ବିଶିଷ୍ଟ ସମାଜସେବୀ ଓ ଆଧ୍ୟାତ୍ମିକବାଦୀ ମହିଳା ପ୍ରମିଳା ଦାସଙ୍କ ବିୟୋଗ

ବିଶିଷ୍ଟ ସମାଜସେବୀ ଓ ଆଧ୍ୟାତ୍ମିକବାଦୀ ମହିଳା ପ୍ରମିଳା ଦାସଙ୍କ ବିୟୋଗ
କଟକ : ତା.4.10-(B.N.O.) ବିଶ୍ୱ ସତ୍ୟ -ସନାତନ -ଧର୍ମ ପ୍ରଚାରିଣୀ ମହାସଙ୍ଘ କଳକୀ ସେନା ଟ୍ରଷ୍ଟର ଟ୍ରଷ୍ଟି ବିଶିଷ୍ଟ ସମାଜସେବୀ ଓ ଆଧ୍ୟାତ୍ମିକବାଦିନୀ ମହିଳା ପ୍ରମିଳା ଦାସଙ୍କର ଗତକାଲି ରାତିରେ ଆପୋଲ ହସ୍ପିଟାଲରେ ବିୟୋଗ ହୋଇଯାଇଛି |ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର 53 ବର୍ଷ ହୋଇଥିଲା | ପୂର୍ବରୁ ସେ କଟକସ୍ଥିତ ଅଶ୍ବିନୀ ହସ୍ପିଟାଲରେ ରକ୍ତଶର୍କରା ଓ ଉଚ୍ଚ ରକ୍ତଚାପ ରୋଗରେ ଚିକିତ୍ସିତ ହେଉଥିଲେ | ମାତ୍ର ତାଙ୍କ ଚିକିତ୍ସାରେ ଅବନତି ଘଟିବାରୁ ଗତକାଲି ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା |

REPORT BY BIJAY KUMAR PANDA

ଡାକ୍ତରଙ୍କ ସମସ୍ତ ଉଦ୍ୟମସତ୍ତ୍ୱେ ସେ ମୃତ୍ୟୁ ବରଣ କରିଛନ୍ତି | ଆଜି ତାଙ୍କର ଶାବଧାରକୁ ଏକ ବର୍ଣାଢିୟ ଶୋଭାଯାତ୍ରାରେ ନିଆଯାଇ ସତୀଚଉରା ଠାରେ ସଂସ୍କାର କରାଯାଇଛି | ତାଙ୍କ ପୁତୁରା ସୋସାଇଟି ଚେଞ୍ଜର୍ସର କେନ୍ଦ୍ରୀୟ ସଭାପତି ସାରଦା ପ୍ରସାଦ ଦାସ ମୁଖାଗ୍ନି ଦେଇଥିଲେ | ତାଙ୍କ ଶାବଧାରରେ କଳକୀ ସେନା, ଉତ୍କଳ ସନ୍ତାନ ସ୍ବେଛାସେବୀ ସଂଗଠନ, ରାଷ୍ଟୀୟ ମହତାବ ସେବାଦଳ, ମର୍କତନଗର ପୂଜ୍ୟପୂଜା ପରିଷଦ ଓ ଟପଟେନ ନିୟୁଜ ଆଣ୍ଡ ଭିୟୁଜ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା |

   
Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *