ଭଗ୍ନାଂଶ ଅବସ୍ଥାରେ କେନାଲ ପୋଲ ।

ଭଗ୍ନାଂଶ ଅବସ୍ଥାରେ କେନାଲ ପୋଲ ।

ପରଜଙ୍ଗ 04.08.23 :BREAKING NEWS ODIA (report by nirmal gadanayak) ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ୫୩ ନମ୍ବର ଜାତୀୟ ରାଜପଥ ହାତିଲୁଚାଣି ଛକ ଠାରୁ ୫କିଲୋ ମିଟର ଦୂରତାରେ କୁଆଳୁ ପଞ୍ଚାୟତ ପରମହଂସପୁର ଛକ ୧୪୯ ନମ୍ବର ଜାତୀୟ ରାଜପଥକୁ ଲାଗି ଏକ ପୂର୍ତ୍ତ ବିଭାଗ ରାସ୍ତା ରହିଛି ଯାହାକି ୧୪୯ ନମ୍ବର ଜାତୀୟ ରାଜପଥ ସହିତ ପୂର୍ତ୍ତ ବିଭାଗ ରାସ୍ତାଟି ସଂଯୋଗ ରହିଛି ।ଉକ୍ତ ରାସ୍ତାଟି ହାତିଲୁଚାଣି , ବାଲିସାହି , କୁଆଳୋ ହାଇସ୍କୁଲ , କଲେଜ , ପୁରୁଣା ଗାଁ ଦେଇ ପରମହଂସପୁର ଛକ ପର୍ଯ୍ୟନ୍ତ ରହିଥିବା ଏହି ରାସ୍ତା ଉପରେ ରେଙ୍ଗାଳି ବାମ ପାର୍ଶ୍ୱ ମୁଖ୍ୟ କେନାଲ ପୋଲ ରହିଛି । ଏହି ପୋଲ ହାତିଲୁଚାଣି ଓ ବାଲିସାହି ମଧ୍ୟ ସ୍ଥଳରେ ରହିଥିବାରୁ ଏହାରି ଉପରେ ଦୈନଦିନ ୨ଟି ପଞ୍ଚାୟତବାସୀଙ୍କ ପାଇଁ ମୁଖ୍ୟ ଯାତାୟାତ ପଥ ରହିଥିବା ବେଳେ ଏହି ଅଞ୍ଚଳରେ ରହିଥିବା ସ୍କୁଲ କଲେଜ ହାଟ ମନ୍ଦିର ଓ ଅନ୍ୟ ସମସ୍ତ ଅନୁଷ୍ଠାନ ରହିଥିବାରୁ ଅନ୍ୟତ୍ର ଯାତ୍ରୀ ଏହି ରାସ୍ତା ଦେଇ ଯାତାୟତ କରିଥାନ୍ତି । ଦୀର୍ଘ ବର୍ଷର ନିର୍ମିତ ଏହି କେନାଲ ପୋଲ ଭଗ୍ନାଶ ଅବସ୍ଥାକୁ ଯାଇଥିବା ବେଳେ ପୋଲର ଉଭୟ ପାର୍ଶ୍ଵରେ ଲୋକଙ୍କ ନିରାପତ୍ତା ପାଇଁ ବାଡ ମଧ୍ୟ ଭାଙ୍ଗିଥିବା ଦୃଶ୍ୟ ଦେଖିବାକୁ ମିଳିଛି ।ଏହି ବାଡ ଭଗ୍ନାଂଶ ଅବସ୍ଥାରେ ରହିଥିବାରୁ ଲୋକଙ୍କ ଯାତାୟତ ବିପଦପୂର୍ଣ୍ଣ ଦିଗକୁ ଗତିକରିଛି ।କମ୍ ଓସାର ପୋଲ ଉପରେ ସବୁ ବେଳେ ଲୋକଙ୍କ ଯାତାୟତ ସମେତ ଭାରିଯାନ ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ଗାଡ଼ି ଚଳାଚଳ କରୁଥିବାରୁ କୌଣସି ମୁହୂର୍ତ୍ତରେ ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି ।ତୁରନ୍ତ ବିଭାଗୀୟ ଅଧିକାରୀ ଉକ୍ତ କେନାଲ ପୋଲ ମରାମତି କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *