ଭାରତୀୟ ଗଣନାଟ୍ୟ ସଂଘ (ଇପ୍ଟା/IPTA)କଟକର ନାଟକ ପ୍ରଦର୍ଶନ।

NEWS BY BIJAY KUMAR PANDA

କଟକ: ୦୧/୦୮/୨୦୨୪-BNO –ଟକର ବକ୍ସି ବଜାର ସ୍ଥିତ ଐତିହାସିକ ରଙ୍ଗମଞ୍ଚ ଅନ୍ନପୂର୍ଣ୍ଣା ‘ଖ’ରେ ଭାରତୀୟ ଗଣନାଟ୍ୟ ସଂଘ (ଇପ୍ଟା) କଟକ ଜିଲ୍ଲା ତରଫରୁ ପ୍ରଦର୍ଶିତ ହୋଇଥିଲା ନାଟକ”ଶିଡ଼ି ତଳର ଘର”। ଡ଼ ଗାୟତ୍ରୀ ଦେବୀଙ୍କ ରଚିତ ମୂଳ ଗଳ୍ପର ନାଟ୍ୟ ରୂପାନ୍ତର କରିଥିଲେ ଓ.ଉ.ନ୍ୟାୟାଳୟର ବରିଷ୍ଠ ଆଇନଜୀବି ଶ୍ରୀ ସଞ୍ଜୀବ ଚକ୍ରବର୍ତ୍ତୀ, ସଙ୍ଗୀତରେ ଶ୍ରୀ ରବିନ୍ଦ୍ର ଅଧିକାରୀ , ମଞ୍ଚ ପରିଚାଳନାରେ ଶ୍ରୀ ସତ୍ୟଜିତ ବଳ ଓ ନିର୍ଦ୍ଦେଶନାରେ ଥିଲେ ବର୍ଷିୟାନ ଅଭିନେତ୍ରୀ ତଥା ଇପ୍ଟା କଟକର ଉପ ସଭାପତି ଶ୍ରୀମତୀ ନିହାରିକା ଦାସ।
ଇସ୍କଫ ର ଜାତୀୟ ସାଧାରଣ ସମ୍ପାଦକ ଶ୍ରୀ ବିଜୟ ପଢିହାରୀ ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ସାହିତ୍ୟିକ ,ସମାଲୋଚକ , ଗବେଷକ ଡଃ ନଟବର ଶତପଥୀ, ସମ୍ମାନିତ ଅତିଥି ଭାବରେ ଇତିହାସ ବିଭାଗର ର ପ୍ରାଧ୍ୟାପକ ଡଃ ଖାରବେଳ ମହାନ୍ତି, ନାଟ୍ୟକାର ଶ୍ରୀ ସଞ୍ଜୀବ ଚକ୍ରବର୍ତ୍ତୀ, ଗାଳ୍ପିକା ଡଃ ଗାୟତ୍ରୀ ଦେବୀ, ଇପ୍ଟାର ରାଜ୍ୟ ସମ୍ପାଦକ ତଥା ଇପ୍ଟା ଜାତୀୟ ପରିଷଦ ସଭ୍ୟ ସଙ୍ଗୀତଜ୍ଞ ଶ୍ରୀ ସୁଶାନ୍ତ ମହାପାତ୍ର ଓ ଇପ୍ଟା କଟକର ସଭାପତି ଶ୍ରୀ ବିପିନ ବିହାରୀ ପାଢ଼ୀ ଯୋଗଦେଇଥିଲେ। ଅତିଥିମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ଦିବଂଗତ କଳାକାର ତଥା ଅନ୍ନପୂର୍ଣ୍ଣା ‘ଖ’ ର ସଭାପତି ସ୍ବର୍ଗତ ଶରତ ମାଝୀ ଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ ପରେ ଇପ୍ଟା ର ସଭାପତି ଶ୍ରୀ ବିପିନ ବିହାରୀ ପାଢ଼ୀଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ପରିଚାଳିତ ହୋଇଥିଲା। ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ଶ୍ରୀ ସୁଶାନ୍ତ ମହାପାତ୍ର। ଭାରତର ସ୍ବାଧୀନତା ସଂଗ୍ରାମ ତଥା ଦେଶ ସ୍ବାଧୀନ ହେବାର ବହୁ ପୂର୍ବରୁ ଜାତୀୟ ଜନଜୀବନ ସହିତ ଇପ୍ଟା କିପରି ଓତଃପ୍ରୋତଭାବେ ଜଡ଼ିତ, ଇପ୍ଟା ର ଇତିବୃତ୍ତ, ସାମାଜିକ ଦାୟିତ୍ୱବୋଧ ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମ ର ଭୂୟସୀ ପ୍ରଶଂସା ଅତିଥିମାନେ କରିଥିଲେ ଏବଂ ଆଜିର ଯୁବପିଢି ଏଥିରେ ଯୋଗଦେଇ ଆଗକୁ ବଢ଼ିବାରେ ଏହାକୁ ଆହୁରି ଲୋକାଭିମୁଖୀ କରାଇବା ପାଇଁ ଆହ୍ୱାନ ଦେଇଥିଲେ। ଇପ୍ଟା ର ଜାତୀୟ ପରିଷଦ ସଭ୍ୟା ଶ୍ରୀମତୀ କୃଷ୍ଣ ପ୍ରିୟା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ମଞ୍ଚ ପରିଚାଳନା କରିଥିଲେ ଯୁଗ୍ମ ସମ୍ପାଦକ ଚିତ୍ତରଞ୍ଜନ ପାତ୍ର। ସଭାକାର୍ଯ୍ୟ ସମାପନ ପରେ ଶିଶୁ ନୃତ୍ୟଶିଳ୍ପୀମାନେ ଏକକ ଓ ଦଳଗତ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ ଏବଂ ପରେପରେ ନାଟକ। ଦୀର୍ଘ ଦେଢ଼ ଘଣ୍ଟା ଅବଧିର ଏହି ନିଛକ ପାରିବାରିକ ନାଟକ” ଶିଡ଼ି ତଳର ଘର”କୁ ଅତିଥିମାନଙ୍କ ସମେତ ପୂର୍ଣ୍ଣ ପ୍ରେକ୍ଷାଳୟରେ ବହୁ ଦର୍ଶକ ରାତି ଦଶଟା ପର୍ଯ୍ୟନ୍ତ ମନଭରି ଉପଭୋଗ କରିଥିଲେ। ନାଟକ ବାସ୍ତବ ଜୀବନର ପ୍ରତିଛବି ଯାହା ପ୍ରମାଣିତ ହୋଇଥିଲା ଅନେକ ଦର୍ଶକଙ୍କ ଆଖିର ଲୁହରୁ।ନାଟକର ପୁରୁଷ ଭୂମିକାରେ ଅଂଶ ଗ୍ରହଣ କରିଥିଲେ ସର୍ବଶ୍ରୀ ପ୍ରିୟ ଦର୍ଶନ ମହାନ୍ତି, ସିନ୍ଧୁ ସାଗର ମହାନ୍ତି, ବିକ୍ରମ କେଶରୀ ଜେନା, ରାଜେଶ କୁମାର ବେହେରା, ସନ୍ତୋଷ କୁମାର ପାତ୍ର, ଚିତ୍ତରଞ୍ଜନ ପାତ୍ର ଓ ନାରୀଭୂମିକାରେ ନିହାରୀକା ଦାସ, ସ୍ବର୍ଣ୍ଣପ୍ରଭା ପାଢ଼ୀ, ମାନସୀ ପାତ୍ର ଓ ଶିଶୁ କଳାକାର ଶ୍ରୀମାନ ଚନ୍ଦନ ଆଚାର୍ଯ୍ୟ। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶ୍ରୀ ରବୀନ୍ଦ୍ର ଅଧିକାରୀ ଏବଂ ସାଥୀ। ଆଲୋକ ସମ୍ପାଦନା କରୁଥିଲେ ଶ୍ରୀ ଅକ୍ଷୟ ରଣା ଏବଂ ଶାଶ୍ଵତ ମହାପାତ୍ର। ଖାଦ୍ୟ ଯୋଗାଣ ଓ ମଞ୍ଚସଜା ଓ ପରିଚାଳନାର ଭାର ବହନ କରିଥିଲେ ଶ୍ରୀ ତପନ ଆଚାର୍ଯ୍ୟ,ଅକତାର ହୁସେନ,ଶିବପ୍ରସାଦ ନାୟକ। ରୂପସଜାରେ ଥିଲେ ଶ୍ରୀ ଅଚ୍ୟୁତାନନ୍ଦ ଏବଂ ଶବ୍ଦରେ ଶ୍ରୀ ରାଜେଶ କୁମାର।  ଶିଶୁ ନୃତ୍ୟ ଶିଳ୍ପୀ ମାନଙ୍କୁ ପୁରସ୍କୃତ କରିଥିଲେ ଡଃ ଗାୟତ୍ରୀ ଦେବୀ, ଶ୍ରୀ ସଞ୍ଜୀବ ଚକ୍ରବର୍ତ୍ତୀ ଓ ଶ୍ରୀମତୀ କୃଷ୍ଣ ପ୍ରିୟା ମିଶ୍ର। ସମସ୍ତ ଶୁଭେଚ୍ଛୁ, ଦର୍ଶକ, ସମସ୍ତ କଳାକାର ତଥା ଅନ୍ନପୂର୍ଣ୍ଣାର କର୍ମକର୍ତ୍ତାମାନଙ୍କ ସାହାଯ୍ୟ ସହଯୋଗରେ ନାଟକ ଟି ସଫଳ ହୋଇଥିବାରୁ ଆନୁଷ୍ଠାନିକ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ସମସ୍ତ ଦର୍ଶକ ନାଟକଟିର ଭୂୟସୀ ପ୍ରଶଂସା କରିବା ସହିତ ବର୍ଷିୟାନ ଅଭିନେତ୍ରୀ ନିର୍ଦେଶିକା ଶ୍ରୀମତୀ ନିହାରିକା ଦାସଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ।
ଏହିଭଳି ସାମାଜିକ ସଚେତନତାଧର୍ମୀ ନାଟକ ଅଧିକରୁ ଅଧିକ ଭେଟି ପାଇଁ ଦର୍ଶକମାନଙ୍କ ତରଫରୁ ଅନୁରୋଧ କରାଯାଇଅଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *