ବେଦାନ୍ତ ଆଲମୁିନିୟମ ଝାରସୁଗୁଡ଼ାସ୍ଥିତ କାର୍ଯ୍ୟ ପରିସରରେ ରକ୍ତଦାନ ଶିବିର ଆୟୋଜନ କରିଛି
ବେଦାନ୍ତ ଆଲମୁିନିୟମ ଝାରସୁଗୁଡ଼ାସ୍ଥିତ କାର୍ଯ୍ୟ ପରିସରରେ ରକ୍ତଦାନ ଶିବିର ଆୟୋଜନ କରିଛି
ବୁର୍ଲା ଓ ଝାରସୁଗୁଡ଼ା ବ୍ଲଡ ବ୍ୟାଙ୍କକୁ ୨୧୦ୟୁନିଟ ରକ୍ତ ଦାନ କରାଯାଇଛି ।
ଝାରସୁଗୁଡ଼ା, ୨୨ ଅଗଷ୍ଟ ୨୦୨୨: ଭାରତର ବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଓଡ଼ିଶାର ଝାରସୁଗୁଡ଼ାସ୍ଥିତ ସ୍ମେଲଟର ପା୍ଲଂଟରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜନ କରିଥିଲା । ସଂସ୍ଥାର କର୍ମଚାରୀ, ସେମାନଙ୍କ ପରିବାର ଓ ବ୍ୟବସାୟିକ ସହଯୋଗୀମାନେ ରକ୍ତଦାନ କରିଥିଲେ ଓ ଏହି କାର୍ଯ୍ୟକ୍ରମରୁ ପ୍ରାୟ ୨୧୦ ୟୁନିଟ ରକ୍ତ ସଂଗ୍ରହ କରାଯାଇ ବୁର୍ଲା ଓ ଝାରସୁଗୁଡ଼ା ବ୍ଲଡ ବ୍ୟାଙ୍କକୁ ପ୍ରଦାନ କରାଯାଇଥିଲା । ଆଥିକ ବର୍ଷ ୨୨ରେ ବେଦାନ୍ତ ଆଲୁମିନିୟମ ସ୍ଥାନୀୟ ବ୍ଲଡ ବ୍ୟାଙ୍କକୁ ୩୪୦ରୁ ଅଧିକ ୟୁନିଟ ରକ୍ତ ଦାନ କରିଛି । ବେଦାନ୍ତ ଝାରସୁଗୁଡ଼ାର ଏହି ରକ୍ତଦାନ ଅଭିଯାନ ସଂପର୍କରେ ଶ୍ରୀ ସୁନୀଲ ଗୁପ୍ତା, ସିଇଓ-
ବେଦାନ୍ତ ଲିମିଟେଡ କହିଛନ୍ତି ଯେ – ରକ୍ତ ଦାନ ହେଉଛି ଏକ ମହତ ଦାନ । ଏହା ଦ୍ୱାରା ବହୁ ଲୋକଙ୍କ ଜୀବନ ରକ୍ଷା ହୋଇ ପାରିବ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ୱେଛାକୃତ ଭାବେ ରକ୍ତଦାନ କରିଥିବା ଆମର କର୍ମଚାରୀ, ବ୍ୟବସାୟିକ ସହଯୋଗୀ ଓ ସେମାନଙ୍କ ପରିବାରକୁ ମୁଁ ପ୍ରଶଂସା କରୁଛି । ଆମ ପାଇଁ ଆମ ଗୋଷ୍ଠୀର ସୁସ୍ଥତା ଓ ସେମାନଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ଆମର ସାମାଜିକ ପଦକ୍ଷେପର ଏକ ଅବିଛେଦ୍ୟ ଅଙ୍ଗ । ଝାରସୁଗୁଡ଼ାରେ ସ୍ଥାୟୀ ଜୀବିକା, ଦକ୍ଷତା ବିକାଶ ଓ ମହିଳାଙ୍କ ସଶକ୍ତିକରଣ ପାଇଁ ଆମେ ବହୁ ପ୍ରକାର ଜନହୀତକର କାର୍ଯ୍ୟକରି ଆସୁଛୁ । ବେଦାନ୍ତ ଝାରସୁଗୁଡ଼ା ଏହାର ଅତ୍ୟାଧୁନିକ ମଲଟି ସ୍ପେଶିଆଲିଟି ସୁବିଧା- ବେଦାନ୍ତ ପାଥୋ ଲ୍ୟାବ ଓ ଡାଇଗ୍ନୋଷ୍ଟିକ ସେଂଟର ସହ ଝାରସୁଗୁଡ଼ାର କାର୍ଯ୍ୟକ୍ଷେତ୍ରରେ ମୌଳିକ ସ୍ୱାସ୍ଥ୍ୟ ସେବା ସୁବିଧା ଯୋଗାଇ ଦେଇଥାଏ । ଏହା ବ୍ୟତୀତ ରେଡିଓଲୋଜି, ଏକ୍ସରେ, ମାମୋଗ୍ରାଫି, ଇସିଜି/ ପିଏଫଟି/ ଟିଏମଟି ପରି ବିଶେଷ ସେବା ସୁବିଧା ଲୋକମାନଙ୍କୁ ଯୋଗାଇ ଦିଆଯାଉଛି । କଂପାନି ମୋବାଇଲ ହେଲଥ ୟୁନିଟ ଜରିଆରେ ୨୮ଟି ଗ୍ରାମରେ ୫୫,୦୦୦ରୁ
ଅଧିକ ଲୋକମାନଙ୍କୁ ମୌଳିକ ସ୍ୱାସ୍ଥ୍ୟ ସେବା ସୁବିଧା ଯୋଗାଇ ଦେଉଛି । ଝାରସୁଗୁଡ଼ାର ସ୍ଥାନୀୟ ଲୋକମାନଙ୍କ ପାଇଁ ବିଭିନ୍ନ ସମୟରେ ସ୍ୱାସ୍ଥ୍ୟ ଶିବିର ମାନ ଆୟୋଜିତ ହେଉଛି । ଏହି ରକ୍ତଦାନ ଶିବିରକୁ ସମ୍ବାଦ ମିଡିଆ ହାଉସ ଓ ବ୍ଲଡ ବ୍ୟାଙ୍କ ବୁର୍ଲା ଓ ଝାରସୁଗୁଡ଼ାର ମିଳିିତ ଉଦ୍ୟମରେ ପରଚାଳନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରି ଡ.କଲପେଶ କକ୍କଡ, ଇନଚାର୍ଜ ବୁର୍ଲା ରେଡକ୍ରସ ବ୍ଲଡ ବ୍ୟାଙ୍କ, ଝାରସୁଗୁଡ଼ା କହିଛନ୍ତିଯେ ଏହି ବିଶାଳ ରକ୍ତ ଦାନ କାର୍ଯ୍ୟକ୍ରମ ଦ୍ୱାରା ବହୁ ଲୋକଙ୍କ ଜୀବନ ରକ୍ଷା ହୋଇ ପାରିବ । ବେଦାନ୍ତ ଆଲୁମିନିୟମର କର୍ମଚାରୀ ଓ ବ୍ୟବସାୟିକ ସହଯୋଗୀମାନଙ୍କୁ ଏହା ଧନ୍ୟବାଦ ଦେବାକୁ ଚାହିଁବିଯେ ଏହି ମହତ ଉଦ୍ଦେଶ୍ୟ ସମାଜ ପାଇଁ ବହୁ ମୂଲ୍ୟବାନ ଯୋଗାଇବ । ବେଦାନ୍ତର ସମାଜିକ ପଦକ୍ଷେପ ବଳରେ ସମାଜରେ ଜୀବିକା ନିର୍ବାହ, ଗୁଣମାନର ଶିକ୍ଷା ପ୍ରସାର, ମହିଳା ସଶକ୍ତିକରଣ, ସ୍ୱାସ୍ଥ୍ୟ ଓ ଜଳ ପରି ବହୁ କ୍ଷେତ୍ରରେ ଉନ୍ନତି ଆସିପାରିଛି । ଝାରସୁଗୁଡ଼ାର
୭୯ଟି ଗ୍ରାମର ଲୋକମାନେ ଏହି ସୁବିଧା ପାଇ ପାରୁଛନ୍ତି । ଏହା ବ୍ୟତୀତ ୩୩୯ଟି ଏସଏଚଜି ସହାୟତାରେ ସ୍ୱାସ୍ଥ୍ୟ ସେବା , ୬୪୦୦ ଛାତ୍ରମାନଙ୍କୁ ଶିକ୍ଷା ସହାୟତା ଓ ବହୁ ସମାଜ କଲ୍ୟାଣ ମୂଳକ କାର୍ଯ୍ୟ କରାଯାଉଛି । ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୬ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା କଂପାନି ୧.୭୫ ଏମଟିପିଏ ଆଲମିନିୟମ ସ୍ମେଲଟର ଓ ୩୬୧୫ ମେଗାୱାଟ ଥର୍ମାଲ ପାୱାର ଜେନେରେସନ ସୁବିଧାକୁ ଝାରସୁଗୁଡ଼ାରେ ପରିଚାଳନା କରୁଛି । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ
ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।