ମଣିଷର ମାନବୀୟ ମୂଲ୍ୟ ବୋଧ
ମଣିଷର ମାନବୀୟ ମୂଲ୍ୟ ବୋଧ
ପୃଥିବୀର ଯେକୌଣସି ସମ୍ପତି, ବ୍ୟକ୍ତିଗତ, ନା – ପରିବାର ଗତ, ନା – ଅନୁଷ୍ଠାନଗତ, ନା – ରାଜ୍ୟ ଵା ରାଷ୍ଟ୍ରଗତ, ନା —-, ଈଶ୍ୱର ଗତ ଵା ସ୍ରଷ୍ଟାଙ୍କ ଅଧୀନ ??? ଏପରିକି ବ୍ୟକ୍ତି ଅହଂକାର କରୁଥିବା ବୌଦ୍ଧିକ ସମ୍ପତି ମଧ୍ୟ୍ୟ ବ୍ୟକ୍ତିଗତ କି ? ନା, ଆଦୌ ନୁହେଁ l ମୋର କ୍ଷୁଦ୍ର ବୁଦ୍ଧି କହେ, ପୃଥିବୀର ସମସ୍ତ ସମ୍ପତି ବ୍ୟକ୍ତିଗତ ନୁହେଁ, ବରଂ ସମଷ୍ଟି ଗତ ଵା ଈଶ୍ୱରଙ୍କ ଅଧୀନ l କାରଣ, ପ୍ରତ୍ୟେକ ବ୍ୟକ୍ତି, ପରିବେଶ, ଜଳବାୟୁ, ସୂର୍ଯ୍ୟଲୋକ ଚନ୍ଦ୍ରଲୋକ, ତାପମାତ୍ରା ଆଦ୍ରତା, ପୃଥିବୀ ଠାରୁ ମହାଶୂନ୍ୟ ପର୍ଯ୍ୟନ୍ତ କେତେ କଣ କାରକରୁ କେତେ କଣ ଉପାଦାନ ନେଇ, ଏପରିକି ମା ବାପା, ପଡୋଶୀ ଅଡୋଶୀ, ସାଙ୍ଗ ସାଥି ଗୁରୁ ଗୁରୁଜନ ମାନଙ୍କଠାରୁ କେତେ ସହାୟତା ଵା ଆଶୀର୍ବାଦ ଗ୍ରହଣ କରି ଆମେ ବଞ୍ଚି ଚାଲିଛୁ, ଯେ କୌଣସି କାର୍ଯ୍ୟ କରିବାକୁ ସକ୍ଷମ ହେଉଛୁ l ଏସବୁ ସେହି ପ୍ରକୃତି ନିୟତିର ଵା ଈଶ୍ୱରଙ୍କର ବରଦାନ ଅଟେ l ଏଥିରେ ମଣିଷର କରିସ୍ମା ନ ଥାଏ l ମଣିଷ ହେଉଛି ସେ ସବୁ ସମ୍ପଦର ରକ୍ଷକ ଅଟନ୍ତି, କିନ୍ତୁ ଭକ୍ଷକ ନୁହଁନ୍ତି l ଏଥିପାଇଁ ସମସ୍ତ ଧର୍ମ ଗ୍ରନ୍ଥରେ ବର୍ଣନା ଅଛି, ବସ୍ତୁବାଦୀ ହୁଅ ନାହିଁ, ଭାବବାଦୀ ହୁଅ l ନିଜେ କରୁଛ ବୋଲି ଅହଂକାର ନ କରି ବରଂ ଭାବବାଦୀ ହୁଅ l ଅହଂକାର ନ କରି ବରଂ ସମର୍ପଣ କର l ସେଥିପାଇଁ କୁହାଯାଏ, ମୁଁ କିଛି କରି ନାହିଁ, ବରଂ କାର୍ଯ୍ୟଟି ମୋ ଦ୍ୱାରା ଈଶ୍ୱରଙ୍କ କୃପାରୁ ହେଉଛି l ଏଠି ମୋର କରିସ୍ମା ନାହିଁ, ବରଂ ତାହା ଅନେକ ଅନେକ କାରକ ମାନଙ୍କର ଫଳ ଯୋଗୁ ହେଉଅଛି l ଏଠି ଅହଂକାରର ପ୍ରଶ୍ନ ନ ଥାଏ, ବରଂ ସମର୍ପିତ ଭାବ ଧାରା ପ୍ରକଟିତ ହୁଏ l ଏହାହିଁ ମଣିଷର ମାନବୀୟ ମୂଲ୍ୟ ବୋଧ l ଏହାକୁ ଆଧ୍ୟାତ୍ମିକ ଭାବରେ ଉପଦେଶ ଦିଆଯାଏ l ବିଜ୍ଞାନ ମଧ୍ୟ ଏହାକୁ ଅସ୍ବୀକାର କରି ପାରିବ ନାହିଁ l କେବଳ ହିଁ କେବଳ ମଣିଷ ମାନଙ୍କ ଅହଂକାର ସମସ୍ତ ତାଣ୍ଡବ ଲୀଳାର ମୂଳ ଉତ୍ସ ଅଟେ l ଏଥିପାଇଁ ସାଧୁ, ସନ୍ଥ, ମହାତ୍ମା, ମହା ମନୀଷୀ ମାନେ ଅହଂକାରରୁ ଦୁରେଇ ରହି ସମର୍ପିତ ଭାବେ ଚଳିବା ପାଇଁ ଉପଦେଶ ଦେଇ ଆସିଛନ୍ତି l