ବାଲିଆପାଳରେ ଜେ ଏନ୍ ଟାଟା ବୃତ୍ତିଗତ ପ୍ରଶିକ୍ଷଣ ଅନୁଷ୍ଠାନ ସ୍ଥାପନ କରିବ ସୁବର୍ଣ୍ଣରେଖା ବନ୍ଦର

ବାଲିଆପାଳରେ ଜେ ଏନ୍ ଟାଟା ବୃତ୍ତିଗତ ପ୍ରଶିକ୍ଷଣ ଅନୁଷ୍ଠାନ ସ୍ଥାପନ କରିବ ସୁବର୍ଣ୍ଣରେଖା ବନ୍ଦର
 ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ଉପରେ ଗୁରୁତ୍ୱଯ
 ସଫଳ ଛାତ୍ରଛାତ୍ରୀମାନଙ୍କ ପାଇଁ ରୋଜଗାରର ସହାୟତାଯ

 ବାଲିଆପାଳ କଲେଜ ଅଫ୍ ଫିଜିକାଲ ଏଜୁକେସନ୍ କ୍ୟାମ୍ପସ୍‌ରେ ଆରମ୍ଭ ହେବ ଏହି ଅନୁଷ୍ଠାନ 

ବାଲିଆପାଳ, ଅଗଷ୍ଟ ୧୮, ୨୦୨୨: ସୁବର୍ଣ୍ଣରେଖା ବନ୍ଦର ପ୍ରାଇଭେଟ୍ ଲିମିଟେଡ଼ (ଏସ୍‌ପିପିଏଲ୍‌) ପକ୍ଷରୁ
ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ବାଲିଆପାଳଠାରେ ଟାଟା ଷ୍ଟିଲର ପ୍ରତିଷ୍ଠିତ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ଜେ
ଏନ୍ ଟାଟା ବୃତ୍ତିଗତ ପ୍ରଶିକ୍ଷଣ ଅନୁଷ୍ଠାନ (ଜେଏନ୍‌ଟିଭିଟିଆ) ସ୍ଥାପନ କରାଯିବ । ସ୍ଥାନୀୟ
ଯୁବବର୍ଗଙ୍କ ଦକ୍ଷତାର ବିକାଶ ମାଧ୍ୟମରେ ସେମାନଙ୍କୁ ବିଭିନ୍ନ ରୋଜଗାରର ମାଧ୍ୟମ ପ୍ରଦାନ କରିବା ହେଉଛି
ଏହି ଅନୁଷ୍ଠାନର ଲକ୍ଷ୍ୟ ।
ବାଲିଆପାଳ କଲେଜ ଅଫ୍ ଫିଜିକାଲ ଏଜୁକେସନ୍ (ବିସିପିଇ) କ୍ୟାମ୍ପସ୍‌ରେ ସେପ୍ଟେମ୍ବର ମାସରେ ଏହି କେନ୍ଦ୍ର
ଆରମ୍ଭ ହେବାର ଯୋଜନା ରହିଛି । ଏଥିପାଇଁ ପ୍ରାଥମିକ ସ୍ତରର ଭୂତ୍ତିଭୂମି ପ୍ରସ୍ତୁତ ହୋଇସାରିଛି । ଏହି
ଅନୁଷ୍ଠାନ ୩୫ ଜଣ ଛାତ୍ରଛାତ୍ରୀଙ୍କୁ ନେଇ କାର୍ଯ୍ୟସ୍ଥଳୀ ସୁରକ୍ଷା ଉପରେ ଏକ ୬ ମାସିଆ ସୁପରଭାଇଜର
କ୍ୟାଡ଼ର କାର୍ଯ୍ୟକ୍ରମ ସହିତ ଏହାର କାର୍ଯ୍ୟାରମ୍ଭ କରିବ ।
ଏହି ପଦକ୍ଷେପ ଉପରେ ସୁବର୍ଣ୍ଣରେଖା ବନ୍ଦର ପ୍ରାଇଭେଟ୍ ଲିମିଟେଡ଼ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ
ପ୍ରକାଶ ସିଂହ କହିଛନ୍ତି ଯେ, “ଏହି ଅଞ୍ଚଳରେ ଉଦ୍ୟୋଗ ବଢିବା ସହିତ ସ୍ଥାନୀୟ ଯୁବବର୍ଗଙ୍କ ଦକ୍ଷତା ବିକାଶ ଓ
ସେମାନଙ୍କୁ ନିଯୁକ୍ତି ସୁଯୋଗ ପାଇଁ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି । ଜେଏନ୍‌ଟିଭିଟିଆଇ
ଦକ୍ଷ କର୍ମଚାରୀଙ୍କ ଚାହିଦା ଓ ଯୋଗାଣ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ସହିତ ନୂତନ ଦକ୍ଷତା ଏବଂ ଅଭିନବ
ଚିନ୍ତାଧାରା ସୃଷ୍ଟି କରିବାରେ ସହାୟତା କରିବ ।”
ତେବେ ଏସ୍‌ପିପିଏଲ୍ ସ୍ଥାନୀୟ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବିକାଶ ଦିଗରେ ଯୋଗାଦାନ ଦେବା ଆରମ୍ଭ
କରିସାରିଛି । ୨୦୨୨ ମସିହା ଜୁନ୍ ମାସରେ ଏସ୍‌ପିପିଏଲ୍ ପକ୍ଷରୁ ଜେଏନ୍‌ଟିଭିଟିଆ ସହଭାଗିତାରେ
ବାଲେଶ୍ୱର ଜିଲ୍ଲାର ବାଲିଆପାଳ ଓ ବସ୍ତା ପାଶ୍ୱର୍ବର୍ତ୍ତୀ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବିକାଶ ପାଇଁ
ଏକ ୩ ଦିନିଆ ଚୟନ ଶିବିରର ଆୟୋଜନ କରାଯାଇଥିଲା । ପାଶ୍ୱର୍ବର୍ତ୍ତୀ ଅଞ୍ଚଳର ପ୍ରାୟ ୧୪୦ ଜଣ
ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ । ସେହିପରି ୨୦୨୨ ମସିହା ଫେବୃଆରୀ ମାସରେ ୧୯ ଜଣ
ଛାତ୍ରଛାତ୍ରୀଙ୍କୁ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ପଠାଯାଇଥିବାବେଳେ ଏହାମଧ୍ୟରୁ ୯ ଜଣ
ଚାକିରୀ ପାଇସାରିଥିବାବେଳେ ବାକି ପିଲାମାନେ ପ୍ରଶିକ୍ଷଣ ନେଉଛନ୍ତି ।
ଜାମସେଦ୍‌ପୁରରେ ଅବସ୍ଥିତ ଜେଏନ୍‌ଟିଭିଟିଆଇ ଟାଟା ଷ୍ଟିଲ ଦ୍ୱାରା ପରିଚାଳିତ ଏକ ପବ୍ଲିକ୍‌
ଚେରିଟେବୁଲ ଟ୍ରଷ୍ଟ । ୨୦୧୫ ମସିହାରେ ଜାମସେଦପୁରଠାରେ ଏହାର ପ୍ରଥମ କେନ୍ଦ୍ର ଖୋଲାଯାଇଥିଲା ।
ଏହାପରଠାରୁ ଟାଟା ଷ୍ଟିଲର କାର୍ଯ୍ୟକ୍ଷେତ୍ର ଥିବା ୫ଟି ସ୍ଥାନରେ ଏହାର କ୍ୟାମ୍ପସ୍ ଖୋଲାଯାଇଛି ।
ଜେଏନ୍‌ଟିଭିଟିଆଇ ଆଶାୟୀ ନିଯୁକ୍ତିଦାତାଙ୍କ ଆବଶ୍ୟକତାକୁ ଆଧାର କରି ୧୫୦ ଟି ଭିନ୍ନ
ଭିନ୍ନ ପାଠ୍ୟକ୍ରମରେ ପ୍ରଶିକ୍ଷଣ ପ୍ରଦାନ କରୁଛି । ସଫଳତାପୂର୍ବକ ପ୍ରଶିକ୍ଷଣ ସମାପ୍ତ କରିବା ପରେ
ଜେଏନ୍‌ଟିଭିଟିଆଇ ଟାଟା ଷ୍ଟିଲର ଭେଣ୍ଡର ସହଯୋଗୀ ଓ ଅନ୍ୟ ସଂସ୍ଥାଗୁଡ଼ିକରେ ପ୍ରଶିକ୍ଷାର୍ଥୀମାନଙ୍କୁ
ନିଯୁକ୍ତି ସୁଯୋଗ ପ୍ରଦାନ କରିଥାଏ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *