ଭାରତୀୟ ବଂଶୋଦ୍ଭବ ଶାନ୍ତି ସେଠୀ ହେଲେ ଆମେରିକାର ଉପରାଷ୍ଟ୍ରପତିଙ୍କର ପ୍ରତିରକ୍ଷା ପରାମର୍ଶଦାତା

ନ୍ୟୁୟର୍କ,19th April, ଭାରତୀୟ ବଂଶୋଦ୍ଭବ ଶାନ୍ତି ସେଠୀ ଆମେରିକାର ଉପାରଷ୍ଟ୍ରପତି କମଳା ହାରିସ୍‌ଙ୍କର ପ୍ରତିରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି । କମଳା ହାରିସ୍‌ଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସେ କାର୍ଯ୍ୟନିର୍ବାହୀ ସଚିବ ଭାବେ ନିଯୁକ୍ତି ପାଇଥିବା ସୂଚନା ଦିଆଯାଇଛି ।

ପୂର୍ବରୁ ଶାନ୍ତି ସେଠୀ ଆମେରିକାର ପ୍ରଥମ ମହିଳା କମାଣ୍ଡି ଅଧିକାରୀ ଭାବେ ନିଜର ଯୁଦ୍ଧପୋତ ସହ ୨୦୧୧ ମସିହାରେ ଚେନ୍ନାଇକୁ ଆସିଥିଲେ । ସେ ଏବେ ଆମେରିକାର ଉପରାଷ୍ଟ୍ରପତିଙ୍କୁ ଜାତୀୟ ସୁରକ୍ଷା ସମ୍ପର୍କରେ ସମସ୍ତ ସୂଚନା ଏବଂ ପରାମର୍ଶ ଦେବେ । ୧୯୯୩ ମସିହାରେ ସେ ଆମେରିକାର ନୌସେନାରେ ଯୋଗ ଦେଇଥିଲେ ।

୧୯୬୦ ମସିହାରେ ଶାନ୍ତିଙ୍କର ପିତା ଆମେରିକାକୁ ଚାକିରି କରିବା ପାଇଁ ଆସିଥିଲେ । ସେହିପରି ଭାରତୀୟ ବଂଶୋଦ୍ଭବ କମଳା ହାରିସ୍‌ ପ୍ରଥମଥର ପାଇଁ ଆମେରିକାର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *