ଭାରତ ସରକାରଙ୍କ ସମର୍ଥିତ ଇ-କମର୍ସ ଅଭିଯାନ ଓଏନ୍‌ଡିସିରେ ସ୍ପାଇସ୍‌ମନି ସାମିଲ

ଭାରତ ସରକାରଙ୍କ ସମର୍ଥିତ ଇ-କମର୍ସ ଅଭିଯାନ ଓଏନ୍‌ଡିସିରେ ସ୍ପାଇସ୍‌ମନି ସାମିଲ
ଭୁବନେଶ୍ୱର: ଭାରତ ସରକାରଙ୍କ ସମର୍ଥିତ ଓପେନ୍ ନେଟ୍‌ୱର୍କ ଫର ଡିଜିଟାଲ୍‌ କମର୍ସ (ଓଏନ୍‌ଡିସି)ରେ ସାମିଲ ହୋଇଛି ଗ୍ରାମୀଣ ଭାରତ ଉପରେ ଗୁରୁତ୍ୱ ପ୍ରଦାନ କରୁଥିବା ଫିନ୍‌ଟେକ୍ ସଂସ୍ଥା ସ୍ପାଇସ୍‌ମିନ । ପ୍ରଥମ ଗ୍ରାମୀଣ ଫିନ୍‌ଟେକ୍ ସଂସ୍ଥା ଭାବେ ଏହା ଓଏନ୍‌ଡିସି ସହ ଯୋଡ଼ି ହୋଇଛି ଯାହାର ବିଟା ପରୀକ୍ଷଣ ବେଙ୍ଗାଲୁରୁ ଅର୍ବାନ ଡିଷ୍ଟ୍ରିକ୍ଟରେ ଅନୁଷ୍ଠିତ ହୋଇଯାଇଛି । ବିଟା ପରୀକ୍ଷଣ କେବଳ ଆମନ୍ତ୍ରଣ ଅନୁସାରେ ଅନୁଷ୍ଠିତ ହୋଇଛି । ପରର୍ବତୀ ସମୟରେ ଏହା ଜନ ସାଧାରଣଙ୍କ ପାଇଁ ଉପଲବ୍ଧ ହେବ । ଏହା ଦ୍ୱାରା ସ୍ପାଇସ୍‌ମନିର ଅଧିକାରୀମାନେ କେବଳ ନିଜ ଅଂଚଳ ମଧ୍ୟରେ ସୀମିତ ନରହି କ୍ଷୁଦ୍ର ବ୍ୟବସାୟୀଙ୍କ ଷ୍ଟୋର ପାଖରେ ପହଂଚିପାରିବେ । ୨୦୨୧ ଡିସେମ୍ବର ୩୧ରେ ଓଏନ୍‌ଡିସିର ଶୁଭାରମ୍ଭ ହୋଇଥିଲା ଯାହାକୁ ଭାରତ ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟ ଅଧୀରେ ଥିବା ଡିପିଆଇଆଇଟି ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଛି । ଏହା ପଛର ଉଦ୍ଦେଶ୍ୟ ହେଉଛି ଇ-କମର୍ସକୁ ସମସ୍ତଙ୍କ ପାଖରେ ପହଂଚାଇବା । ବର୍ତମାନ ସାମଗ୍ରିକ ଅର୍ଥନୀତିରେ ଇ-କମର୍ସର ଅବଦାନ ୮% ରହିଛି । ଓଏନ୍‌ଡିସି ଜରିଆରେ ଆସନ୍ତା ଦୁଇ ବର୍ଷରେ ତାହା ୨୫%ରେ ପହଂଚିବ ବୋଲି ଆଶା କରାଯାଉଛି । ଭାରତର ୭୦% ଲୋକ ଗ୍ରାମାଚଂଳରେ ବାସ କରୁଥିବା ବେଳେ ଦେଶର ଜିଡିପି ପ୍ରତି ଗ୍ରାମାଚଂଳର ଅବଦାନ ୫୦% ପାଖାପାଖି ରହିଛି । ଇ-କମର୍ସର ପରବର୍ତୀ ଅଭିବୃଦ୍ଧି ସେହି ଅଂଚଳରେ ହେବ ।
ଏ କ୍ଷେତ୍ରରେ ସ୍ପାଇସ୍‌ମନି ଅଗ୍ରଗାମୀ ସାବ୍ୟସ୍ତ ହୋଇ ପଥ ପ୍ରଦର୍ଶନ କରିବ । ଗ୍ରାମୀଣ ବଜାରକୁ ଭଲ ଭାବେ ବୁଝିଥିବାରୁ ଏହି ଅଭିଯାନରେ ସ୍ପାଇସ୍‌ମନି ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ହୋଇପାରିବ । ଏ ସମ୍ପର୍କରେ ସ୍ପାଇସ୍‌ମନିର ସହ ପ୍ରତିଷ୍ଠାତା ଓ ସିିଇଓ ସଂଜୀବ କୁମାର କହିଛନ୍ତି ଯେ, “ଆରମ୍ଭ ହେବା ଦିନଠାରୁ ଗ୍ରାମୀଣ ଭାରତର ନାଗରିକମାନଙ୍କ ଅନ୍ତର୍ଭୁକ୍ତୀକରଣକୁ ସୁଦୃଢ଼ କରିବା ପ୍ରତି ଆମେ ସର୍ବାଧିକ ଗୁରୁତ୍ୱ ଦେଉଛୁ । ଆମେ ଓଏନ୍‌ଡିସି ସହ ମିଳିତ ଭାବେ କାମ କରୁଛୁ ଯାହା କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ସନ୍ଧାନ ସମସ୍ୟାର ସମାଧାନ କରିବ ଯେଉଁମାନେ ପ୍ରମୁଖ ଇ- କମର୍ସ ପ୍ଲାଟଫର୍ମଗୁଡ଼ିକରେ ନିଜକୁ ଅଧିକ ଗ୍ରାହକଙ୍କ ନଜର ପର୍ଯ୍ୟନ୍ତ
ପହଂଚାଇବା ଲାଗି ଉଲ୍ଲେଖନୀୟ କମିସନ ଦେଇପାରୁନାହାନ୍ତି କିମ୍ବା ବ୍ୟୟ କରିବାକୁ ସମର୍ଥନ ନୁହନ୍ତି । ଏହି ଇ-କମର୍ସ ବିପ୍ଳବ ଦ୍ୱାରା ଗ୍ରାମୀଣ ଭାରତରେ ଥିବା ଆମ ସ୍ପାଇସ୍‌ମନି ଅଧିକାରୀ ଷ୍ଟୋରଗୁଡ଼ିକ ବିଶେଷ ଭାବେ ଉପକୃତ ହୋଇଛନ୍ତି । ଏକମାତ୍ର ଗ୍ରାମୀଣ ଫିନଟେକ୍ ସଂସ୍ଥା ଭାବେ ଏହି ଅଭିଯାନର ଅଂଶ ହୋଇଥିବାରୁ ସ୍ପାଇସ୍‌ମନିରେ ଆମେ ଅତ୍ୟନ୍ତ ଉଲ୍ଲସିତ ।’’ ସ୍ପାଇସ୍‌ମନି ଗ୍ରାମାଂଚଳରେ ଲଘୁ ଉଦ୍ୟୋଗୀମାନଙ୍କୁ ଆଗକୁ ବଢ଼ିବାର ସୁଯୋଗ ପ୍ରଦାନ କରିବା ଲାଗି ଏହାର ଅଧିକାରୀମାନଙ୍କୁ ପ୍ରସ୍ତୁତ
ନେଟ୍‌ୱର୍କରେ ବିନା ଖର୍ଚରେ ସେମାନଙ୍କୁ ଯୋଡ଼ୁଛି । ଓଏନ୍‌ଡିସିରେ ଏହା ସାମିଲ ହୋଇଥିବାରୁ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ଅଧିକ ଭୌଗୋଳିକ ସ୍ଥାନରେ ପହଂଚାଇ ସେମାନଙ୍କ ସମ୍ଭାବନାକୁ ଏହା ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *