ବେଦାନ୍ତ ପକ୍ଷରୁ ଓଡ଼ିଶାରେ ଟ.୮୦,୦୦୦ କୋଟିର ଏକ ବୃହତ ପୁଞ୍ଜି ନିବେଶ

ବେଦାନ୍ତ ପକ୍ଷରୁ ଓଡ଼ିଶାରେ ଟ.୮୦,୦୦୦ କୋଟିର ଏକ ବୃହତ ପୁଞ୍ଜି ନିବେଶ

ମେକ ଇନ ଓଡ଼ିଶା, ନିର୍ମାଣ ପଦକ୍ଷେପକୁ ସମ୍ଭବ କରିଥିବାର ପ୍ରମାଣ ବୋଲି କହିଛନ୍ତି ଶ୍ରୀ ଅନୀଲ ଅଗ୍ରୱାଲ ଚେୟାରମ୍ୟାନ, ବେଦାନ୍ତ ରିସୋରସେସ୍‌
ମୁମ୍ବାଇ , ୧୫ ସପ୍ଟେମ୍ବର ୨୦୨୨: ମୁମ୍ବାଇରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ମେକ ଇନ ଓଡ଼ିଶା-୨୦୨୨ ରୋଡସୋରେ ଶ୍ରୀ ଅନୀଲ ଅଗ୍ରୱାଲ ଚେୟାରମ୍ୟାନ, ବେଦାନ୍ତ ରିସୋରସେସ୍ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିଥିଲେ । ବେଦାନ୍ତ ଗ୍ରୁପ ଆଜି ପର୍ଯ୍ୟନ୍ତ ଏକ ବୃହତ ପୁଞ୍ଜି ବିନିଯୋଗ କରିଛି, ଆଲୁମିନିୟମ
ଉତ୍ପାଦନ କ୍ଷେତ୍ରରେ ମୂଲ୍ୟ ଶୃଙ୍ଖଳା, ଫେରୋକ୍ରମ, ଖଣି, ଓ ମୂଲ୍ୟଯୋଗ କ୍ଷେତ୍ରରେ ଟ.୮୦୦୦୦କୋଟି ନିବେଶ କରିଛି । ଏହି ପୁଞ୍ଜି ବିନିଯୋଗ କରିକଂପାନି ନିଜ କାର୍ଯ୍ୟରୁ ଓଡ଼ିଶାର ଜିଡିପିକୁ ୪% ଯୋଗଦାନ ଦେଇଛି । କଂପାନି ମଧ୍ୟ ୫ ଲକ୍ଷ୍ୟରୁ ଅଧିକ ଜୀବିକା ନିର୍ବାହ ସୁଯୋଗ ସୃଷ୍ଟି କରି ରାଜ୍ୟରେ ଶହ ଶହ ଏମଏସଏମଇ ଗଠନ କରିଛି ।
ଓଡ଼ିଶାର ପ୍ରଗତିରେ ବେଦାନ୍ତର ଅବଦାନ ସଂପର୍କରେ ଶ୍ରୀ ଅନୀଲ ଅଗ୍ରୱାଲ ଚେୟାରମ୍ୟାନ, ବେଦାନ୍ତ ରିସୋରସେସ୍ କହିଛନ୍ତିଯେ ଆମେ ମେକ ଇନ ଓଡ଼ିଶାର ପଦକ୍ଷେପକୁ ସଫଳ କରିବାରେ ପ୍ରମାଣିତ କରିଛୁ । ଏହା ଭାରତରେ ସବୁଠାରୁ ଏକ ଅନୁକୂଳ ନିବେଶ ଲକ୍ଷ୍ୟସ୍ଥଳ ମଧ୍ୟରେ ରହିଛି ଯାହା ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ପାଇଁ ସହଜରେ ବ୍ୟବସାୟ କରିବା ଲାଗି ସୁଯୋଗ ଆଣି ଦେଇଛି । ଏକକ ୱିଣ୍ଡୋ କ୍ଲିୟରାନଓ ସିଷ୍ଟମ, ୫ଟି ଫ୍ରେମ ୱାର୍କ ଶୈଳୀ, ଭିତିଭୂମି ପ୍ରକଳ୍ପ ଉପରେ ଧ୍ୟାନ ପ୍ରଦାନ ଇତ୍ୟାଦି
ଦ୍ୱାରା ନିବେଶକ ଗୋଷ୍ଠୀଙ୍କ ଓଡ଼ିଶା ଉପରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି । ଏହି କାରଣରୁ ଆମେ ଆଲୁମିନିୟମ, ଫେରୋକ୍ରମ ଓ ଖଣି
ବ୍ୟବସାୟର ସଂପ୍ରସାରଣ ପାଇଁ ଟ.୨୫,୦୦୦ କୋଟିରୁ ଅଧିକ ପୁଞ୍ଜି ବିନିଯୋଗ କରିଛୁ, ଏହା ଦ୍ୱାରା ରାଜ୍ୟରେ ନିଯୁକ୍ତି ସୁଯୋଗ ଓ ରାଜସ୍ୱ ବୃଦ୍ଧି ହୋଇଛି । ଆମେ ଝାରସୁଗୁଡ଼ାରେ ବୃହତ ଆଲୁମିନା ପାର୍କ ସ୍ଥାପନ କରିଛୁ ଏହା ଦ୍ୱାରା ଘରୋଇ ଆଲୁମିନିୟମ ଡାଉନଷ୍ଟ୍ରିମ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରୁଛି । ଝାରସୁଗୁଡ଼ାରେ ଅ।।ମର ଏହି ପୁଞ୍ଜି ବିନଯୋଗ ଜିଲ୍ଲାକୁ ବିମାନ ବନ୍ଦର ସହିତ ଯୋଡ଼ିବ ଓ ଏକ ଶିଳ୍ପାଂଚଳ ହବରେ ପରିଣତ କରିବା ଆମକୁ ରବ ଆଣି ଦେଇଛି । ଦେଶର ଜିଡିପି ବୃଦ୍ଧିରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ବୈଷୟିକ ଜ୍ଞାନ କୌଶଳ ଓ ପ୍ରାକୃତିକ ସଂପଦ କ୍ଷେତ୍ର ବିଶେଷ ଯୋଗଦାନ ଦେଇଛି । ବ୍ୟବସାୟ ବ୍ୟତୀତ
ଆମେ ୬୫୦ଟି ନନ୍ଦଘର ପ୍ରତିଷ୍ଠା କରିଛୁ ଯେୁଁଥିରେ ୫ଲକ୍ଷରୁ ଅଧିକ ମହିଳା ଓ ଶିଶୁଙ୍କୁ ଶିକ୍ଷା ଓ ତାଲିମ କ୍ଷେତ୍ରରେ ସହାୟତା କରୁଛି । ଶହ ଶହ ଗାଁରେ ଆମର ୩୬୦ ଡିଗ୍ରୀ ଗୋଷ୍ଠୀ ବିକାଶ କାର୍ଯ୍ୟକ୍ରମ ଜାରୀ ରହିଛି । 

ଓଡ଼ିଶାରେ ବେଦାନ୍ତର ନିବେଶ ଓ ଅର୍ଥନୈତିକ ପ୍ରଭାବ:
 ଝାରସୁଗୁଡ଼ାର ବେଦାନ୍ତ ଆଲୁମିନିୟମ ସ୍ମେଲଟର ବିଶ୍ୱର ବୃହତ
ଏକକ ଅବସ୍ଥାନ ଆଲୁମିନିୟମ ସ୍ମେଲଟର ଓ ଏକମାତ୍ର ଭାରତୀୟ
ସ୍ମେଲଟର ଗ୍ଲୋବାଲ ୧ ମିଲିୟନ ଟନ ହବ ।
 ପ୍ରଥମ ଭାରତୀୟ ଧାତୁ ଉତ୍ପାଦକ ଯିଏ ଲୋ କାର୍ବନ ଆଲୁମିନିୟମ,
ବ୍ରାଣ୍ଡେଡ ରୋସ୍ତେରାଁ ପାଇଁ ବିଶ୍ୱ ପ୍ରସିଦ୍ଧ ।
 ଲାଂଜିଗଡ଼ କଳାହାଣ୍ଡିରେ ବିଶ୍ୱ ଶ୍ରେଣୀୟ ଆଲୁମିନା
ରିଫାଇନାରୀ ପ୍ଲାଂଟ ସ୍ଥାପିତ
 ଫେକର ବେଦାନ୍ତର ଏକ ସହାୟକ ସଂସ୍ଥା ଭାବରେ ଭାରତ ଅଗ୍ରଣୀ ଫେରୋ
ଆଲଏଜ ନିର୍ମାତା ଓ ରପ୍ତାନିକାରୀ
 ଫେକର ମଧ୍ୟ ଭାରତର କ୍ରୋମ ଓର ଉତ୍ପାଦନକୁ ୮% ଅବଦାନ ଯୋଗାଉଛି
 ବିଗତ ବର୍ଷମାନଙ୍କରେ ଓଡ଼ିଶାର ଶକ୍ତି ଅଭାବକୁ ୧୦% ହ୍ରାସ କରି
ତୀବ୍ର ବିଜୁଳି ଅଭାବକୁ ଦୂର କରିବା ଲାଗି ୨୦ ବିଲିୟନ ୟୁନିଟ
ବିଦ୍ୟୁତ ଯୋଗାଇଛି ।
ସ୍ଥାନୀୟ ଅଂଚଳର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ଅନେକ
ଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛି ଯେଉଁ ଗୁଡ଼ିକ ହେଉଛି:
 ୧୩୦ରୁ ଅଧିକ ଗ୍ରାମରେ ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା, ଭିତିଭୂମି
ନିର୍ମାଣ ଓ ଅନ୍ୟାନ୍ୟ କ୍ଷେତ୍ରରେ ହସ୍ତକ୍ଷେପ ମାଧ୍ୟମରେ ୩୬୦ ଡ୍ରିଗୀ
ସାମାଜିକ ପ୍ରଭାବ ପକାଇଛି ।
 ଗ୍ରାମାଂଚଳ ବିଦ୍ୟାଳୟ ଗୁଡ଼ିକରେ ଭିତିଭୂମି ବିକାଶ ତଥା
ଉଚ୍ଚମାନର ଶିକ୍ଷା ପାଇଁ ପିଲାମାନଙ୍କୁ ଓଡ଼ିଶା ସରକାରଙ୍କ ମୋ ସ୍କୁଲ
କାର୍ଯ୍ୟକ୍ରମ ସହ ସାମିଲ କରାଯାଇଛି ।
 କଳାହାଣ୍ଡିର ପ୍ରଥମ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଭାବରେ ଡିଏଭି
ବେଦାନ୍ତ ପ୍ରତିଷ୍ଠା କରାଯାଇଛି, ଯେଉଁଠାରେ ୧୨୦୦ରୁ ଅଧିକ ପିଲା
ଗୁଣମାନର ଶିକ୍ଷାଲାଭ କରୁଛନ୍ତି । ୯୦% ଛାତ୍ର ସ୍ଥାନୀୟ ଗୋଷ୍ଠୀର
ଅଟନ୍ତି । ଏହାଦ୍ୱାରା ଏହି ଅଂଚଳରେ ସାକ୍ଷରତା ହାର ପୂର୍ବାପେକ୍ଷା ଯଥେଷ୍ଟ
ବୃଦ୍ଧି ପାଇଛି ।
 ଓଡ଼ିଶରେ ଶୁଭଲକ୍ଷ୍ମୀ ନାମକ ଏକ ଗ୍ରାମୀଣ ମହିଳା ସମବାୟ ସମିତି
ପ୍ରତିଷ୍ଠା କରାଯାଇ ଆଜି ପର୍ଯ୍ୟନ୍ତ ୪୧୦୦ରୁ ଅଧିକ ମହିଳା ସଦସ୍ୟାଙ୍କୁ
ବିଭିନ୍ନ ତାଲିମ ଯଥା ଟେଲରିଂ, କୁକୁଡ଼ା ଚାଷ ଇତ୍ୟାଦି
ଜରିଆରେ ସ୍ୱାବଲମ୍ବୀ କରାଯାଇ ପାରିଛି ।
 ବେଦାନ୍ତ ହସପିଟାଲ ଲାଂଜିଗଡ଼ରେ ୨୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ
ଚିକିତ୍ସା ସୁବିଧା ପ୍ରଦାନ ଦ୍ୱାରା ପ୍ରତିବର୍ଷ ୬୦୦୦୦ରୁ ଅଧିକ ଲୋକ
ଉପକୃତ ହୋଇ ପାରୁଛନ୍ତି । ବେଦାନ୍ତ ଦ୍ୱାରା ମାଗଣା ସ୍ୱାସ୍ଥ୍ୟସେବା ଓ
ସଚେତନତାମୂଳକ କାର୍ଯ୍ୟକ୍ରମମାନ ନିୟମିତ ପରିଚଳନା କରାଯାଇ
ମ୍ୟାଲେରିଆ ଓ ସଂକ୍ରାମକ ରୋଗ ବିରୁଦ୍ଧରେ ଧ୍ୟାନ ଦିଆଯାଉଛି ।

ଝରଦ୍ଭଗ୍ଦସଗ୍ଧସଙ୍ଖସଗ୍ଧଚ୍ଚ:
ଚଙ୍କଭକ୍ଷସମ (ଉ୪)

 ସ୍ଥାନୀୟ କଳା ଶିଳ୍ପ ଢୋକ୍ରା ଓ ସଉରାର ପୁନରୁଦ୍ଧାର ସହ କ୍ରୀଡ଼ା ଓ
ସଂସ୍କୃତିର ବିକାଶ ପାଇଁ ଧ୍ୟାନ ଦିଆଯାଉଛି ।
ବ୍ୟବସାୟ କରିବା ସହଜ ହେବା ଯୋଗୁଁ ଜୀବନ ଧାରଣ ସହଜ କରିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *