ବେଦାନ୍ତ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ ଭ୍ରାମ୍ୟମାଣ ହେଲଥ ୟୁନିଟର ଶୁଭାରମ୍ଭ

ବେଦାନ୍ତ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ ଭ୍ରାମ୍ୟମାଣ ହେଲଥ ୟୁନିଟର ଶୁଭାରମ୍ଭ

ଝରପଲମ ଗ୍ରାମର ଅଧିବାସୀଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଝାରସୁଗୁଡ଼ା, ୨୦ ଅକ୍ଟୋବର ୨୦୨୨: ବେଦାନ୍ତ ଆଲୁମିନିୟମ ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ସୁନ୍ଦରଗଡ଼ ଜିଲ୍ଲାର ଦୂରବର୍ତି ଅଂଚଳଗୁଡ଼ିକରେ ଲୋକମାନଙ୍କ ବ୍ୱାରଦେଶରେ ସ୍ୱାସ୍ଥସେବା ଉପଲବ୍ଧ ପାଇଁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ ଶୁଭାରମ୍ଭ କରିଛି । କମ୍ପାନି ଝରପଲମ ଗ୍ରାମରେ ଏହି ସ୍ୱାସ୍ଥ୍ୟ ଶିବିର ପରିଚାଳନା କରିଥିଲା ଯେଉଁଠାକୁ ଅନ୍ୟାନ୍ୟ ଅଂଚଳର ଲୋକମାନେ ସ୍ୱସ୍ଥ୍ୟସେବା ପାଇବାକୁ ଆସିଥିଲେ । ଡାକ୍ତରୀ ପେଶାଦାରଙ୍କ ଦ୍ୱାରା ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଥିଲା । କଂପାନିର କର୍ମଚାରୀମାନେ ସ୍ୱେଛାକୃତଭାବେ ଯୋଗ ଦେଇ ଏହି ସ୍ୱାସ୍ଥ୍ୟ ଶିବିରକୁ ସଫଳ କରାଇଥିଲେ ।ଏହି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ ମାଧ୍ୟମରେ ବେଦାନ୍ତ ଆଲୁମିନିୟମ ସୁନ୍ଦରଗଡ଼ ଜିଲ୍ଲାର ଏକାଧିକ ଗାଁରେ ପହଁଚି ଲୋକଙ୍କୁ ଗୁଣମାନର ସ୍ୱାସ୍ଥ୍ରସେବା ପ୍ରଦାନ କରିଥିଲା, ଯେଉଁଥିରେ ପ୍ରାଥମିକ ଚିକିତ୍ସା ପରାମର୍ଶ, ରକ୍ତ ପରୀକ୍ଷା, ରକ୍ତଚାପ ଅନୁଧ୍ୟାନ, ସାଧାରଣ ରୋଗ ପାଇଁ ପରୀକ୍ଷା ଓ ପରାମର୍ଶ ପ୍ରଦାନ କରିଥିଲା । ଏମଏଚୟୁରେ ଡାକ୍ତରୀ ଦଳଙ୍କ ସମେତ ନର୍ସ, ଫାର୍ମାସିଷ୍ଟ ଓ ସଂଯୋଜକ ମାନେ ଥିଲେ । ମୋଟାମୋଟି ଭାବରେ ଏହି ପଦକ୍ଷେପ ଦ୍ୱାରା ୪୫୦୦ରୁ ଅଧିକ ଲୋକଙ୍କୁ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବା ପରାମର୍ଶ ଓ ଔଷଧ ପ୍ରଦାନ
କରାଯାଇ ପାରିବ ବୋଲି ଆଶା ରହିଛି । ଏହି ପଦକ୍ଷେପ ସଂପର୍କରେ ଶ୍ରୀ ଭି. ଶ୍ରୀକାନ୍ତ, ସିଇଓ-ମାଇନ୍ସ (ବେଦାନ୍ତ ଆଲୁମିନିୟମ) କହିଥିଲେଯେ- ଉତମ ସ୍ୱାସ୍ଥ୍ୟ ଓ ସୁସ୍ଥତାର ସ୍ଥାୟୀ ବିକାଶ ପାଇଁ ବେଦାନ୍ତ ଆଲୁମିନିୟମ ପ୍ରତିବଦ୍ଧ । ଆମର ସାମୁହିକ କାର୍ଯ୍ୟକ୍ରମକୁ
ଅଧିକ ସୁଦୃଢ କରିବା ଲାଗି ଆମ ପ୍ରୟାସରେ ଏହା ପ୍ରତିଫଳିତ ହୋଇଛି । ଆମର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ ଓ ସ୍ୱାସ୍ଥ୍ୟ ଶିବିର ପରି ଫୋକସ ହସ୍ତକ୍ଷେପ ମାଧ୍ୟମରେ ଆମେ ଗ୍ରାମୀଣ ଗୋଷ୍ଠୀର ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ସେମାନଙ୍କ ଦ୍ୱାରଦେଶରେ ପହଁଚାଇବାରେ ସାହାଯ୍ୟ କରୁଛୁ । ଏହି ଶିବିରରେ ଯୋଗଦେଇଥିବା ଜଣେ ସ୍ଥାନୀୟ ବାସିନ୍ଦା ଶ୍ରୀ ପ୍ରଶନ୍ନ ଗିଦାଲି କହିଛନ୍ତିଯେ- ଏହିପରି ସ୍ୱାସ୍ଥ୍ୟ ଶିବିର ଆମ ଘର ନିକଟରେ ହେଉଥିବାରୁ ଆମେ ସୁବିଧାରେ ସ୍ୱାସ୍ଥ୍ର‌୍ୟସେବା ପାଇପାରୁଛୁ । ଡାକ୍ତରମାନେ ଆମକୁ ବହୁ ମୂଲ୍ୟବାନ ପରାମର୍ଶ ଦେଉଛନ୍ତି । ଏହିପରି ପଦକ୍ଷେପ ଦ୍ୱାରା ଆମ ଗ୍ରାମାଂଚଳର ଲୋକମାନେ ବହୁ ଉପକୃତ ହୋଇ ପାରିବେ । ଏଥିପାଇଁ ବେଦାନ୍ତ କମ୍ପାନିକୁ ମୁଁ ବହୁ ଧନ୍ୟବାଦ ଜଣାଉଛି । ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ
ଯିଏକି ଭାରତର ଅଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୬ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର‌୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ର‌୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ଆଲୁମିନିୟମ ଉଦ୍ୟୋଗ କ୍ଷେତ୍ରରେ ବିଶ୍ୱଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ରିଫାଇନାରୀ, ପାୱାରପ୍ଲାଂଟକୁ ନେଇ କଂପାନି ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *