ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇସି) ସହିତ ଏମଓୟୁ ସ୍ୱାକ୍ଷର

ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇସି) ସହିତ ଏମଓୟୁ ସ୍ୱାକ୍ଷର

ଏହା ଅଧିନରେ ବେଦାନ୍ତ ହସପିଟାଲ ଲାଞ୍ଜିଗଡ଼ ଇଏସଆଇସି-ସ୍ୱୀକୃତ ମେଡିକାଲ କେନ୍ଦ୍ରର ନେଟୱର୍କରେ ଯୋଗଦେବ ଓ ଲଞ୍ଜିଗଡ଼ର ପ୍ରଥମ କର୍ମଚାରୀଙ୍କ ୟୁଟିଲାଇଜେସନ ଡିସପେନସରି ହେବ ।

ଲାଞ୍ଜିଗଡ଼, କଳାହାଣ୍ଡି ଜିଲ୍ଲା, ୨୮ ଅକ୍ଟୋବର ୨୦୨୨: ବେଦାନ୍ତ ଲିମିଟେଡ, ଲାଞ୍ଜିଗଡ଼଼ ଭାରତର ଅଗ୍ରଣି ମେଟାରଲଜିକାଲ ଗ୍ରେଡର ଆଲୁମିନିୟମ ନିର୍ମାତା କର୍ମଚାରୀ ରାଜ୍ୟ ବୀମା ନିଗମ ସହିତ ସହଭାଗୀ ହୋଇ ଏହାର ସପଫ୍ଲୋର ସ୍ତରୀୟ କର୍ମଚାରୀ ଓ ବ୍ୟବସାୟ ସହଯୋଗୀଙ୍କୁ ଏହି କଲ୍ୟାଣକାରୀ ସୁବିଧା ଉପଲବ୍ଧ କରାଇବ । ଏହି ସହଭାଗୀତାର ଅଂଶ ଭାବରେ ଲାଞ୍ଜିଗଡ଼଼ କଳାହାଣ୍ଡି ଓଡ଼ିଶାର ବେଦାନ୍ତ ଡାକ୍ତରଖାନା ବର୍ତ୍ତମାନ ଏକ ନିଯୁକ୍ତିଦାତା ଡିସପେନସାରି ଭାବେ ମାନ୍ୟତା ପାଇଛି । ଏହି ସ୍ୱିକୃତି ପାଇବା ଦ୍ୱାରା ବେଦାନ୍ତ ହସପିଟାଲରେ ହୀତାଧିକାରୀମାନେ ମାଗଣାରେ ଚିକିତ୍ସା ସେବା ସୁବିଧା ପାଇପାରିବେ ।

ଇଏସଆଇସି ସାଧାରଣ ସ୍ୱାସ୍ଥ୍ୟ ଜନିତ ଆପଦକୁ ତିନିସ୍ତରୀୟ ସହାୟତା ଯଥା ପ୍ରାଥମିକ, ମାଧ୍ୟମିକ ଓ ତୃତୀୟ ଶ୍ରେଣୀରେ ବିଭକ୍ତ କରିଛି ଯେଉଁଥିରେ ଜଣେ ଇଏସଆଇସିର ହୀତାଧିକାରୀ ଚିକିତ୍ସା ପାଇପାରିବେ । ଏହି ପରିପ୍ରେକ୍ଷୀରେ ବେଦାନ୍ତ ଡାକ୍ତରଖାନା ପ୍ରାଥମିକ ସ୍ତରରେ ଚିକିତ୍ସା ସହାୟତା ଯୋଗାଇବ । ବେଦାନ୍ତ ଡାକ୍ତରଖାନା ଲାଞ୍ଜିଗଡ଼଼ରେ ଅବସ୍ଥିତ ଓ ଏଠାରେ ୨୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ଚିକିତ୍ସା ସୁବିଧା ରହିଛି । ଏହି ଡାକ୍ତରଖାନାଟି ଡାକ୍ତର, ଫିଜିଓଥେରାପିଷ୍ଟ, ଭ୍ରମଣକାରୀ ବିଶେଷଜ୍ଞ ଓ ରେଫରାଲ ପାଇଁ ଆମ୍ବୁଲାନସ ସୁବିଧା ସହ ସଜ୍ଜିତ । ଏଠାକୁ ପ୍ରତିଦିନ ୨୦୦ରୁ ଅଧିକ ରୋଗୀ ସ୍ୱାସ୍ଥ୍ୟ ସେବା ପାଇଁ ଆସିଥାନ୍ତି । ଏଠାରେ କର୍ମଚାରୀମାନେ ଇଏସଆଇସିରୁ ମାଧ୍ୟମିକ ଓ ତୃତୀୟ ସ୍ତରୀୟ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପାଇପାରିବେ । ଅଧିକନ୍ତୁ, କର୍ମଚାରୀ ଓ ବ୍ୟବସାୟିକ ସହଯୋଗୀମାନେ ଅକ୍ଷମତା, ମାତୃତ୍ୱ, ନିର୍ଭରଶୀଳ ଓ ବେକାରୀ ସମ୍ବନ୍ଧୀୟ ଅନେକ ଅତିରିକ୍ତ ଯୋଜନାରୁ ଲାଭ ପାଇ ପାରିବେ ।

ଇଏସଆଇସି ସହିତ ଏହି ସହଭାଗୀତା ସଂପର୍କରେ ଶ୍ରୀ ଜିଜି ପାଲ, ଡେପୁଟି ସିଇଓ- ଆଲୁମିନା ବିଜିନେସ କହିଛନ୍ତି ଯେ ଆମ କର୍ମଚାରୀ ଓ ବ୍ୟବସାୟିକ ଭାଗିଦାରୀଙ୍କ କଲ୍ୟାଣ ଆମ ପାଇଁ ସବୁଠାରୁ ମୂଲ୍ୟବାନ । କର୍ମଚାରୀ ରାଜ୍ୟ ବୀମା ନିଗମ ସହିତ ଆମର ସହଭାଗୀତା ଆମ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଇଏସଆଇସିର କଲ୍ୟାଣକାରୀ ଯୋଜନାରୁ ଲାଭ ମିଳିବ । ଏଠାରେ ଥିବା ବେଦାନ୍ତ ହସପିଟାଲ ଲୋକମାନଙ୍କୁ ଅନେକଦିନ ଅର୍ଥାତ ୧୫ ବର୍ଷ ହେଲା ଚିକିତ୍ସାସେବା ଯୋଗାଇ ଆସୁଛି । ଏହି ହସପିଟାଲ ଦ୍ୱାରା ଆମେ ଏବେ ଇଏସଆଇସି ର ଅତିରିକ୍ତ ଚିକିତ୍ସା ସେବା ପ୍ରଦାନ କରିବୁ ।

ଓଡ଼ିଶାର ଭୁବନେଶ୍ୱର ସ୍ଥିତ ଇଏସଆଇସିର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ପାର୍ଥ ସାରଥୀ ପଣ୍ଡା କହିଛନ୍ତ ଯେ ଶ୍ରମିକମାନେ ହେଉଛନ୍ତି ରାଷ୍ଟ୍ରର ଶକ୍ତି, କାରଣ ସେମାନେ ଅର୍ଥବ୍ୟବସ୍ଥାକୁ ଅକାର ପ୍ରଦାନ କରିଥାନ୍ତି ଓ ଇଏସଆଇସି ଏହି ଶ୍ରମିକମାନଙ୍କୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ଗ୍ରହଣ କରିଛି । ଆମେ ଖୁସିଯେ ବେଦାନ୍ତ ଏହାର ହସପିଟାଲ ସହିତ ଇଏସଆଇସିକୁ ସାମିଲ କରାଇଛି ଯାହାଦ୍ୱାରା ସ୍ଥାନୀୟ ଗୋଷ୍ଠୀ ବହୁ ଲାଭବାନ ହେବେ । ଏହି ପଦକ୍ଷେପ ଦ୍ୱାରା ବେଦାନ୍ତର କର୍ମଚାରୀମାନେ ବିଶେଷ ଭାବରେ ଉପକୃତ ହେବେ ।

ବେଦାନ୍ତ ଲାଞ୍ଜିଗଡ଼଼ କର୍ମଚାରୀ ଓ ସ୍ଥାନୀୟ ଜନବର୍ଗଙ୍କ କଲ୍ୟାଣ ପାଇଁ ଅନେକ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛି । ଏହା ବ୍ୟତୀତ ଲାଞ୍ଜିଗଡ଼଼ରେ ଅତ୍ୟାଧୁନିକ ହସପିଟାଲ ଦ୍ୱାରା ସ୍ୱାସ୍ଥ୍ୟ ସେବା ସହାୟତା ପ୍ରଦାନ କରୁଛି । ଗୋଷ୍ଠାରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଯୋଗାଣଠାରୁ ଆରମ୍ଭ କରି ସଚେତନତା ମୂଳକ କାର୍ଯ୍ୟକ୍ରମ ଜରିଆରେ କୁପୋଷଣ ଓ ମ୍ୟାଲେରିଆର ପ୍ରତିକାର ପାଇଁ ଯତ୍ନ ନିଆଯାଉଛି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୬ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର‌୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ର।ଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ୨୦୦୭ରେ କଂପାନି ୨ ଏମଟିପିଏ କ୍ଷମତା ଆଲୁମିନିୟମ ରିଫାଇନାରି ଲାଞ୍ଜିଗଡ଼଼ରେ ପ୍ରତିଷ୍ଠା କରିଛି ଓ ୯୦ ମେଗାୱାଟ ପାୱାର ପ୍ଲାଣ୍ଟ ପରିଚାଳନା କରୁଛି । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍‌ଟର, ପାୱାର ପ୍ଲାଣ୍ଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

About Vedanta Limited:
Vedanta Limited, a subsidiary of Vedanta Resources Limited, is one of the world’s leading Oil & Gas and Metals company with significant operations in Oil & Gas, Zinc, Lead, Silver, Copper, Iron Ore, Steel, and Aluminium & Power across India, South Africa and Namibia. For two decades, Vedanta has been contributing significantly to nation building. Governance and sustainable development are at the core of Vedanta’s strategy, with a strong focus on health, safety, and environment. Vedanta has put in place a comprehensive framework to be the ESG leader in the natural resources sector. Vedanta is committed to reducing carbon emissions to zero by 2050 or sooner and has pledged $5 billion over the next 10 years to accelerate the transition to net zero operations. Giving back is in the DNA of Vedanta, which is focused on enhancing the lives of local communities. The company’s flagship social impact program, Nand Ghars, have been set up as model anganwadis focused on eradicating child malnutrition, providing education, healthcare, and empowering women with skill development. Under the aegis of the Anil Agarwal Foundation, the umbrella entity for Vedanta’s social initiatives, the Vedanta group has pledged Rs 5000 crore over the next five years on social impact programmes with a thrust on nutrition, women & child development, healthcare, animal welfare, and grass-root level sports. Vedanta and the group companies company have been featured in Dow Jones Sustainability Index 2020, and was conferred Frost & Sullivan Sustainability Awards 2020, CII Environmental Best Practices Award 2020, CSR Health Impact Award 2020, CII National Award 2020 for Excellence in Water Management, CII Digital Transformation Award 2020, ICSI National Award 2020 for excellence in Corporate Governance, People First HR Excellence Award 2020, ‘Company with Great Managers 2020’ by People Business and certified as a Great Place to Work 2021. Vedanta’s flagship Nand Ghar Project was identified as best CSR project by Government of Rajasthan. Vedanta Limited is listed on the Bombay Stock Exchange and the National Stock Exchange. For more information, please visit www.vedantalimited.com

About Vedanta Aluminium Business:
Vedanta Aluminium, a business of Vedanta Limited, is India’s largest producer of aluminium, manufacturing more than half of India’s aluminium i.e., 2.26 million tonnes in FY22. It is a leader in value-added aluminium products that find critical applications in core industries. Vedanta Aluminium ranks 4th in the Dow Jones Sustainability Index (DJSI) 2021 world rankings for aluminium industry, a reflection of its sustainable development practices. With its world-class aluminium smelters, alumina refinery and power plants in India, the company fulfils its mission of spurring emerging applications of aluminium as the ‘Metal of the Future’ for a greener tomorrow. www.vedantaaluminium.com

For further information, please contact:
Mr. Bibhudendu Panda
Associate Vice President
Head – Communications & Community Development
Vedanta Limited, Lanjigarh
Bibhudendu.Panda@vedanta.co.in
www.vedantaaluminium.com

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *