ମଣିପୁର ହିଂସା ଓ ମହିଳା ଉତ୍ପିଡନ ବିରୋଧରେ ଢେଙ୍କାନାଳ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଭିକ୍ଷୋଭ।

ମଣିପୁର ହିଂସା ଓ ମହିଳା ଉତ୍ପିଡନ ବିରୋଧରେ ଢେଙ୍କାନାଳ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ଭିକ୍ଷୋଭ।

ଢେଙ୍କାନାଳ: ୨୮.୦୭:BREAKING NEWS ODIA ,report by sanjay kumar sahoo ଢେଙ୍କାନାଳ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସ୍ମିତାରାଣୀ ସାମଲଙ୍କ ନେତୃତ୍ବରେ ଶତାଧକ ମହିଳା ଢେଙ୍କାନାଳ ଗାନ୍ଧୀ ମନ୍ଦିରସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦଳୀୟ ପତାକା ଓ ବିଭିନ୍ନ ସ୍ଲୋଗାନ୍‌ ଦେଇ ଏକ ଭିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର କୋଣ ଅନୁକୋଣରୁ ମହିଳାମାନେ ଆସି ଶୋଭାଯାତ୍ରାରେ ସମିଲ୍ ହୋଇ ନରେନ୍ଦ୍ର ମୋଦି ନେତୃତ୍ବାଧନ କେନ୍ଦ୍ର ସରକାର ଓ ମଣିପୁରର ବିଜେପି ସରକାର ବିପକ୍ଷରେ ସ୍ଲୋଗାନ୍‌ ଦିଆଯାଇଥିଲା । ଏଥିରେ କେନ୍ଦ୍ର ସରକାର ମଣିପୁରରେ ଶାନ୍ତି ପ୍ରତିଷ୍ଠା କରିବାରେ ବିଫଳ ହୋଇଥିବାରୁ ଓ ମହିଳାମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଥିବାରୁ ନରେନ୍ଦ୍ର ମୋଦି ସରକାର ତା’ର ଉତର ଦାୟିତ୍ଵ ଗ୍ରହଣ କରି ମଣିପୁର ସରକାରକୁ ବରଖାସ୍ତ କରି ସେଠାରେ ରାଷ୍ଟ୍ରପତି ଶାସନ ଜାରି କରିବା ପାଇଁ ଦାବୀ ହୋଇଥିଲା । ଏଥିରେ ଜିଲ୍ଲା କଂଗ୍ରେସ୍‌ର ବରିଷ୍ଠ ନେତ୍ରୀବୃନ୍ଦମାନେ ଯଥା ଜିଲ୍ଲା ସଭାପତି ସରୋଜ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ବରିଷ୍ଠ ନେତା ରବିନାରାୟଣ ମହାନ୍ତି, ପୂର୍ବତନ ସଭାପତି ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ପ୍ରେମ୍ ଶଙ୍କର ମିଶ୍ର, ସମ୍ଦା ତାଏଚ୍‌, ସୁବାଶିନୀ ମହାକୁଡ, ସୁବାଷ ପାଲ, ନିର୍ମଳ ମିଶ୍ର, ଶିଳ୍ପୀଶ୍ରୀ ହରିଚନ୍ଦନ, ରୋମିନା ବେଗମ୍ ପ୍ରମୁଖ ଯୋଗଦେଇ ଭିକ୍ଷୋଭ ପ୍ରତିବାଦ ସଭାକୁ ସାଫଲ୍ୟ କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *