ବିଶ୍ୱର ସବୁଠୁ ସମ୍ମାଜନକ ହାଫ୍ ମାରାଥନ୍‌ ଏବେ ବେଦାନ୍ତ ଦିଲ୍ଲୀ ହାଫ୍ ମାରାଥନ୍‌ ପାଂଚ ବର୍ଷ ପାଇଁ ମାରାଥନ୍‌ର ଟାଇଟଲ୍ ପାର୍ଟନର ଭାବେ ବେଦାନ୍ତ ସହବନ୍ଧିତ

ବିଶ୍ୱର ସବୁଠୁ ସମ୍ମାଜନକ ହାଫ୍ ମାରାଥନ୍‌ ଏବେ ବେଦାନ୍ତ ଦିଲ୍ଲୀ ହାଫ୍ ମାରାଥନ୍‌ ପାଂଚ ବର୍ଷ ପାଇଁ ମାରାଥନ୍‌ର ଟାଇଟଲ୍ ପାର୍ଟନର ଭାବେ ବେଦାନ୍ତ ସହବନ୍ଧିତ

ଭୁବନେଶ୍ୱର: ପ୍ରୋକ୍ୟାମ୍ ଇଟଂରନ୍ୟାସ୍‌ନାଲ୍ ପକ୍ଷରୁ ପ୍ରସାର କରାଯାଉଥିବା
ବିଶ୍ୱର ସବୁଠୁ ସମ୍ମାନଜନକ ଦିଲ୍ଲୀ ହାଫ୍ ମାରାଥନ ପାଇଁ ପାଂଚ ବର୍ଷ ନିମନ୍ତେ
ଟାଇଟଲ୍ ପ୍ରାୟୋଜକ ହେବା ଲାଗି ବେଦାନ୍ତ ଲିମିଟେଡ୍ ସହଯୋଗିତା
ସ୍ଥାପନ କରିଛି । ୱାର୍ଲଡ୍ ଆଥଲେଟିକ୍‌ସ ଇଲାଇଟ୍ ଲେବେଲ୍ ରେସ୍ ଏବେ
ବେଦାନ୍ତ ଦିଲ୍ଲୀ ହାଫ୍ ମାରାଥନ୍ ଭାବେ ପରିଚିତ ହେବ । ଏଥି ସହିତ ମୁମ୍ବାଇ
ମାରାଥନ୍ ଓ ବେଙ୍ଗାଲୁରୁ ମାରାଥନ୍ ପାଇଁ ସୋସିଆଲ୍ କନେକ୍ଟ ପାର୍ଟନର
(ସାମାଜିକ ସମ୍ପର୍କ ସହଯୋଗୀ) ହେବ ବେଦାନ୍ତ ଲିମିଟେଡ୍ ।
ବେଦାନ୍ତ ଦିଲ୍ଲୀ ହାଫ୍ ମାରାଥନ୍ ହେଉଛି ପରିବର୍ତନର ବାର୍ତାବହ । ସ୍ୱାସ୍ଥ୍ୟ ଓ
ଫିଟନେସ୍‌, ସାମାଜିକ ସୌହାର୍ଦ୍ୟ, ଦାତବ୍ୟ, ଭାରତୀୟ କ୍ରୀଡ଼ାବିତଙ୍କୁ
ଦୃଢ଼ତା ଓ ଗର୍ବ ଏବଂ ସମ୍ମାନ ଭଳି ପାଂଚଟି ସ୍ତମ୍ଭ ଉପରେ ଏହି କାର୍ଯ୍ୟକ୍ରମ
ପର୍ଯ୍ୟବେସିତ । ସକ୍ରିୟ ଜୀବନଶୈଳୀ ଠାରୁ ଆରମ୍ଭ କରି ମହିଳା ସଶକ୍ତୀକରଣ,
ଦୌଡ଼ର ସମଗ୍ର ପରିବ୍ୟବସ୍ଥାକୁ ମାର୍ଜିତ କରିବା ଭାରତୀୟ ମଧ୍ୟମ ଓ
ଦୂରଗାମୀ ଦୌଡ଼କୁଦ କ୍ରୀଡ଼ାବିତଙ୍କୁ ଉପସ୍ଥାପିତ କରିବା ଏବଂ
ଆନ୍ତର୍ଜାତିକ ସ୍ତରରେ ସଫଳତା ହାସଲ କରିବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଏହା ସହାୟକ
ହେଉଛି । ବେଦାନ୍ତ ଦିଲ୍ଲୀ ହାଫ୍ ମାରାଥନ୍ ହେଉଛି ଦାତବ୍ୟ ଓ ଅନ୍ତର୍ଭୁକ୍ତୀକରଣ
ପାଇଁ ସର୍ବବୃହତ କ୍ରୀଡ଼ା ପ୍ଲାଟ୍‌ଫର୍ମ ଯାହା ଗୋଷ୍ଠୀଙ୍କୁ ବଡ଼ ଧରଣରେ
ଏକତ୍ରୀତ କରୁଛି ।
ବେଦାନ୍ତ ଲିମିଟେଡ୍‌ର ଅଣ କାର୍ଯ୍ୟନିର୍ବାହୀ ନିର୍ଦେଶକ ପ୍ରିୟା
ଅଗରୱାଲ୍ ହେବାର୍ କହିଛନ୍ତି ଯେ, “ବେଦାନ୍ତ ଦିଲ୍ଲୀ ହାଫ୍ ମାରାଥନ୍ ପାଇଁ
ସହଯୋଗୀ ହେବା ଆମ ପାଇଁ ଅତ୍ୟନ୍ତ ଗର୍ବର ବିଷୟ । ଆମର ଦୃଢ଼ ବିଶ୍ୱାସ
ରହିଛି ଆମର ଦୃଢ଼ ଓ ସୁସ୍ଥକର ଦେଶବାସୀଙ୍କ ଦ୍ୱାରା ଭାରତର ବିକାଶ
ତ୍ୱରାନ୍ୱିତ ହେବ । ସାମାଜିକ ପରିବର୍ତନର ବାର୍ତାବହ ହେବା ପାଇଁ ସମାଜକୁ
ଏକତ୍ରୀତ କରିବାର ଭାବକୁ ପାଳନ କରୁଛି ଏହି ସମ୍ମାନଜନକ ମାରାଥନ୍ । ଏକ
ପୁଷ୍ଟିହୀନ ମୁକ୍ତ ଭାରତ ଗଠନ କରିବା ଲାଗି ଆମର ନନ୍ଦ ଘରଗୁଡ଼ିକ ସାରା

ଦେଶର ୭ କୋଟି ପିଲା ଓ ୨ କୋଟି ମହିଳାଙ୍କ ଜୀବନକୁ ପ୍ରଭାବିତ କରିବା
ଲାଗି କାମ କରୁଛନ୍ତି । ଏହି ମିସନକୁ ଆଗକୁ ବଢ଼ାଇବା ଲାଗି “୰ରନ୍‌
ଫର୍ ଜିରୋ ହଙ୍ଗର୍ – ଟୁଗେଦର୍ ୱି କ୍ୟାନ୍ ମେକ୍ ଇଟ୍ ହାପେନ୍‌’ ପାଇଁ
ଦୌଡ଼ିବାକୁ ଆମେ ଆହ୍ୱାନ ଦେଉଛୁ ।’’
ପ୍ରୋକ୍ୟାମ୍ ଇଟଂରନ୍ୟାସନାଲ୍‌ର ପ୍ରତିଷ୍ଠାତା ଅନିଲ ଓ ବିବେକ ସିଂହ
କହିଛନ୍ତି ଯେ, “ଦିଲ୍ଲୀ ହାଫ୍ ମାରାଥନ୍ ପାଇଁ ଟାଇଟଲ ପ୍ରାୟୋଜକ ଭାବେ
ବେଦାନ୍ତକୁ ସାମିଲ କରିବା ଲାଗି ସ୍ୱାଗତ କରିଥିବାରୁ ଆମକୁ ବହୁତ ଖୁସି
ଲାଗୁଛି । ଦେଶର କ୍ରୀଡ଼ା ଦୃଶ୍ୟପଟ୍ଟରେ ଛାପ ଛାଡ଼ିବା ଲାଗି
ପ୍ରାକୃତିକ ସମ୍ବଳ କ୍ଷେତ୍ରର ଏହି ବଡ଼ ସଂସ୍ଥା ଦୂରଗାମୀ ଦୌଡ଼କୁ ଚୟନ
କରିଛି । ସାମାଜିକ ଅଭିଯାନରେ ବେଦାନ୍ତ ଅଗ୍ରଦୂତ ରହିଛି ଏବଂ ଆମ
ଦେଶର ବିକାଶ ପାଇଁ ପଥ ପ୍ରଦର୍ଶନ କରିଛି । ଏବେ ଏଥିରେ କ୍ରୀଡ଼ା
ଯୋଡ଼ି ହୋଇଥିବାରୁ ଆମେ ମିଳିତ ଭାବେ ପରିବର୍ତନର ବାର୍ତାବହ
ଭାବେ କାର୍ଯ୍ୟକ୍ରମକୁ ଆହୁରି ସୁଦୃଢ଼ କରିବା ଜାରି ରଖିବୁ ।’’
୨୦୨୨ ଅକ୍ଟୋବର ୧୬ରେ ବେଦାନ୍ତ ଦିଲ୍ଲୀ ହାଫ୍ ମାରାଥନ୍‌ର ୧୭ତମ ସଂସ୍କରଣ
ଆୟୋଜିତ ହେବ । ଜବାହାରଲାଲ ନେହେରୁ ଷ୍ଟାଡିୟମ୍‌ରୁ ଏହି ହାଫ୍‌
ମାରାଥନ୍‌କୁ ପାତାକା ଦେଖାଇ ଶୁଭାରମ୍ଭ କରାଯିବ । ଉଭୟ ପ୍ରତ୍ୟକ୍ଷ ଓ
ଭର୍ଚୁଅଲ୍ ଦୌଡ଼ ପାଇଁ ପଞ୍ଜୀକରଣ ସେପ୍ଟେମ୍ବର ୨ ଶୁକ୍ରବାର ଠାରୁ ଆରମ୍ଭ
ହୋଇଛି । ଅଧିକ ବିବରଣୀ ପାଇଁ ପରିଦର୍ଶନ କରନ୍ତୁ:

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *