ବିଏସ୍‌ଏଚ୍ ହୋମ ଆପ୍ଲାଏନ୍ସ ପକ୍ଷରୁ ବିଳାସପୂର୍ଣ୍ଣ ‘ଅନସରହୌସ୍‌’ର ଶୁଭାରମ୍ଭ

ଭୁବନେଶ୍ୱର,22nd May,(Bnews):  ବିଶ୍ୱର ଅଗ୍ରଣୀ ହୋମ୍ ଆପ୍ଲାଏନ୍ସ୍ କମ୍ପାନୀ ବିଏସଏଚ ହୋମ ଆପ୍ଲାଏନ୍ସ ଗ୍ରୁପ ପକ୍ଷରୁ କୋଲକାତାରେ ଏହାର ପ୍ରଥମ ଅନସରହୌସ୍ ଶୁଭାରମ୍ଭ କରାଯାଇଛି । ଏହା ହେଉଛି ଭାରତରେ ବିଏସଏଚ ର ଏକମାତ୍ର ଏକ୍ସିପିରିଏନ୍ସ ସେଂଟର ଯେଉଁଠାରେ ଏହାର ତିନୋଟିଯାକ ବ୍ରାଣ୍ଡ ଯଥା ବୋସ୍କ୍‌, ସିମେନ୍ସ ଏବଂ ଗାଗେନାଉ ଗୋଟିଏ ଛାତ ତଳେ ଉପଲବ୍ଧ ହେଉଛି । ଏହା ସଲ୍ଟ ଲେକ୍ ସିଟିର ଆଡଭେଂଟଜ ଇନଫିନିଟି ୫,ସେକ୍ଟର ଭି, ବିଏନ ବ୍ଲକ, ଅଫିସ ନଂ- ୮୦୯ ଏବଂ ୮୧୦, କୋଲକାତା, ୭୦୦୦୯୧ ଠାରେ ଅବସ୍ଥିତ । ୨୦୦୦ରୁ ଅଧିକ ବର୍ଗଫୁଟର ଏହି ବିଳାସପୂର୍ଣ୍ଣ ସ୍ଥାନରେ ଅତ୍ୟାଧୁନିକ ଟେପାନିଆକି, ହୁଡ, ବିଲ୍ଟ-ଇନ କଫି ମେସିନ, ୱାଇନ କୁଲର ଇତ୍ୟାଦି ସହିତ ୧୦୦ରୁ ଅଧିକ ହୋମ୍‌ ଆପଲାଏନ୍ସ୍ ଉପଲବ୍ଧ ହେଉଛି । କୋଲକାତାରେ କମ୍ପାନୀର ଅନ୍ୟ ଦୁଇଟି ଷ୍ଟୋର ରହିଛି । ସେଥିମଧ୍ୟରୁ ଢାକୁରିଆଠାରେ ଏକ ମଲ୍ଟି ଚ୍ୟାନେଲ ବୋସ୍କ ଆଣ୍ଡ ସିମେନ୍ସ ବ୍ରାଣ୍ଡ ଷ୍ଟୋର ଏବଂ ସେକ୍ସପିୟର ସରାନିଠାରେ ଏକ ବୋସ୍କ ଷ୍ଟୁଡିଓ ରହିଛି । ଅନସରହୌସ୍ “ଆମ ଘର”ର ଜର୍ମାନୀ ନାମ । ବିଏସଏଚର ଅନସରହୌସ୍ ସମସ୍ତ ଗ୍ରାହକ ଏବଂ ବ୍ୟବସାୟ ସହଭାଗୀମାନଙ୍କ ସହିତ ଦୀର୍ଘସ୍ଥାୟୀ ବିଶ୍ୱାସ ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥାଏ । ଏହାକୁ ଧ୍ୟାନରେ ରଖି, ସ୍ଥାନଟି ପରିକଳ୍ପନା କରାଯାଇଛି । ଏହି ଅବସରରେ ଅନରହୌସ୍ ସମ୍ପର୍କରେ ବିଏସଏଚ ହୋମ ଆପ୍ଲାଏନ୍ସ (ଇଣ୍ଡିଆ ଆଣ୍ଡ ସାର୍କ),ଏମଡି ତଥା ସିଇଓ ଶ୍ରୀ ନୀରଜ ବହଲ କହିଛନ୍ତିଯେ, “କୋଲକାତା ଆମର ଉଚ୍ଚ ପ୍ରଦର୍ଶନକାରୀ ବଜାର ମଧ୍ୟରୁ ଗୋଟିଏ । ଆମେ ଏଠାରେ ଆମର ଉପସ୍ଥିତିକୁ ଆହୁରି ବିସ୍ତାର କରିଥିବାରୁ ବେଶ୍ ଆନନ୍ଦିତ । ଏହା ଆମର ୧୦୧ ତମ ଖୁଚୁରା ସ୍ଥାନ । ଏଠାରେ ଆମର ତିନୋଟି ବ୍ରାଣ୍ଡ – ବୋସ୍କ୍‌, ସିମେନ୍ସ ଏବଂ ଗାଗେନାଉକୁ ଗୋଟିଏ ଛାତ ତଳେ ଉପଲବ୍ଧ ହେଉଛି ।” କମ୍ପାନୀ ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ, ଚେନ୍ନାଇ ଏବଂ କୋଲକାତାରେ ୬ଟି ଅଭିଜ୍ଞତା କେନ୍ଦ୍ର ସ୍ଥାପନା କରିଛି । ଦେଶ ବ୍ୟାପୀ ଏହାର ୯୫ ଟି ବ୍ରାଣ୍ଡ ଶପ୍ ଖୁଚୁରା ନେଟ୍‌ୱାର୍କ ରହିଛି । ସେଥିମଧ୍ୟରୁ ୮୦ଟି ବୋସ୍କ୍ ଏବଂ ୧୫ଟିସିମେନ୍ସ୍ ବ୍ରାଣ୍ଡ୍ ଷ୍ଟୋର ରହିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *