ବିଶ୍ୱ ମଶା ଦିବସରେ ଗୁଡ୍‌ନାଇଟ୍ ପକ୍ଷରୁ ଓଡ଼ିଶାରେ ଶିଶୁ ସ୍ୱାସ୍ଥ୍ୟ ଓ ବିକାଶକୁ ନେଇ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ

ବିଶ୍ୱ ମଶା ଦିବସରେ ଗୁଡ୍‌ନାଇଟ୍ ପକ୍ଷରୁ ଓଡ଼ିଶାରେ ଶିଶୁ ସ୍ୱାସ୍ଥ୍ୟ ଓ ବିକାଶକୁ ନେଇ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର: ଅଗଷ୍ଟ ୨୦ରେ ପାଳନ ହେବାକୁ ଥିବା ବିଶ୍ୱ ମଶା ଦିବସ ପରିପ୍ରେକ୍ଷୀରେ ଗୋଦ୍‌ରେଜ୍ କଂଜ୍ୟୁମର୍ ପ୍ରଡକ୍ଟସ୍ ଲିମିଟେଡ୍‌ (ଜିସିପିଏଲ୍‌)ର ମଶା ଘଉଡ଼ାଇବା ବ୍ରାଣ୍ଡ୍ ଗୁଡ୍‌ନାଇଟ୍ ପକ୍ଷରୁ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଓ ମଶା କିଭଳି ଶିଶୁମାନଙ୍କ କଲ୍ୟାଣକୁ ପ୍ରଭାବିତ କରିଥାଏ ତାହାକୁ ନେଇ ସଚେତନତା ସୃଷ୍ଟି କରିବା ଲାଗି ଏକ ସାମାଜିକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଉତରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ ଭଳି ଆଠଟି ରାଜ୍ୟରେ ଏହି ସଚେତନତା ଅଭିଯାନ କାର୍ଯ୍ୟକାରୀ କରାଯିବ । ଓଡ଼ିଶାରେ ଏହାକୁ ନେଇ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରାଯାଉଛି । ୨୦୨୧ରେ ଓଡ଼ିଶାରେ ଭେକ୍ଟର୍ ବାହିତ ରୋଗରେ ବୃଦ୍ଧି ଘଟିଛି । ଜାତୀୟ ଭେକ୍ଟର୍ ବର୍ଣ୍ଣ ଡିଜିଜ୍ କଂଟ୍ରୋଲ୍ ପ୍ରୋଗ୍ରାମ୍‌ ଅନୁଯାୟୀ, ରାଜ୍ୟରେ ୨୫୫୦୩ ମାଲେରିଆ ମାମଲା ଓ ୭୫୪୮ ଡେଙ୍ଗୁ ମାମଲା ଜଣାପଡ଼ିଛି । ଏହାକୁ ନେଇ ସାରା ରାଜ୍ୟରେ ସତର୍କତା ଅବଲମ୍ବନ କରାଯାଉଛି ।
ଗୁଡ୍‌ନାଇଟ୍‌ର “ନିନ୍ଦୋ କୋ ନଜର ନା ଲଗେ’ ଅଭିଯାନର ଏକ ଅଂଶ ହେଉଛି ଏହି ସଚେତନତା ଅଭିଯାନ । ଏହି ଅଭିଯାନରେ ନିରବଚ୍ଛିନ୍ନ ନିଦ୍ରା କିଭଳି ପିଲାଙ୍କ କଲ୍ୟାଣ ଓ ସାମଗ୍ରିକ ବିକାଶକୁ ପ୍ରଭାବିତ କରେ ତାହା ଅଭିଭାବକମାନଙ୍କୁ ବୁଝାଇବାକୁ ପ୍ରୟାସ କରାଯାଉଛି । ଏହି ଅଭିଯାନ ଜରିଆରେ ଗୁଡ୍‌ନାଇଟ୍ ଭାରତର ୧୮ ଲକ୍ଷରୁ ଅଧିକ ଲୋକଙ୍କ ପାଖରେ ପହଂଚିବାକୁ ଲକ୍ଷ୍ୟ ରଖିଛି ।
ଏ ସମ୍ପର୍କରେ ଗୋଦ୍‌ରେଜ୍ କଂଜ୍ୟୁମର୍ ପ୍ରଡକ୍ଟସ ଲିମିଟେଡ୍‌ (ଜିସିପିଏଲ୍‌)ର ଚିଫ୍ ମାର୍କେଟିଂ ଅଫିସର ସୋମାଶ୍ରୀ ବୋଷ ଅୱସ୍ତି
କହିଛନ୍ତି ଯେ, “ମଶା ବିରୋଧରେ ଶ୍ରେଷ୍ଠ ସୁରକ୍ଷା ସହ ପରିବାରଙ୍କୁ ସଶକ୍ତ କରିବାକୁ ଗୁଡ୍‌ନାଇଟ୍ ପ୍ରତିବଦ୍ଧ ରହିଛି । ପିଲାମାନଙ୍କ ନିଦ୍ରା ଓ ସେମାନଙ୍କ ଅଭିବୃଦ୍ଧି ଉପରେ ମଶାମାନଙ୍କ ହାନିକାରକ ପ୍ରଭାବକୁ ନେଇ ଏହି ଅଭିଯାନ ଜରିଆରେ ଆମେ ସଚେତନତା ବଢ଼ାଇବାକୁ ଚାହୁଁଛୁ । କ୍ଷେତ୍ର ଭିତରେ କାର୍ଯ୍ୟକ୍ରମ ବେଳେ ଆମେ ଜାଣିବାକୁ ପାଇଛୁ ଯେ ପିଲାମାନଙ୍କ ଉପରେ ଏକ ଛୋଟ ମଶାର ନକାରାତ୍ମକ ପ୍ରତିକ୍ରିୟା ବିଷୟରେ ବହୁ ଲୋକ ଅଜ୍ଞ ଅଛନ୍ତି, ସୂଚନାର ଅଭାବ ଯୋଗୁଁ ସେମାନେ ଭୁଲ ମାର୍ଗରେ ଯାଉଛନ୍ତି ଏବଂ
ପ୍ରଭାବହୀନ ମଶା ଘଉଡ଼ାଇବା ସମାଧାନ ବ୍ୟବହାର କରୁଛନ୍ତି । ଏହି ସଚେତନତା ଅଭିଯାନ ଜରିଆରେ ଆମେ କେବଳ ଲୋକମାନଙ୍କୁ ସଚେତନ କରିବାକୁ ଚାହୁଁନାହୁଁ ବରଂ ପିଲାମାନଙ୍କ ସାମଗ୍ରିକ ବିକାଶ ପାଇଁ ସହାୟତା ପ୍ରଦାନ କରିବା ନିମନ୍ତେ ଜ୍ଞାନ ଜରିଆରେ ସେମାନଙ୍କୁ ସଶକ୍ତ କରିବାକୁ ଚାହୁଁଛୁ ।’’ ଏହି କାର୍ଯ୍ୟକ୍ରମରେ ଛୋଟ ପିଲା ଥିବା ମା’ମାନଙ୍କୁ ସଚେତନ କରାଯାଉଛି ।
ସେମାନଙ୍କୁ ଆମନ୍ତ୍ରଣ କରି ପିଲାମାନଙ୍କ ବିକାଶ ଉପରେ ଖରାପ ପ୍ରଭାବ ପକାଉଥିବା ବିଷୟଗୁଡ଼ିକ ଉପରେ ଆଲୋଚନା କରାଯାଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *