ମଠକର ଗୋଳl ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ସମ୍ବିଧାନ ଦିବସ ପାଳିତ।
ମଠକର ଗୋଳl ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ସମ୍ବିଧାନ ଦିବସ ପାଳିତ
କାମାକ୍ଷାନଗର,୦୪-୧୨-୨୦୨୪(ବି.ଏନ .ଓ ) : ଆଭ୍ୟନ୍ତରୀଣ ଗୁଣବତ୍ତା ପ୍ରକୋଷ୍ଠ,ଜାତୀୟ ସେବା ଯୋଜନା, ଭାରତ ସ୍କାଉଟ ଓ ଗାଇଡ ଓ ଯୁବ ରେଡକ୍ରସ୍ ଆନୁକୁଲ୍ୟରେ ମଠକର ଗୋଳl ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ସମ୍ବିଧାନ ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି। ଏହି ଉପଲକ୍ଷେ, ମହାବିଦ୍ୟାଳୟର ନବ ନିର୍ମିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସଭା ରେ ପୌରୋହିତ୍ୟ କରି ଅନୁଷ୍ଠାନ ର ଅଧକ୍ଷ ପ୍ର. ଚିତ୍ତରଞ୍ଜନ ଦାସ ସମ୍ବିଧାନ ଦିବସ ପାଳନ ର ତାତ୍ପର୍ଯ୍ୟ ବଖାଣିବା ସହ ସାମ୍ବିଧାନିକ ମୂଲ୍ୟବୋଧ ଦ୍ୱାରା ଅନୁପ୍ରାଣିତ ହେବାକୁ ପରାମର୍ଶ ପ୍ରଦାନ କରିଥିଲେ। ଏହି ଅବସରରେ କାର୍ଯ୍ୟକ୍ରମ ଅଧିକାରୀ ପ୍ର. ପ୍ରଦୀପ୍ତ କୁମାର ସାହୁ ସମ୍ବିଧାନରେ ଲିଖିତ ମୌଳିକ ଅଧିକାର ସମ୍ପର୍କ ରେ ସ୍ବେଚ୍ଛାସେବୀ ମାନଙ୍କୁ ଧାରଣା ପ୍ରଦାନ କରିଥିଲେ। ପରେ ପରେ ଆଭ୍ୟନ୍ତରୀଣ ଗୁଣବତ୍ତା ପ୍ରକୋଷ୍ଠ ର ସଂଯାଯୋକ ପ୍ର ସ୍ଵପ୍ନିତା ରାଉତ ସମ୍ବିଧାନ
ଦିବସ ପାଳନ ର ଉଦେଶ୍ୟ ଓ ଆବଶ୍ୟକତା ଉପରେ ମତାମତ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଅଧିକାରୀ ପ୍ର ସୋମନାଥ ପଣ୍ଡା, ରେଞ୍ଜର ଲିଡର ଶ୍ରୀମତୀ ଅର୍ଚ୍ଚିତା ମହାମନ୍ସିଂ , ରୋଭର୍ ଲିଡର ଲଳିତ କୁମାର ବେହେରା, ରେଡକ୍ରସ୍ ଅଧିକାରୀ ପ୍ର. ନବ କିଶୋର ସି ପ୍ରମୁଖ ସମ୍ବିଧାନ ଦିବସ ର ବିଭିନ୍ନ ଦିଗ ସମ୍ପର୍କ ରେ ଆଲୋକପାତ କରିଥିଲେ।ଉକ୍ତ ସଭାରେ ରାଜନୀତି ବିଜ୍ଞାନ ର ବରିଷ୍ଠ ଅଧ୍ୟାପକ ପ୍ର. ପ୍ରବୀର କୁମାର ବିଶ୍ବାଳ ସମ୍ବିଧାନ ମୁଖବନ୍ଧ ବିଷୟରେ ନିଜର ଦୃଷ୍ଟିକୋଣ ପ୍ରକାଶ କରିବା ସହ ଶପଥ ପାଠ କରାଇଥିଲେ। ଏହା ପରେ ଏକ କୁଇଜ୍ ପ୍ରତିଯୋଗିତା କାର୍ଯ୍ୟକ୍ରମ ମାଧ୍ୟମରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ସ୍ଵଚ୍ଛାସେବୀ, ଛାତ୍ରଛାତ୍ରୀ ଓ ବିଭିନ୍ନ ବିଭାଗ ର ଅଧ୍ୟାପକ,ଅଧ୍ୟାପିକା ତଥା ଅଣଶିକ୍ଷା କର୍ମଚାରୀ ମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ପରିଶେଷରେ ଅଧ୍ୟାପକ ପ୍ରଦୀପ୍ତ କିଶୋର ସାହୁ ଧନ୍ୟବାଦ୍ ପ୍ରଦାନ କରିଥିଲେ ।