ବିରା ୯୧ ପକ୍ଷରୁ “ମିଶନ ଟୁ ଜିରୋ”ର ଶୁଭାରମ୍ଭ

ଭୁବନେଶ୍ୱର,24th April, (Knews): ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ବିୟର ବ୍ରାଣ୍ଡ, ବିରା ୯୧ ପୃଥିବୀ ଦିବସ ୨୦୨୨ଅବସରରେ ‘ମିଶନ ଟୁ ଜିରୋ’ର ଘୋଷଣା କରିଛି । ଏହା ହେଉଛି ୨୦୨୫ ସୁଦ୍ଧା ଭାରତର ପ୍ରଥମ ନେଟ୍ ଜିରୋ ବିୟର କମ୍ପାନୀରେ ପରିଣତ ହେବା ପାଇଁ ବିରା ୯୧ର ଲକ୍ଷ୍ୟ । ପ୍ରତି ସେକେଣ୍ଡରେ ବିରା ୯୧ର ୭ରୁ ଅଧିକ ପିଂଟ୍‌କୁ ଲୋକମାନେ ଉପଭୋଗ କରୁଛନ୍ତି ଏବଂ କମ୍ପାନୀ ବିକଶିତ ହେଉଥିବାରୁ, ବିରା ୯୧ କେବଳ ପୃଥିବୀର ସବୁଠାରୁ ସୁସ୍ୱାଦୁ ବିୟର ନୁହେଁ ବରଂ ସବୁଠାରୁ ସବୁଜତମ ବିୟର ପ୍ରସ୍ତୁତ କରିବାକୁ ମଧ୍ୟ ଲକ୍ଷ୍ୟ ରଖିଛି । ୨୦୨୫ ସୁଦ୍ଧା ପ୍ରତ୍ୟେକ ବିରା ୯୧ ବ୍ରିୱେରୀରେ ଶୂନ କାର୍ବନ ନିର୍ଗମନ ରହିବ । ମିଶନ ଟୁ ଜିରୋ ଉପରେ ମତ ରଖି ବିରା ୯୧ର ପ୍ରତିଷ୍ଠାତା ଓ ସିଇଓ ଅଙ୍କୁର ଜୈନ୍‌ କହିଛନ୍ତି, “ଆଜିର ଉପଭୋକ୍ତାମାନେ କେବଳ ସୁସ୍ୱାଦୁ ବିୟର ପିଇବାକୁ ଚାହୁଁନାହାନ୍ତି ବରଂ ସମୁଦାୟ ଓ ପୃଥିବୀ ପାଇଁ ଉନ୍ନତ ନିଷ୍ପତି ନେବାକୁ ଚାହୁଁଛନ୍ତି । ଆମେ ଜାଣିଛୁ ଯେ, ଆମେ ବିଶ୍ୱର ସବୁଠାରୁ ସୁସ୍ୱାଦୁ ବିୟର ପ୍ରସ୍ତୁତ କରୁଛୁ ଏବଂ ବର୍ତମାନ ଆମେ ପୃଥିବୀ ପାଇଁ ସବୁଜତମ ବିୟର ମଧ୍ୟ ପ୍ରସ୍ତୁତ କରିବାକୁ ଚାହୁଁଛୁ । ଆମର
ବ୍ରିୱେରୀଗୁଡିକ ଯେପରି ବିଶ୍ୱର ଅନ୍ୟ ବିୟର ନିର୍ମାତାଙ୍କଠାରୁ ୫ ବର୍ଷ ଆଗରେ- ୨୦୨୫ ସୁଦ୍ଧା ଶୂନ କାର୍ବନ ନିର୍ଗମନରେ ପହଂଚିବେ ତାହା ସୁନିଶ୍ଚିତ କରିବା ଲାଗି ଆମେ ଆମର ଉତ୍ପାଦନ ଓ ଯୋଗାଣ ଶୃଙ୍ଖଳାରେ ନିବେଶ କରୁଛୁ । ଆମେ ବିଶ୍ୱାସ କରୁଛୁ ଯେ, କାର୍ବନ ନିର୍ଗମନ ହେଉଛି ବର୍ତମାନର ପିଢି ସମ୍ମୁଖୀନ ହେଉଥିବା ସବୁଠାରୁ ବଡ ଆହ୍ୱାନ ମଧ୍ୟରୁ ଗୋଟିଏ ଏବଂ ଆମେ ଆଶାବାଦୀ ଅଛୁ ଯେ, ଆମର ମିଶନ ଟୁ ଜିରୋ ଏକ ବିପ୍ଳବ ସୃଷ୍ଟି କରିବ- ଯେଉଁଥିରେ ଭାରତରେ ନିର୍ମିତ ହେଉଥିବା ପ୍ରତ୍ୟେକ ବିୟର  କାର୍ବନ୍ ନ୍ୟୁଟ୍ରାଲ ହୋଇଥିବ ।” ଗତବର୍ଷ କିରିନ୍ ହୋଲ୍ଡିଙ୍ଗ୍‌ସ ଏକ କ୍ଷୁଦ୍ର ଅଂଶଧନ ପାଇଁ ବି୯ ବେଭ୍‌ରେଜେସ୍‌ରେ ନିବେଶ
କରିଛି । ପରବର୍ତୀ ସମୟରେ ଉଭୟ କମ୍ପାନୀ ସ୍ଥାୟୀ ଅଭିବୃଦ୍ଧି ପାଇଁ ବି୯-କିରିନ୍‌ ସେଂଟର୍ ଗଠନ କରିବା ଲାଗି ସହଭାଗିତା କରିଥିଲେ ଏବଂ ପରିବେଶ ସ୍ଥାୟିତ୍ୱ ଓ ଅନ୍ୟ ବ୍ୟବସାୟିକ ତାଳମେଳ ଉପରେ ଗୁରୁତ୍ୱ ଦେଇଥିଲେ । ଏହାର ଫଳସ୍ୱରୁପ, ଏହି ସେଂଟର୍ ୨୦୨୫ ସୁଦ୍ଧା କାର୍ବନ ନ୍ୟୁଟ୍ରାଲରେ ପରିଣତ ହେବା ପାଇଁ ଏକ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରିବା ଲାଗି ଗତବର୍ଷ ଏହାର ନେଟ୍ ଜିରୋ ପ୍ରକଳ୍ପ ଆରମ୍ଭ କରିଥିଲା, ଯାହା ବିଶ୍ୱର ଅନ୍ୟ ବିୟର ନିର୍ମାତାମାନଙ୍କଠାରୁ ୫ ବର୍ଷ ଆଗରେ ରହିଛି । ନିଜର ମତାମତ ପ୍ରକାଶ କରି କିରିନ୍ ହୋଲ୍ଡିଙ୍ଗ୍‌ସ ସିଙ୍ଗାପୁରର ପରିଚାଳନା ନିର୍ଦ୍ଦେଶକ ହିରୋମାସା ହୋଣ୍ଡା କହିଛନ୍ତି, “ କିରିନ୍‌ର ଦର୍ଶନର ଏକ ପ୍ରମୁଖ ସ୍ତମ୍ଭ ହେଉଛି ‘କ୍ରିଏଟିଂ ସେୟାର୍‌ଡ ଭାଲ୍ୟୁ’(ସିଏସ୍‌ଭି) । ଆମେ ଆମର ବିଶେଷଜ୍ଞତାକୁ ସେୟାର କରିବା ଏବଂ
ନିଜ ଜୀବନଚକ୍ରରେ କାର୍ବନ ନ୍ୟୁଟ୍ରାଲରେ ପରିଣତ ହେବା ନେଇ ବିରା ୯୧ର ପ୍ରତିବଦ୍ଧତାକୁ ସମର୍ଥନ କରି ଖୁସି ଅନୁଭବ କରୁଛୁ । ଟିମ୍ କିରିନ୍‌, ଭାରତର ପ୍ରଥମ ନେଟ୍ ଜିରୋ ବିୟର କମ୍ପାନୀରେ ପରିଣତ ହେବା ନେଇ ବିରା ୯୧ର ଲକ୍ଷ୍ୟକୁ ସେୟାର କରୁଛି ଏବଂ ବିଭିନ୍ନ ପଦକ୍ଷେପଗୁଡିକରେ ନିରନ୍ତର ଯୋଗଦାନ ଦେବ ଯାହା କମ୍ପାନୀକୁ ନିଜ ଲକ୍ଷ୍ୟରେ ପହଂଚିବାରେ ସାହାଯ୍ୟ କରିପାରିବ ।”

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *