ଭୁବନେଶ୍ୱରରେ ଗୋସାଇ ଫର୍ଣ୍ଣିଚର୍ ର ନୂଆ ଷ୍ଟୋର୍ ଉନ୍ମୋଚିତ

 
ଭୁବନେଶ୍ୱର,22nd May,(Bnews): ଏକ ଅଗ୍ରଣୀ ଫର୍ଣ୍ଣିଚର ସଲ୍ୟୁଶନ୍ସ ବ୍ରାଣ୍ଡ, ଗୋସାଇ ଫର୍ଣ୍ଣିଚର୍ ପକ୍ଷରୁ ଭୁବନେଶ୍ୱରରେ ଏହାର ନୂତନ ଷ୍ଟୋର୍‌ର ଶୁଭାରମ୍ଭ କରାଯାଇଛି । ଏହି ଷ୍ଟୋର୍ ଶୁଦ୍ଧ ଶିଶୁ କାଠରୁ ନିର୍ମିତ ଏହାର ଅଭିନବ ଓ ସ୍ୱତନ୍ତ୍ର ଫର୍ଣ୍ଣିଚର ଡିଜାଇନ୍‌ଗୁଡିକ ମାଧ୍ୟମରେ ଲୋକମାନଙ୍କୁ ଆକର୍ଷିତ କରିବାକୁ ଲକ୍ଷ୍ୟ ରଖିଛି । ନିଜ ଗ୍ରାହକଙ୍କୁ ଘରେ ତଥା ଅଫିସ୍‌ରେ ଏକ ବିଳାସପୂର୍ଣ୍ଣ ଅନୁଭବ ପ୍ରଦାନ କରିବା ଲାଗି ତଥା ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କମ୍ପାନୀ ନିଜର ଉତ୍ପାଦଗୁଡିକୁ ଅତ୍ୟନ୍ତ ଯତ୍ନର ସହ ଡିଜାଇନ୍ କରିଛି । ଏହି ନୂଆ ଷ୍ଟୋର୍ ୫୦୦୦ ବର୍ଗଫୁଟ୍ ସ୍ଥାନରେ ପରିବ୍ୟାପ୍ତ ରହିଛି । ଏହି ଷ୍ଟୋର୍ ମାଧ୍ୟମରେ ଭୁବନେଶ୍ୱରର ଗ୍ରାହକମାନେ ରାଜସ୍ଥାନୀ ଶୈଳୀର ଫର୍ଣ୍ଣିଚର କିଣିବାକୁ ସକ୍ଷମ ହେବେ । ଏହି ଅବସରରେ ଓଲିଉଡ ଚଳଚିତ୍ର ଜଗତର ଲୋକପ୍ରିୟ ଅଭିନେତ୍ରୀ ପୁନମ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଷ୍ଟୋର୍‌ର ଉଦ୍ଘାଟନ କରିଛନ୍ତି । ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ସୀତା ରାମ ଓ ପୱନ କୁମାର ପ୍ରମୁଖ ମଧ୍ୟ ଉପସ୍ଥିତ ରହିଛନ୍ତି ।

ଗୋସାଇ ଫର୍ଣ୍ଣିଚର ଉତ୍ପାଦଗୁଡିକ ଶିଶୁ କାଠରେ ନିର୍ମାଣ ହୋଇଥିବା ବେଳେ ଅନ୍ୟ ବ୍ରାଣ୍ଡଗୁଡିକ ପ୍ଲାଏଉଡ୍ ଉପରେ ନିର୍ଭର କରୁଛନ୍ତି । ଆମର ଉତ୍ପାଦ ପୋର୍ଟଫୋଲିଓରେ ବେଡ୍‌, ଡାଇନିଂ, ସୋଫା, ବୁକ୍‌ସେଲ୍‌ଫ, ସାଇଡ୍ ବୋର୍ଡ, ୱାର୍ଡରୋବ୍‌, ଷ୍ଟଡି ଟେବୁଲ୍ ଆଦି ବିସ୍ତୃତ ଶୃଙ୍ଖଳାର ଉତ୍ପାଦ ସାମିଲ ରହିଛି ଯେଉଁଥିରୁ ଗ୍ରାହକମାନେ ଚୟନ କରିପାରିବେ । ଏହା ପ୍ଲାଏଉଡ୍ ସହ କାମ କରେନାହିଁ, ଏହାର ସମସ୍ତ ଉତ୍ପାଦ ମଜଭୁ୍‌ତ କାଠରେ ନିର୍ମିତ । ଏହା ନିଜର ମୂଲ୍ୟବାନ ସହଯୋଗୀଙ୍କ ସହିତ ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ବିଜୟୱାଡାରେ ମଧ୍ୟ ଉପସ୍ଥିତ ରହିଛି ।

ଏହି ଅବସରରେ ଗୋସାଇ ଫର୍ଣ୍ଣିଚର୍‌ର ମାଲିକ ଶ୍ରୀଯୁକ୍ତ ସୀତାରାମ କହିଛନ୍ତି, “ ଆମେ ଭୁବନେଶ୍ୱରରେ ଆମର ନୂଆ  ଷ୍ଟୋର୍ ଖୋଲି ଅତ୍ୟଧିକ ଖୁସି ଅନୁଭବ କରୁଛୁ, ଯେଉଁଠାରେ ଆମ ଭଳି ଖେଳାଳୀଙ୍କ ପାଇଁ ଉନ୍ନତ ସମ୍ଭାବନା ରହିଛି । ହାଉସିଂ ଓ ରିୟଲ ଇଷ୍ଟେଟ୍ ସେକ୍ଟରର ଦ୍ରୁତ ଅଭିବୃଦ୍ଧି ସହିତ ଆମେ ଏହି ଅଂଚଳରେ ବିଶାଳ ଅଭିବୃଦ୍ଧି ସୁଯୋଗ ଦେଖୁଛୁ ଆମର ଉତ୍ପାଦଗୁଡିକ ଉଚ୍ଚ ମାନର ଅଟେ ଏବଂ ମଜଭୁତ କାଠରେ ନିର୍ମିତ, ଯାହା ଲିଭିଂ ରୁମ୍ ଓ ଅଫିସ୍ ସ୍ପେଶ୍‌ରେ ଚମକ ଆଣିବ । ଉତ୍ପାଦଗୁଡିକର ପ୍ରକୃତି ସ୍ୱତନ୍ତ୍ର ଓ ଅନନ୍ୟ ଅଟେ । ଆମେ ଆଶା କରୁଛୁ ଯେ, ଏହି ନୂଆ ଷ୍ଟୋର୍ ଭୁବନେଶ୍ୱରର ସଦା-ବିକଶିତ ଚାହିଦାକୁ ପୂରଣ କରିବ ଏବଂ ଆମେ ଆମର ଗ୍ରାହକଙ୍କୁ ସେବା ପ୍ରଦାନ କରିବା ପାଇଁ ଅପେକ୍ଷା କରି ରହିଛୁ ।”

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *