ବେଦାନ୍ତ ଆଲୁମିନିୟମ ଜାତୀୟ ବିକାଶରେ ମହିଳା ମାନଙ୍କ ଅଂଶଗ୍ରହଣକୁ ସଶକ୍ତ କରୁଛି

ଆନ୍ତର୍ଜାତିକ ଗ୍ରାମୀଣ ମହିଳା ଦିବସ : ବେଦାନ୍ତ ଆଲୁମିନିୟମ ଜାତୀୟ ବିକାଶରେ ମହିଳା ମାନଙ୍କ ଅଂଶଗ୍ରହଣକୁ ସଶକ୍ତ କରୁଛି
କଳାହାଣ୍ଡି ଓ ରାୟଗଡ଼ାର ୬୭ଟି ଗ୍ରାମରେ ପ୍ରାୟ ୪୦୦୦ ସଦସ୍ୟ ରହିଛନ୍ତି
ନୂଆଦିଲ୍ଲୀ, ୧୪ ଅକ୍ଟୋବର ୨୦୨୨: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାନକାରୀ ବେଦାନ୍ତ ଆଲୁମିନିୟମ ହଜାର ହଜାର ଗ୍ରାମୀଣ ମହିଳାଙ୍କୁ ଦକ୍ଷତା, ଆର୍ଥିକ ସାକ୍ଷରତା, ସମ୍ବଳ, ପ୍ରଯୁକ୍ତିବିଦ୍ୟା ଓ ବଜାର ସହାୟତା ଜରିଆରେ ସକ୍ଷମ କରାଇ ସେମାନଙ୍କୁ ଜାତୀୟ ସାମାଜିକ ଅର୍ଥନୈତିକ କ୍ଷେତ୍ରରେ ସମାନ ଭାବରେ ସାମିଲ କରାଇ ପାରିଛି । କଂପାନିର ମୌଳିକ ନୀତି ଦାରିଦ୍ର‌୍ୟ ଦୂରୀକରଣ ଉଦ୍ଦେଶ୍ୟରେ ଗ୍ରାମୀଣ ମହିଳା ମାନଙ୍କ ପାଇଁ ଏହି ପଦକ୍ଷେପ ସେମାନଙ୍କୁ ନିରନ୍ତର
ବିକାଶ ପଥରେ ଆଗେଇ ନେବ ।ଓଡ଼ିଶା ଓ ଛତିଶଗଡ଼ରେ ବେଦାନ୍ତ ଆଲୁମିନିୟମର କାର୍ଯ୍ୟ ପରିସର
ଅଂଚଳରେ ମହିଳାମାନଙ୍କୁ ଆର୍ଥିକ, ରାଜନୈତିକ ଓ ସାମାଜିକ କ୍ଷେତ୍ରରେ ସଶକ୍ତ  କରିବାକୁ କଂପାନି ବହୁ ପଦକ୍ଷେପ ଗ୍ରହଣ କରିଛି । ଯାହାଦ୍ୱାରା ୧୩,୦୦୦ରୁ ଅଧିକ ମହିଳା ଉପକୃତ ହେବା ସହିତ ଶୂନ୍ୟ ଦାରିଦ୍ର‌୍ୟ, ଶୂନ୍ୟ କ୍ଷୁଧା ଓ ଲିଙ୍ଗଗତ
ସମାନତାର ବିଶ୍ୱସ୍ତରୀୟ ଲକ୍ଷ୍ୟ ପ୍ରତି କଂପାନିର ପ୍ରତିବଦ୍ଧତା ପୂରଣ ହୋଇ ପାରିଛି । ଆଜି ମହିଳାମାନେ ବିଭିନ୍ନ ପ୍ରକାର ସ୍ୱାବଲମ୍ବୀ ମୂଳକ କାର୍ଯ୍ୟଜରିଆରେ ନିଜକୁ ପ୍ରତିଷ୍ଠା କରାଇ ପାରିଛନ୍ତି ।

କେତେକ ପ୍ରମୁଖ କାର୍ଯ୍ୟକ୍ରମ ଗୁଡ଼ିକ ହେଲା-

ଶୁଭଲକ୍ଷ୍ମୀ ସମବାୟ:
ବେଦାନ୍ତ ଆଲୁମିନିୟମ ବ୍ୟବସାୟର ଫ୍ଲାଗସିପ ଗୋଷ୍ଠୀ ବିକାଶ ପଦକ୍ଷେପ ସ୍ୱରୂପଶୁଭଲକ୍ଷ୍ମୀ ସମବାୟ ସମିତି ହେଉଛି ଭାରତର ବୃହତ ଗ୍ରାମୀଣ ମହିଳା ସମବାୟ ସମିତି ଯାହାକି ସ୍ଥାୟୀ ଜୀବିକା ଓ ମହିଳା ସଶକ୍ତିକରଣ ପାଇଁ କାର୍ଯ୍ୟ କରୁଛି । ୨୦୦୮ରେ ଆରମ୍ଭ ହେବା ଦିନଠାରୁ ଆଜି ୪୧୦୦ରୁ ଅଧିକ ମହିଳା ସଦସ୍ୟାଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହି ସଂସ୍ଥା ଜିରୋ କ୍ଷୁଧା ଓ ଲିଙ୍ଗଗତ ସମାନତାର ସ୍ଥାୟୀ ବିକାଶ ଲକ୍ଷ୍ୟ ପ୍ରତି କଂପାନିର ପ୍ରତିବଦ୍ଧତାର ପ୍ରମାଣ । ସମବାୟ ସମିତି ମାଇକ୍ରୋ ଫାଇନାନସ, ଦକ୍ଷତା ବିକାଶ, ଆର୍ଥିକ ସାକ୍ଷରତା, ବଜାର ଲକ୍ଟଙ୍କକ୍ସ ସହ ଅଶା କର୍ମୀ ମହିଳାମାନଙ୍କୁ ସକ୍ଷମ କରାଇଥାଏ ଓ ହଜାର ହଜାର ମହିଳାଙ୍କ ସ୍ୱପ୍ନ ପୂରଣ କରିଥାଏ । ଏହା ମଧ୍ୟ ଭାରତ ସରକାରଙ୍କ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ପାଇଁ ସହାୟତା ପ୍ରଦାନ କରୁଛି ।
ଉନ୍ନତି:
ବେଦାନ୍ତ ଆଲୁମିନିୟମର ଛତିଶଗଡ଼ ଭିତିକ ସହାୟକ ବାଲକୋର ଉନ୍ନତି ଅଧିନରେ କଂପାନି ସ୍ୱୟଂ ସହାୟକ ଗୋଷ୍ଠୀରେ ମହିଳାମାନଙ୍କୁ ଏକତ୍ରିତ କରିପାରିଛି । ଜୀବିକା ନିର୍ବାହ ପାଇଁ ସେମାନେ ବିଭିନ୍ନ ପନ୍ଥା ଆପଣାଇ ନିଜ ତଥା ନିଜ ପରିବାରକୁ ସକ୍ଷମ କରାଇ ପାରିଛନ୍ତି । ଚଳିତ ବର୍ଷରେ ୯୦ଟି    ନୂଆ ଏସଏଚଜି ଗଠନ କରାଯାଇଛି ଓ ମୋଟ ୪୫୦ଏସଏଚଜି ମଧ୍ୟରୁ ୫୦୦୦
ମହିଳା ସଦସ୍ୟ ଏଥିରେ ସାମିଲ ଅଛନ୍ତି । ସଖୀ ପ୍ରକଳ୍ପ: ଦକ୍ଷତା ତାଲିମ ଓ ଜୀବିକା ନିର୍ବାହ ସୁଯୋଗ ମାଧ୍ୟମରେ
ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଏକ ଉଦ୍ୟମ ସହିତ ବେଦାନ୍ତ ଆଲୁମିନିୟମ ସାମାଜିକ ଓ ଅର୍ଥନୈତିକ ସ୍ତରରେ ପ୍ରୋତ୍ସାହିତ କରୁଛି । ସେମାନଙ୍କ ଉତ୍ପାଦିତ ସାମଗ୍ରୀର ବଜାର ଲିଙ୍କ ସହ ଶକ୍ତି ସୁରକ୍ଷା ଫେଡେରସନ ଗଠନ କରାଯାଇ ସେମାନଙ୍କୁ
ସାମାଜିକ ସୁରକ୍ଷା ସେବା ଯୋଗାଇ ଦିଆଯାଉଛି । ପ୍ରାୟ ୪୦୦୦ ମହିଳା ଏହା ଦ୍ୱାରା ଉପକୃତ ହେଉଛନ୍ତି । ଆନ୍ତର୍ଜାତିକ ମହିଳା ଦିବସ ଅବସରରେ କଂପାନିର ବିକାଶ ଏଜେଣ୍ଡାକୁ ଦୋହରାଇ ଶ୍ରୀ ରାହୁଲ ଶର୍ମା, ସିଇଓ- ବେଦାନ୍ତ ଲିମିଟେଡ କହିଛନ୍ତିଯେ-
ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ବିଶେଷ କରି ଭାରତର ଗ୍ରାମାଂଚଳରୁ ସାମିଲ ହେବା ଗୁରୁତ୍ୱପୂର୍ଣ୍ଣ । ଗୁଣାତକ୍ମ ଶିକ୍ଷା, ସ୍ୱାସ୍ଥ୍ର ସେବା, ଲିଙ୍ଗଗତ ସମାନତା କ୍ଷେତ୍ରରେ ମହିଳାଙ୍କୁ ସମାନ ଅଧିକାର ପ୍ରଦାନ ଦିଗରେ ବେଦାନ୍ତ ପ୍ରୟାସ କରି ଆସୁଛି । ଆଗାମୀ ବର୍ଷରେ ଆମର ବିକାଶ ମୂଳକ କାର୍ଯ୍ୟକ୍ରମର ପ୍ରସାରକୁ ବୃଦ୍ଧି କରିବା ଲକ୍ଷ୍ୟ ରଖିଛୁ ଓ ସେହି ଅନୁସାରେ ମହିଳାଙ୍କ କଲ୍ୟାଣ ପାଇର୍ ଆମର କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛୁ । ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୬ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର‌୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ର‌୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ଏହା ବିଶ୍ୱଶ୍ରେଣୀର୧.୭୫ ଏମଟିପିଏ ଆଲୁମିନିୟମ ସ୍ମେଲଟର ପ୍ଲାଂଟ ଓ ଝାରସୁଗୁଡ଼ାରେ ୩୬୧୫ ମେୱାର ତାପଜ ବିଜୁଳି ଉତ୍ପାଦନ କରୁଛି । ଏକମାତ୍ର ଭାରତୀୟ ସ୍ମେଲଟର ଭାବରେ ବିଶ୍ୱକୁ ୧ ନିୟୂତ ଟନ ଉତ୍ପାଦନ ଓ ଏକସପୋର୍ଟ କ୍ଲବ । ବେଦାନ୍ତର ଝାରସୁଗୁଡ଼ା ହେଉଛି ଏକ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦକ । ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତି, ଆର ଆଣ୍ଡ ଡି ଓ ଅଭିନବ ଦକ୍ଷତାକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *