ବିଶ୍ୱ ପରିବେଶ ଦିବସରେ ବୃକ୍ଷରୋପଣ
ବିଶ୍ୱ ପରିବେଶ ଦିବସରେ ବୃକ୍ଷରୋପଣ…
ନିଆଳୀ- ୨୭-୧୧-୨୦୨୫(ବି.ଏନ .ଓ ) : (ବିଶ୍ଵମ୍ବର ସେନାପତି) ବିଶ୍ୱ ପରିବେଶ ଦିବସରେ ଯୁବ ସମାଜସେବୀ ସନ୍ତୋଷ ମଲ୍ଲିକ୍ କଟକ ଜିଲ୍ଲା ନିଆଳି ବ୍ଳକ ଅନ୍ତର୍ଗତ କୃଷ୍ଣପ୍ରସାଦ ଗ୍ରାମ ପଞ୍ଚାୟତ ନୂଆ ପିତାପଡା ଗ୍ରାମ ପ୍ରାଚୀ ନଦୀ କୂଳରେ ଅବସ୍ଥିତ ଥିବା ମା ଉତ୍ତରାଣୀ ମନ୍ଦିର ପରିସରରେ ବୃକ୍ଷ ରୋପଣ କରି ଛନ୍ତି। ଏହା ସହିତ କହିଛନ୍ତି ପରିବେଶର ସୁରକ୍ଷା ଆମର ନୈତିକ କର୍ତ୍ତବ୍ୟ । ବିଶ୍ବ ପରିବେଶ ସୁରକ୍ଷା ଦିବସ ଅବସରରେ ପୃଥିବୀକୁ ସୁରକ୍ଷିତ, ସବୁଜ ଓ ନିରାପଦ ରଖିବା ପାଇଁ ସମସ୍ତଙ୍କୁ ଆହ୍ବାନ । ପରିବେଶ କେବଳ ପ୍ରକୃତିର ସୌନ୍ଦର୍ଯ୍ୟ ନୁହେଁ, ଏହା ଆମକୁ ସୁସ୍ଥ ଜୀବନ ଦେଇଥାଏ । ଆସନ୍ତୁ ସମସ୍ତେ ମିଳିମିଶି ସ୍ବଚ୍ଛ ଓ ସୁନ୍ଦର ଓଡ଼ିଶା ଗଠନ ପାଇଁ ସଙ୍କଳ୍ପ ନେବା । ଦିନବନ୍ଧୁ ବାରିକ, ନରେଶ ସାହୁ,ମୋନାଲିସା ସ୍ବାଇଁ ପ୍ରମୁଖସହଯୋଗ କରିଥିଲେ।

