ବିିଜ୍ଞାପନକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ କ୍ଷମା ମାଗିଲେ ଅକ୍ଷୟ କୁମାର

 

ନୂଆଦିଲ୍ଲୀ, 21st April,(Bnews) :ବଲିଉଡରେ ବିମାଳ ପାନ ମସଲାକୁ ନେଇ ଏବେ ଖୁବ ଚର୍ଚ୍ଚା । ୩ ସୁପରଷ୍ଟାରଙ୍କୁ ନେଇ ସୁଟିଂ ହୋଇଥିବା ବିଜ୍ଞାପନ ଏବେ ସୋସିଆଲ ମିଡିଆରେ ନିଆଁ ଲାଗିଛି । ଖାସ କରି ଅକ୍ଷୟ କୁମାରଙ୍କ ସଫେଇକୁ ନେଇ ଚର୍ଚ୍ଚା ହେଉଛି । ବିମଳ ପାନ ମସଲାକୁ ପ୍ରମୋଟ କରିବା ପାଇଁ ବଲିଉଡର ୩ ସୁପରଷ୍ଟାର ଶାହାରୁଖ ଖାନ, ଅଜୟ ଦେବଗନ ଓ ଅକ୍ଷୟ କୁମାପ ଜିଲ କରିଥିଲେ । ସୁଟିଂ ପରେ ବିଜ୍ଞାପନ ମଧ୍ୟ ବାଜିଥିଲା । ହେଲେ ସୋସିଆଲ ମିଡିଆରେ ସାଘାଂତିକ ଟ୍ରୋଲ ହେବାକୁ ଲାଗିଥିଲେ ଅକ୍ଷୟ କୁମାର ।ଟ୍ରୋଲ ହେବା ପରେ ଶେଷରେ ମୁହଁ ଖୋଲିଛନ୍ତି ଅକ୍ଷୟ କୁମାର । ପାନ ମସଲା ବିଜ୍ଞାପନକୁ ନେଇ ସୋସିଆଲ ମିଡିଆରେ ସେ ଭୁଲ ମାଗିଛନ୍ତି । ଏପରିକି ପ୍ରଶଂସକଙ୍କ ଟ୍ରୋଲିଂ ତାଙ୍କୁ ବେଶ ବାଧିଛିବା କହିଛନ୍ତି ଅକ୍ଷୟ । କାରଣ କିଛି ବର୍ଷ ପୂର୍ବରୁ ଅକ୍ଷୟ କୁମାର ନିଜେ ସ୍ୱାସ୍ଥ୍ୟ ପ୍ରତି ହାନିକାରକ କୌଣସି ଜିନିଷକୁ ନେଇ ବିଜ୍ଞାପନ କରିବେ ନାହିଁ ବୋଲି କହିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *