ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ ।

ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ ।

ପରଜଙ୍ଗ:21.08.23 BREAKING NEWS ODIA (Report by Nirmal gadanayak) ତାଳଚେର ସମଲ ଠାରୁ ପରଜଙ୍ଗ ବ୍ଲକ ମାଣିକମରା , ବସୁଲେଇ , କୁଲେଇ ,ସରାଙ୍ଗ ଗ୍ରାମ ନିକଟ ଦେଇ ପ୍ରବାହିତ ହୋଇଥିବା ବ୍ରାହ୍ମଣୀ ନଦୀରେ ଆଜି କୁମ୍ଭୀର ଆତଙ୍କ ଖେଳାଇ ଦେଇଛି ।ଲଘୁଚାପ ଜନିତ ବର୍ଷାରେ ନଦୀରେ ବନ୍ୟା ପରିସ୍ଥିତି ରହିଛି ।କିନ୍ତୁ ନଦୀର ଏହି ପ୍ରଖର ସ୍ରୋତରେ ସମଲ ବ୍ୟାରେଜ ନିକଟସ୍ଥ ସିରିଗିଡ଼ା ଗ୍ରାମ ନିକଟରେ କୁମ୍ଭୀରଟି ମଝି ନଈରେ ଉପରମୁହାଁ ହେଉଥିବା ବେଳେ ନଦୀକୂଳିଆ ଲୋକମାନେ ଦେଖିବାକୁ ପାଇଥିଲେ କୁମ୍ଭୀରକୁ ଦେଖି ନଦୀକୂଳିଆ ଗ୍ରାମ ଗୁଡିକରେ ଆତଙ୍କ ଖେଳାଇ ଦେଇଛି ନିତିଦିନିଆ ନଦୀ ପାଣିରେ ନିତ୍ୟକର୍ମ କରୁଥିବା ଲୋକଙ୍କ ମନରେ ଛନକା ପଶିଯାଇଛି ।କୁମ୍ଭୀର ସିରିଗିଡା ରୁ ବସୁଲେଇ ପର୍ଯ୍ୟନ୍ତ ଚଳପ୍ରଚଳ ହେଉଥିବାରୁ ବନ ବିଭାଗକୁ ଜଣାଇଥିଲେ ।ନଦୀର ଅପରପାର୍ଶ୍ବରେ ତାଳଚେର ବନ ବିଭାଗ କର୍ମଚାରୀ ଓ ପରଜଙ୍ଗ ଅଞ୍ଚଳରେ ପରଜଙ୍ଗ ବନ ବିଭାଗ କର୍ମଚାରୀ ସ୍ଵତନ୍ତ୍ର ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ନଦୀକୂଳିଆ ଗ୍ରାମବାସୀ ମାନଙ୍କୁ ନଦୀ ଭିତରକୁ ନଯିବାକୁ ବାରଣ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *