ଭାରତୀୟ ଗଣନାଟ୍ୟ ସଂଘ (ଇପ୍ଟା), କଟକର ୩ୟ ଜିଲ୍ଲା ସମ୍ମିଳନୀ ଓ ନୂତନ ପରିଷଦ ଗଠନ

ଭାରତୀୟ ଗଣନାଟ୍ୟ ସଂଘ (ଇପ୍ଟା), କଟକର ୩ୟ ଜିଲ୍ଲା ସମ୍ମିଳନୀ ଓ ନୂତନ ପରିଷଦ ଗଠନ

 କଟକ-BNO- (୧୭-ଜୁଲାଇ-୨୦୨୪) ବାରବାଟୀ ଷ୍ଟାଡିୟମ୍ ସ୍ଥିତ ଇସ୍କଫ୍ ସଭାଗୃହରେ ଭାରତୀୟ ଗଣନାଟ୍ୟ ସଂଘ (ଇପଟା/IPTA)କଟକ ଶାଖାର ୩ୟ ଜିଲ୍ଲା ସମ୍ମିଳନୀ ଇସ୍କଫ୍ ର ସର୍ବ ଭାରତୀୟ ସାଧାରଣ ସମ୍ପାଦକ ଶ୍ରୀ ବିଜୟ ପଢିହାରିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି। ଇପ୍ଟାର ଜାତୀୟ ସମ୍ପାଦକ ମଣ୍ଡଳୀ ସଭ୍ୟ ମହାନ ବିପ୍ଳବୀ ଶ୍ରୀ ଶୈଳେନ୍ଦ୍ର ମୁଖ୍ୟବକ୍ତା ଓ ଜାତୀୟ ପରିଷଦ ସଭ୍ୟ ଶ୍ରୀ ଉପେନ୍ଦ୍ର ମିଶ୍ର ମହୋଦୟ ମୁଖ୍ୟ ଅତିଥି ତଥା କଟକ ଜିଲ୍ଲାର ସମ୍ପାଦିକା ଶ୍ରୀମତୀ କୃଷ୍ଣ ପ୍ରିୟା ମିଶ୍ର ଓ ରାଜ୍ୟ ସମ୍ପାଦକ ଶ୍ରୀ ସୁଶାନ୍ତ ମହାପାତ୍ର ମଞ୍ଚ ମଣ୍ଡନ କରିଥିଲେ। ଏହି ସମ୍ମିଳନୀକୁ ପତାକା ଉତ୍ତୋଳନ କରି ଉଦ୍ଘାଟନ କରିଥିଲେ ଶ୍ରୀ ଶୈଳେନ୍ଦ୍ର ଓ ଇପ୍ଟା ର ପତାକା ସଙ୍ଗୀତ ଗାନ କରିଥିଲେ ଶ୍ରୀ ସୁଶାନ୍ତ ମହାପାତ୍ର। ଅତିଥିମାନଙ୍କୁ ମଞ୍ଚକୁ ସ୍ବାଗତ କରିବା ପରେ ପୁଷ୍ପଗୁଚ୍ଛ ପ୍ରଦାନ ସମେତ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଙ୍କୁ ସମ୍ବର୍ଧିତ କରିଥିଲେ ଶ୍ରୀ ବିଜୟ ପଢିହାରୀ। ସମ୍ପାଦକଙ୍କ ବକ୍ତବ୍ୟ ପରେ ମୁଖ୍ୟ ବକ୍ତା ଶ୍ରୀ ଶୈଳେନ୍ଦ୍ରଙ୍କ ଇପଟାର ଇତିହାସ, ଆଭିମୁଖ୍ୟକୁ ଭିତ୍ତି କରି ସାରଗର୍ଭକ ଚେତନା ଉଦ୍ରେକକାରୀ ଅଭିଭାଷଣରେ ସମସ୍ତ ସଦସ୍ୟ ଇପ୍ଟା ର ମୂଳ ଲକ୍ଷ୍ୟ, ଉଦ୍ଦେଶ୍ୟ ତାହାର ଭୂମିକା ଏବଂ ସାମ୍ପ୍ରତିକ ରାଜନୈତିକ, ସାଂସ୍କୃତିକ ଅବକ୍ଷୟର ଭୟାବହତାକୁ ଅନୁଭବ କରି ସାମାଜିକ ସଚେତନତା ସୃଷ୍ଟି କରିବାକୁ ସଂକଳ୍ପବଦ୍ଧ ହୋଇଥିଲେ।

ସଭାପତି ଶ୍ରୀ ପଢିହାରୀ ତାଙ୍କର ଅଭିଭାଷଣରେ ଅନେକ ନୂତନ ଯୁବ ପୀଢ଼ିଙ୍କର ସହଭାଗିତା ଓ ଆଗ୍ରହକୁ ଦେଖି ଖୁସି ବ୍ୟକ୍ତ କରିବା ସହିତ ଆଗାମୀ ସମୟ ପାଇଁ ଏହା ଏକ ଶୁଭ ସୂଚନା ବୋଲି କହିଥିଲେ। ଇପ୍ଟା କୁ ଶକ୍ତିଶାଳୀ ଓ ମଜଭୁତ ତଥା ଲୋକାଭିମୁଖୀ କରାଇବା ସମସ୍ତଙ୍କର ଧ୍ୟେୟ ହେବା ଉଚିତ ବୋଲି ଆହ୍ବାନ ଦେଇଥିଲେ। ସୁଶାନ୍ତ ମହାପାତ୍ର ଓ ଲକ୍ଷ୍ନୀଧର ମହାଲିକ ବୈପ୍ଲବିକ ସଙ୍ଗୀତ ଗାନ କରିଥିଲେ।‌ ବର୍ଷିୟାନ ମଞ୍ଚ ଅଭିନେତ୍ରୀ ନିର୍ଦେଶିକା ନିହାରୀକା ଦାସ ସ୍ବରଚିତ ହାସ୍ୟ ରସାତ୍ମକ ଏକକ ଅଭିନୟ “ଗୀତା ନାରାୟଣ” ମାଧ୍ୟମରେ ସମସ୍ତଙ୍କୁ ପୁଲକିତ କରାଇଥିଲେ।
କୁନି ନୃତ୍ୟଶିଳ୍ପୀ ଅରଣ୍ୟା ଦାସ, ସମ୍ପୂର୍ଣ୍ଣା ଦାସ ଓ ଶାଳିନୀ ଦାସ ଦଳଗତ ନୃତ୍ୟ , କୁମାର ଚନ୍ଦନ ଆଚାର୍ଯ୍ୟ ଆଧୁନିକ ନୃତ୍ୟ ଓ ସନ୍ତୋଷ ପାତ୍ର ଏକକ ନୃତ୍ୟ ପରିବେଷଣ କରିଥିଲେ।
ସର୍ବଶ୍ରୀ ସୁବାସ ଚଂଦ୍ର ବୋଷ, ବିଜୟ ମହାପାତ୍ର, ଏମ୍ ଅଖତର ହୁସେନ, ସଞ୍ଜୟ ପରିଜା, ଶିବପ୍ରସାଦ ନାୟକ, ବିନୋଦ ବେହେରା, ଜାନକୀ ବଲ୍ଲଭ ମହାନ୍ତି, ଅମରେନ୍ଦୁ ମହାନ୍ତି, ରମେଶ ସାହୁ, ପ୍ରିୟଦର୍ଶନ ମହାନ୍ତି, ବିପିନ ବିହାରୀ ପାଢ଼ୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସକ୍ରିୟ ଯୁବପିଢିଙ୍କୁ ନେଇ କଟକ ଜିଲ୍ଲାର ନୂତନ ପରିଚାଳନା ପରିଷଦର ପୁନର୍ଗଠନ କରାଗଲା। ଶ୍ରୀ ବିପିନ ବିହାରୀ ପାଢ଼ୀ ସଭାପତି ଓ ଶ୍ରୀ ଲକ୍ଷ୍ମୀଧର ମହାଲିକ ସମ୍ପାଦକ ରୂପେ‌ ସର୍ବସମ୍ମତିକ୍ରମେ ନିର୍ବାଚିତ ହେଲେ। କବି ଇନାୟତ ଅଲ୍ଲୀଙ୍କ କବିତା ପୁସ୍ତକ ‘ଶବ୍ଦ ଜୁଆର ‘ଉନ୍ମୋଚିତ ହୋଇଥିଲା। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ଶ୍ରୀ ଆଶୋକ ଦାସ ଓ ମଞ୍ଚ ପରିଚାଳନା କରିଥିଲେ ଚିତ୍ତରଞ୍ଜନ ପାତ୍ର।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *