ବିପୁଳ ପରିମାଣରେ ପୋଚ ନଷ୍ଟ ସହିତ ଦେଶୀ ରନ୍ଧା ମଦ ଜବତ : ୫ଗିରଫ

(ଢେଙ୍କାନାଳରୁ ରୁକସାନା ବେଗମ ଙ୍କ ରିପୋର୍ଟ)

ଦେଶୀ ରନ୍ଧା ମଦ ଜବତ : ୫ଗିରଫ

ଢେଙ୍କାନାଳ/କଟକ :୨୫-୦୮-୨୪(ବିଏନ୍ଓ)/,୨୪-୦୮-୨୪ : ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକର ବିଭିନ୍ନ ସ୍ଥାନରେ ଚାଲିଥିବା ଚୋରା ଦେଶୀମଦ ଭାଟି ଉପରେ ଅବକାରୀ ବିଭାଗ ଚଢ଼ାଉ କରି, ୮୧୦୦ ଲିଟର ପୋଚ ନଷ୍ଟ କରିବା ସହିତ ୫୧୬ ଲିଟର ରନ୍ଧା ଦେଶୀମଦ ଜବତ କରିଛି l ଏହି ମାମଲାରେ ୪ଜଣକୁ ଗିରଫ କରାଯାଇଛି l ଗିରଫ ଅଭିଯୁକ୍ତ ହେଲେ, ଖଇରୀଭଙ୍ଗା ଗ୍ରାମର ଗୁରୁ ଚରଣ ହେମ୍ବ୍ରମ, ଆମ୍ବବୋଲ ଗ୍ରାମର ଫଗୁ ସୋରେନ, କଲାସପୁର ଗ୍ରାମର, କାଦ ହେମ୍ବ୍ରମ ଓ ଗୀତାଞ୍ଜଳି ବେଶ୍ରl l ଏଠି ସହିତ କଙ୍କଡ଼ାହାଡ଼ ଥାନା ପୁଲିସ ବାଲିକୁମା କଇଆଁ ସାହିରେ ଚଢ଼ାଉ କରି ଚୋରା ଦେଶୀ ମଦ ରାନ୍ଧୁଥିବା ଅଭିଯୋଗରେ ଦୁଃଖ ହେମ୍ବ୍ରମ କୁ ଗିରଫ କରିଛି l ନଷ୍ଟ କରାଯାଇଥହିବା ପଚାର ମୂଲ୍ୟ ୪୦୫୦୦୦ ହୋଇଥିବା ବେଳେ, ଜବତ ଦେଶୀ ମଦର ମୂଲ୍ୟ ୧୦୩୨୦୦ ଟଙ୍କା l ଢେଙ୍କାନାଳ ଜିଲ୍ଲା ଅବକାରୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶ କ୍ରମେ, କାମାକ୍ଷାନଗର ଅବକାରୀ, ଭୁବନ ଅବକାରୀ, ସଦର ଅବକାରୀ, ଅବକାରୀ ମୋବାଇଲ୍ ସ୍କ୍ୱାର୍ଡ, ଅବକାରୀ ନିରୀକ୍ଷକ କାମାକ୍ଷାନଗର, ଅବକାରୀ ନିରୀକ୍ଷକ ସଦରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ APR ଫୋର୍ସ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ଚଢ଼ାଉ କରାଯାଇଥିଲା l

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *