ବେଦବ୍ୟାସ ବ୍ରାହ୍ମଣ ସାମାଜ ପକ୍ଷରୁ ଚଳଚ୍ଚିତ୍ର ପୁଷ୍କରା ର ନାମ କରଣ କୁ ନେଇ ବିବାଦ।

 ବେଦବ୍ୟାସ ବ୍ରାହ୍ମଣ ସାମାଜ ପକ୍ଷରୁ ଚଳଚ୍ଚିତ୍ର ପୁଷ୍କରା ର ନାମ କରଣ କୁ ନେଇ ବିବାଦ।

cuttack :08.09.23 (BREAKING NEWS ODIA) ଗାମୀ ଦିନରେ ଚଳଚ୍ଚିତ୍ର ପୁଷ୍କରା ରିଲିଜ୍ ହେବାକୁ ଯାଉଛି ଚଳଚ୍ଚିତ୍ରରେ ପୁଷ୍କର ବା ପୁଷ୍କରା ଶାନ୍ତି କର୍ମ କୁ ବିଭିନ୍ନ ଭାବରେ ଦର୍ଶାଯାଇଛି। ଯାହାକୁ ଦେଖି ବ୍ରାହ୍ମଣ ମାନଙ୍କର ମନ କୁ ଗଭୀର ଦୁଃଖ ଦେବା ସହ ଅନ୍ତରରେ କ୍ଷୋଭ ସ୍ରୁଷ୍ଟି କରିଛି, ବ୍ରାହ୍ମଣ ମାନେ ପୁଷ୍କର ବା ପୁଷ୍କରା କର୍ମରେ ବୈଦିକ ଭାବରେ କର୍ମ କରିଥାନ୍ତି, ଏହା ଏକ ବୈଦିକ କର୍ମ ଯାହା ତିନି ତିଥି ବାର ଏବଂ ଛଅ ନକ୍ଷତ୍ର ଯୁକ୍ତ ବ୍ୟକ୍ତି ର ମୃତ୍ୟୁ ରେ ଲାଗିଥାଏ, ଯାହାକୁ ଶାନ୍ତି କରିବା ପାଇଁ ବ୍ରାହ୍ମଣ ପୁରୋହିତ ମାନେ ଏକାଦଶ, ଦ୍ଵାଦଶ, କିମ୍ବା ଶନିବାର, ଏବଂ ମଙ୍ଗଳବାର ଦିନ ଉକ୍ତ ମୃତ ବ୍ୟକ୍ତି ଙ୍କ ଗୃହରେ ବୈଦିକ କର୍ମ କାଣ୍ଡ ଦ୍ଵାରା, ଜମ ,ସୋମ, ଚିତ୍ରଗୁପ୍ତ ଏବଂ ପୁଷ୍କର ବା ପୁଷ୍କରା ପୁରୁଷ ଙ୍କୁ ପୂଜା ସହିତ ହୋମ ଯଜ୍ଞ କରିଥାନ୍ତି କିନ୍ତୁ ଉକ୍ତ ଚଳଚ୍ଚିତ୍ର ଟ୍ରେଲର୍ ରେ ଆମ୍ଭେ ମାନେ ଦେଖିବାକୁ ପାଇଲୁ ପୁଷ୍କରୂପୀ ଜଣେ ବ୍ରାହ୍ମଣ କୁ ନିମନ୍ତ୍ରଣ କରି ସୁସ୍ୱାଦୁ ଖାଦ୍ୟ ଖୁଆଇ ତାଙ୍କୁ କୋକେଇରେ ଶୁଆଇ ଧଳା ବସ୍ତ୍ର ପିନ୍ଧାଇ ଫୁଲ ମାଳ ପକାଇ ସମୁଦ୍ର କୂଳରେ ଛାଡି ଆସୁଛନ୍ତି, ଏହା ଏକ ଭିନ୍ନ ପ୍ରକିୟା ପରମ୍ପରା ହୋଇଥାଏ ଆମ୍ଭର ଦାବି ହୋଉଛି ଏହି ଚଳଚ୍ଚିତ୍ର ର ନାମକରଣ ପରିବର୍ତ୍ତନ କରାଯାଉ, ଏହା ପରମ୍ପରା ଭଙ୍ଗ କରୁଛି ଯଦି ପ୍ରଯୋଜନା ସଂସ୍ଥା ଭାବୁଛନ୍ତି ଚଳଚ୍ଚିତ୍ର ନାମ ଠିକ୍ ହୋଇଛି ଆମ୍ଭେ ମାନେ ନିର୍ଦ୍ଦେଶକ, ପ୍ରଯୋଜକ, କାହାଣୀ ଲେଖକ ସେନସର୍ ବୋର୍ଡ କୁ ଅନୁରୋଧ କରୁଅଛୁ ଓଡିଶାର ବିଭିନ୍ନ ପ୍ରାନ୍ତରୁ ପଣ୍ଡିତ ମାନଙ୍କୁ ଡାକି ସମ୍ପୂର୍ଣ୍ଣ ଚଳଚ୍ଚିତ୍ର ଦେଖେଇ ସାରିଲା ପରେ ଚଳଚ୍ଚିତ୍ର ରିଲିଜ୍ କରନ୍ତୁ, ନଚେତ୍ ଆମ୍ଭେ ମାନେ ଅଦାଲତର ଆଶ୍ରୟ ନେବୁ, ବୋଲି ବେଦ ବ୍ୟାସ ବ୍ରାହ୍ମଣ ସାମାଜ ପକ୍ଷରୁ ସମିଳନୀରେ କହିଛନ୍ତି। ତେବେ ପ୍ରଯୋଜକ ଙ୍କର ସିନେମା ରେ ଯଦି କିଛି ଭିନ୍ନ କାହାଣୀ ଥାଏ ତେବେ ତାହା ତାଙ୍କର କଥା,କିନ୍ତୁ ସିନେମା ର ନାମକରଣ ପୁସ୍କରା ବା ପୁଷ୍କର ନ ରଖି ଏହାକୁ ପରିବର୍ତ୍ତନ କରିବାକୁ ବ୍ରାହ୍ମଣ ମାନେ ଦାବି କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *