ଭଙ୍ଗା କୁଡ଼ିଆରେ ବିତୁଛି ବାପ ପୁଅଙ୍କ ସାଂସାରିକ ଜୀବନ ।
ଭଙ୍ଗା କୁଡ଼ିଆରେ ବିତୁଛି ବାପ ପୁଅଙ୍କ ସାଂସାରିକ ଜୀବନ ।
ପରଜଙ୍ଗ :13.08.23 BREAKING NEWS ODIA (Report by Nirmal gadanayak) ସ୍ୱାଧୀନତାର ୭୬ ତମ ବର୍ଷ ହେବାକୁ ବସିଲାଣି ।ହେଲେ ଆଜି ପର୍ଯ୍ୟନ୍ତ ଅଭାବ ଅନାଟନ ଲାଗି ରହିଛି ।ବଞ୍ଚିବାକୁ ଗଣ୍ଡେ ଆହାର ପିନ୍ଧିବାକୁ ଖଣ୍ଡେ କନା ଓ ରହିବାକୁ ବାସଗୃହ ଖଣ୍ଡିଏ ନିତ୍ୟାନ୍ତ ଦରକାର ଗରିବ ଖଟିଖିଆ ଦିନ ମଜୁରିଆ ପରିବାର ପାଇଁ ଏହା ହେଉଛି ମୁଣ୍ଡ ବ୍ୟଥାର କାରଣ , ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବଡ଼ଝରା ପଞ୍ଚାୟତ ବଡଝରା ପୁରୁଣା ସାହିରେ ।ସାହିର ଗୁରୁ ସିଂହ ନିଜର ସ୍ତ୍ରୀ ସହିତ ଉତ୍ତମ ବୁଝାମଣାରେ ବୈବାହିକ ଜୀବନ ଅତିବାହିତ କରିଆସୁଥିଲେ । ମୂଲ ମଜୁରୀ କରି ପରିବାର ପ୍ରତିପୋଷଣ କରି ଆସୁଥିଲେ ମଧ୍ୟ ଗୁରୁ ୨ଟି ଜନ୍ମିତ ପୁଅ ପାଇ ବେଶ ଖୁସିରେ ଦାମ୍ଭିକତାର ସହ ଜୀବନ ଅତିବାହିତ କରୁଥିଲେ ।ଏତକିବେଳେ ଗୁରୁଙ୍କ ମୁଣ୍ଡରେ ବଜ୍ର ପଡିଲା ଭଳି ନିଜ ସ୍ତ୍ରୀ ଆଜକୁ ୭/୮ ବର୍ଷ ହେବ ସାନ ପୁଅକୁ ସାଥିରେ ନେଇ ଅନ୍ୟତ୍ର କାହା ସାଥିରେ ପଳାଇ ଯାଇଥିଲେ ।ଫଳରେ ଗୁରୁ ଧୈଯ୍ୟହରା ନହୋଇ ନିଜ ବଡ ପୁଅକୁ ସାଥିରେ ଧରି ଆଜି ପର୍ଯ୍ୟନ୍ତ ରହିଛନ୍ତି । ବଡ଼ ପୁଅର ବୟସ ପ୍ରାୟ ୩ ବର୍ଷ ହୋଇଥିବା ବେଳେ ମା ଅନ୍ୟତ୍ର ପଳାଇ ଯାଇଥିଲେ ମଧ୍ୟ ବାପାର ସ୍ନେହ ଆଦର ପାଇ ଆଜି ୧୦ ବର୍ଷରେ ପହଁଚିଛି ।ସାହି ପଡୋଶୀ ଘର ମାନଙ୍କରେ ମୂଲ ମଜୁରୀ କରି ବାପ ପୁଅ ପେଟ ପୋଷିବା ବ୍ୟତୀତ ଏମାନଙ୍କର ଆଉ କିଛି ନାହିଁ ।ନିଜର ଚାଳ ଛପର ଘର ଖଣ୍ଡିକ ଭଙ୍ଗା ରୁଜା ଅବସ୍ଥାରେ ଥିଲେ ମଧ୍ୟ ଏହାକୁ ମରାମତି କରିବା ଏମାନଙ୍କ ପକ୍ଷେ ସକ୍ଷମ ହେଉନାହିଁ ।ଅର୍ଥ ଅଭାବ ଯୋଗୁଁ ଘର ଖଣ୍ଡିକ ଆଜି ମାଟିରେ ମିଶିବା ଅବସ୍ଥାରେ ରହିଲାଣି। ଦିନସାରା କଷ୍ଟରେ ସମୟ କଟାଇ ଦେଉଥିବା ବେଳେ ରାତ୍ରି ହେଲେ ବିଶ୍ରାମ ନେବାକୁ ବାପ ପୁଅଙ୍କୁ ଚିନ୍ତା ଘାରିଥାଏ ।ଯାହାକି ଏ ପିଣ୍ଡା ସେ ପିଣ୍ଡା ହୋଇ ବାପ ପୁଅ ରାତିନିଦ୍ରା ଯାପନ କରୁଥିବା ଜଣାପଡିଛି । ବର୍ତ୍ତମାନ ଗୁରୁଙ୍କ ଦେହ ଅସୁସ୍ଥ ହେବାକୁ ଲାଗିଲାଣି ,ଯାହା ଫଳରେ ମୂଲ ମଜୁରୀ କରିବା ଗୁରୁଙ୍କ ପକ୍ଷେ ସକ୍ଷମ ହେଉନାହିଁ ।ଏହି ଅସମୟରେ ପୁଅର ଚିନ୍ତା ତାସାଙ୍ଗକୁ ଚଳିବା ଚିନ୍ତା ଆହୁରି ଯନ୍ତ୍ରଣାକୁ ଠେଲି ଦେଇଛି । ତୁରନ୍ତ ଆବାସ ଘର ଯୋଗାଇ ଦେବା ସହ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।