ଭ୍ୟାନିଟରେ ଅଛି ଦୁଇ ହଳ ନୂଆ ଲେଡ଼ିଜ୍ ଡ୍ରେସ୍, ମୋବାଇଲ ଚାର୍ଜର

ଭୁବନେଶ୍ୱର: ଅଭିଯୁକ୍ତ ଗୋବିନ୍ଦର ଡ୍ରାଇଭର ରାଧେ ଘରୁ ମିଳିଥିବା ଭ୍ୟାନିଟ ବ୍ୟାଗ ମମିତାଙ୍କ ନୁହଁ । ଏହା ଆଉ କାହାର ବ୍ୟାଗ ବୋଲି କହିଛନ୍ତି ମୃତ ମମିତାଙ୍କ ପରିବାର ଲୋକେ । ଗୋବିନ୍ଦ ବ୍ୟାଗଟି ରାଧେକୁ ରଖିବାକୁ ଦେଇଥିବା ସୂଚନା ଦେଇଛନ୍ତି ପରିବାର । ରାଧେର ସ୍ତ୍ରୀ ଏହି ଭ୍ୟାନିଟ ବ୍ୟାଗଟି ଗତକାଲି ପୋଲିସକୁ ଦେଇଥିଲେ ।

ମିଳିଥିବା ସୂଚନା ମୁତାବକ ଭ୍ୟାନିଟିରେ ୨ହଳ ନୂଆ ଲେଡିଜ୍ ପୋଷାକ ଥିଲା । ଗତକାଲି ରାଧେ ଘରୁ ଏହି ବ୍ୟାଗ ସହ ମେଡିସିନ ଓ ଏକ ମୋବାଇଲ ଚାର୍ଜର ଜବତ କରିଥିଲା ପୋଲିସ । ସେପଟେ ଜବତ ହୋଇଥିବା ପାଉଁଜି ଏବଂ ସୁନାଚେନ୍ ମଧ୍ୟ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ ।

ଅନ୍ୟପଟେ ନ୍ୟାୟ ଦାବିରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ମମିତାଙ୍କ ପରିବାର ଲୋକେ । କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି ମମିତାଙ୍କ ମାଆ, ବାପା, ଭାଇ ଓ ସମ୍ପର୍କୀୟ । ଏନେଇ ପରିବାର ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ ଯଦି ଗୋବିନ୍ଦ ରାଧେକୁ ଭ୍ୟାନିଟ ଦେବାକୁ ରଖିଥିଲା  । ତେବେ ଏ ଭ୍ୟାନିଟ ବ୍ୟାଗଟି କାହାର  ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *