୍ଟଙ୍କ ନିକଟରେ ପରବର୍ତ୍ତୀ ଶୁଣାଣି ଥିବାରୁ ତା ପୂର୍ବରୁ ଏହି ପରିବାରକୁ ଯୋଡିବା ପାଇଁ ଶେଷ ଚେଷ୍ଟା କରିବେ ମଧ୍ୟସ୍ଥତା କେନ୍ଦ୍ର। ବ୍ରହ୍ମପୁରର ବହୁଚର୍ଚ୍ଚିତ ଡାକ୍ତର ସୁମିତ ସାହୁ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଆପୋଷ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଉଭୟଙ୍କୁ ବୁଝାଇବା ପାଇଁ ମଧ୍ୟସ୍ଥି ଖଗେଶ୍ବର ରାଜଙ୍କୁ ନିଯୁକ୍ତ କରିଛନ୍ତି ହାଇକୋର୍ଟ। ପୂର୍ବରୁ ଗତ ଏପ୍ରିଲ ୯ ତାରିଖ, ୧୧ ତାରିଖ ଓ ୨୫ ତାରିଖରେ ଆପୋଷ ସମାଧାନ ଉଦ୍ୟମ ହୋଇଥିଲା। କିନ୍ତୁ ସମାଧାନର ରାସ୍ତା ବାହାରି ପାରି ନ ଥିଲା। ହାଇକୋର୍ଟଙ୍କ ଏପ୍ରିଲ ୧୩ର ନିର୍ଦ୍ଦେଶ ଅନୁସାରେଏପ୍ରିଲ ୨୫ ଓ ମେ ୪ ତାରିଖ ଦିନ ୪ଟାରେ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବାକୁ ଉଭୟଙ୍କୁ ନୋଟିସ୍ ଜାରି କରାଯାଇଥିଲା। କେନ୍ଦ୍ରର ମଧ୍ୟସ୍ଥି ଖଗେଶ୍ବର ରାଜଙ୍କ ନିକଟରେ ଉଭୟଙ୍କୁ ଉପସ୍ଥିତ ରହି ମଧ୍ୟସ୍ଥତା ‌ପ୍ରକ୍ରିୟାରେ ଅଂଶ ଗ୍ରହଣ କରିବାକୁ ନୋଟିସ୍ ଜାରି କରାଯାଇଥିଲା।
୨୦୨୨ ମାର୍ଚ୍ଚ ୩୧ରେ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ସୁମିତ ଓ ତପସ୍ବିନୀଙ୍କୁ ଏପ୍ରିଲ ୯ରେ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଉଭୟ ଏପ୍ରିଲ ୯ରେ ହାଜର ହୋଇଥିଲେ କିନ୍ତୁ ମଧ୍ୟସ୍ଥତା ପ୍ରକ୍ରିୟା ଅଧା ରହିଥିଲା। ଏହାପରେ ପୁଣି ଏପ୍ରିଲ ୧୧ରେ ହାଇକୋର୍ଟର ମଧ୍ୟସ୍ଥତା କେନ୍ଦ୍ରରେ ଉଭୟ ହାଜର ହୋଇଥିଲେ। ଏହାପରେ ହାଇକୋର୍ଟରେ ମଧ୍ୟସ୍ଥତା କେନ୍ଦ୍ର ତରଫରୁ ହାଇକୋର୍ଟରେ ରିପୋର୍ଟ ଦାଖଲ କରାଯାଇଥିଲା। କିନ୍ତୁ ବିବାଦର ସମାଧାନ କିଛି ହୋଇ ପାରି ନଥିଲା। ଆପୋଷ ବୁଝାମଣା ମାଧ୍ୟମରେ ବିବାଦର ସମାଧାନ ସମ୍ଭାବନାକୁ ବିଚାରକୁ ନେଇ  ହାଇକୋର୍ଟ ସୁମିତ ଓ ତପସ୍ବିନୀଙ୍କୁ ପୁଣି ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବାକୁ ଏପ୍ରିଲ ୧୩ରେ ହୋଇଥିବା ଶୁଣାଣିରେ ନିର୍ଦ୍ଦେଶ ଦେଇଥିଲେ। 

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *