ବାବୁଙ୍କ ଜିଦ୍ରୁ ଭାସୁଛି ଭୁବନେଶ୍ବର: ସିଏଜିଙ୍କ ରିପୋର୍ଟରେ ଆସିଲା ସାଂଘାତିକ ସତ
ବାବୁଙ୍କ ଜିଦ୍ରୁ ଭାସୁଛି ଭୁବନେଶ୍ବର: ସିଏଜିଙ୍କ ରିପୋର୍ଟରେ ଆସିଲା ସାଂଘାତିକ ସତ
- ଅସରାଏ ବର୍ଷା ହେଲେ ଭାସୁଛି ଭୁବନେଶ୍ବର।
- ବର୍ଷ ବର୍ଷ ଧରି ଏହାର ସମାଧାନ ପାଇଁ ଯୋଜନା ହେଉଥିଲେ ମଧ୍ୟ ଫଳ ଶୂନ ହୋଇଛି।
- ଏହା ପଛର କାରଣ ନେଇ ସିଏଜିଙ୍କ ରିପୋର୍ଟରେ ସାଂଘାତିକ ତଥ୍ୟ ରହିଛି।
ଭୁବନେଶ୍ୱର ୦୮-୧୨-୨୦୨୪(ବି.ଏନ. ଓ ) : ଅସରାଏ ବର୍ଷା ହେଲେ ଭାସୁଛି ଭୁବନେଶ୍ବର। ବର୍ଷ ବର୍ଷ ଧରି ଏହାର ସମାଧାନ ପାଇଁ ଯୋଜନା ହେଉଥିଲେ ମଧ୍ୟ ଫଳ ଶୂନ ହୋଇଛି। ଏହା ପଛର କାରଣ ନେଇ ସିଏଜିଙ୍କ ରିପୋର୍ଟରେ ସାଂଘାତିକ ତଥ୍ୟ ରହିଛି। ଅଧିକାରୀଙ୍କ ଦୋଷରୁ ହିଁ ଭୁବନେଶ୍ବର ଭାସୁଛି। ଇଣ୍ଡିଆନ୍ ରୋଡ୍ କଂଗ୍ରେସ(ଆଇଆର୍ସି) ନିର୍ଦ୍ଦେଶାବଳୀ ଉଲ୍ଲଂଘନ ହୋଇଥିବା ବେଳେ ଡ୍ରେନ୍ ପାଇଁ ପ୍ରସ୍ତୁତ ହୋଇଥିବା ଡିଜାଇନ୍ ମଧ୍ୟ ଫାଇଲ୍ ତଳେ ଚାପି ହୋଇଯାଇଥିବା ସିଏଜି ଦର୍ଶାଇଛନ୍ତି। ଆଇଆର୍ସି ନିର୍ଦ୍ଦେଶାବଳୀ ଅନୂଯାୟୀ ଡ୍ରେନ୍ର ସର୍ବନିମ୍ନ ପ୍ରସ୍ଥ ୨୫୦ ମିମି ଓ ପାଇପ୍ର ସର୍ବନିମ୍ନ ବ୍ୟାସ ୪୫୦ ମିମି ରହିବ। ଡିଜାଇନ୍ ଏଭଳି ହେବ କି ନଳାରେ ପାଣି ଥରେ ପଶିଲେ ଆଉ ବିପରୀତ ଦିଗରେ ପ୍ରବାହିତ ହୋଇପାରିବ ନାହିଁ। ଅଡିଟ୍ ବେଳେ ବିଚିତ୍ର ତଥ୍ୟ ସାମ୍ନାକୁ ଆସିଥିଲା। ଇସ୍କନ ମନ୍ଦିର ସମ୍ମୁଖ ଫ୍ଲାଏ ଓଭର ତଳେ ଥିବା ଭୂତଳ ଡ୍ରେନ୍ରେ ଗୋଟିଏ ଇସ୍କନ୍ ପାର୍ଶ୍ୱରେ ଓ ଅନ୍ୟଟି କ୍ରିଷ୍ଣା ଟାୱାର ପାର୍ଶ୍ୱରେ ଦୁଇଟି ସାଇଫନ୍ ସଂଯୁକ୍ତ ହୋଇଥିଲା।
ଆଇଆର୍ସି ନିୟମ ଉଲ୍ଲଂଘନ ହୋଇଛି
ନାଲି ଫିତା ତଳେ ଡ୍ରେନ୍ ଡିଜାଇନ୍ଇସ୍କନ ସାମ୍ନାରେ ଜଳବନ୍ଦୀ ସମସ୍ୟା ଲାଗି ରହିବାରୁ ଏହାର ସମାଧାନ ପାଇଁ ଏନ୍ଏଚ୍ଏଆଇ ପୂର୍ତ୍ତ ବିଭାଗକୁ ୨୦୨୨ ମସିହା ମାର୍ଚ୍ଚ ମାସରେ ଅନୁରୋଧ କରିଥିଲେ। ତଦନୁଯାୟୀ, ଭୁବନେଶ୍ୱର ରାସ୍ତା ଓ କୋଠାବାଡ଼ି ଡିଭିଜନ-୩ ଇସ୍କନ ଠାରୁ ଜୟଦେବ ବିହାର ମୁଖ୍ୟ ଡ୍ରେନ ପର୍ଯ୍ୟନ୍ତ ୧.୨ ମିଟର ଗୋଲେଇର ହ୍ୟୁମ୍ ପାଇପ୍ ଲାଇନ୍ ବିଛାଇବାକୁ ଯୋଜନା କରିଥିଲା। ଏଥିପାଇଁ ଜୁନ୍ ମାସରେ ୪.୧୪ କୋଟି ଟଙ୍କାର କାର୍ଯ୍ୟାଦେଶ ଦେଇଥିଲା। ଏହି କାର୍ଯ୍ୟକୁ ଦୁଇ ଭାଗରେ ବିଭକ୍ତ କରି ଟେଣ୍ଡର କରିବା ସହ ମାତ୍ର ମାସେ ଭିତରେ ବା ଜୁଲାଇ ସୁଦ୍ଧା ଏହି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ପୂର୍ତ୍ତ ବିଭାଗ ୨.୫ ମିଟର ଗାତ ଖୋଳି ଏହି ପାଇପ୍ ବିଛାଇବାକୁ ଯୋଜନା କଲା ବେଳେ ଏନ୍ଏଚ୍ଏଆଇ ଏଥିରେ କେଁ ପୁରାଇଲା। ଫ୍ଲାଏଓଭର ପାଖରେ ଭାରୀ ଯନ୍ତ୍ରପାତି ବ୍ୟବହାର କରି ଏଭଳି ଗଭୀର ଗାତ ଖୋଳିଲେ କାନ୍ଥକୁ ବିପଦ ହେବ। ତେଣୁ ଡ୍ରେନ କାର୍ଯ୍ୟର ଆବଶ୍ୟକ ଡ୍ରଇଂ ଦାଖଲ କରିବାକୁ ପୂର୍ତ୍ତ ବିଭାଗକୁ ଚିଠି ଲେଖିଥି
ବିଏମ୍ସି ମଧ୍ୟ ଏନ୍ଏଚ୍ଏଆଇର ଦୋଷ ଦେଇ ବସିଯାଇଛି। ୧୬ ନମ୍ବର ଜାତୀୟ ରାଜପଥର ତ୍ରୁଟିପୁର୍ଣ୍ଣ ନିର୍ମାଣ ଯୋଗୁଁ ଏହି ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି। ରାସ୍ତା କଡ଼ରେ ବର୍ଷା ଜଳର ନିଷ୍କାସନ ପାଇଁ ବ୍ୟବସ୍ଥା କରାଯାଇ ନାହିଁ। ଏଣୁ ପାଣି ଜମୁଛି ବୋଲି ବିଏମ୍ସି ସିଏଜିଙ୍କୁ ଦର୍ଶାଇଛି। ଏଣେ ସିଏଜି ଦେଖିଛନ୍ତି କି ବିଏମ୍ସି ମଧ୍ୟ ଆବଶ୍ୟକ ଓସାର ବିଶିଷ୍ଟ ଡ୍ରେନ୍ ନିର୍ମାଣ କରିନଥିବାରୁ ବର୍ଷା ଜଳ ତୁରନ୍ତ ନିଷ୍କାସନ ହୋଇପାରୁ ନାହିଁ। ଏଣୁ ଏହି ତିନି ବିଭାଗ ସହରର ଜଳବନ୍ଦୀ ପରିସ୍ଥିତି ପାଇଁ ଦାୟୀ ବୋଲି ସିଏଜି ଦର୍ଶାଇଛନ୍ତି।
ଲା ଏନ୍ଏଚ୍ଏଆଇ। ଏହି ଡ୍ରଇଂ ଦାଖଲ କରିବା ପରିବର୍ତ୍ତେ ପୂର୍ତ୍ତ ମୁଖ୍ୟ ଯନ୍ତ୍ରୀ ଯେଉଁ କାର୍ଯ୍ୟାଦେଶ ଦେଇଥିଲେ ତାହାକୁ ତୁରନ୍ତ ବାତିଲ୍ କରି ଦେଇଥିଲେ। ଦୁଇ ବିଭାଗର ଆରୋପ ପ୍ରତ୍ୟାରୋପ ଯୋଗୁ ଏହି ଉନ୍ନୟନ କାର୍ଯ୍ୟ ବନ୍ଦ ହୋଇଗଲା। ସେବେଠାରୁ ଇସ୍କନ୍ ଅଞ୍ଚଳର ଜଳ ବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏନ୍ଏଚ୍ଏଆଇ ଓ ପୂର୍ତ୍ତ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ଏହା ପରେ ଏକାଧିକବାର ଉଭୟ ବିଭାଗକୁ ନେଇ ସମନ୍ବୟ ବୈଠକ ବସିଥିଲେ ମଧ୍ୟ ସମାଧାନର ବାଟ ବାହାରି ପାରିନାହିଁ। ଏଭଳି ସହର ସାରା ରହିଥିବା ୩୭ଟି ସମ୍ବେଦନଶୀଳ ଜାଗାରେ ଅଧିକାରୀଙ୍କ ଦୋଷରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। କ୍ରିଷ୍ଣା ଟାୱାର ପାର୍ଶ୍ୱରେ ଥିବା ସାଇଫନ୍ ଭୋଇ ସାହି ଡ୍ରେନ୍ ସହ ସଂଯୋଗ ହୋଇଥିବା ବେଳେ ଏହା ବେହେରା ସାହିସ୍ଥିତ ଡ୍ରେନ୍ ୧୦ରେ ପଡ଼ିଛି। କ୍ରିଷ୍ଣା ଟାୱାରର ବାମ ପାର୍ଶ୍ୱରେ ୦.୬ ମିଟର ଓସାରର ଆଉ ଏକ ଡ୍ରେନ୍ ଭୋଇ ସାହି ଡ୍ରେନ୍କୁ ସଂଯୋଗ କରି ବେହେରା ସାହିଠାରେ ଡ୍ରେନ୍-୧୦ ରେ ପଡ଼ିଥିଲା। ୧.୯୬ କୋଟି ଟଙ୍କା ବ୍ୟୟରେ ୧.୫ମିଟର ଓସାରର ଏକ ଆର୍ସିସି ଡ୍ରେନ୍ ‘କ୍ରିଷ୍ଣା ଟାୱାରରୁ ଭୋଇ ସାହି ପର୍ଯ୍ୟନ୍ତ ବିଏମ୍ସି ନିର୍ମାଣ କରୁଥିଲା। ଏହା ୨୦୨୦ ମେ ମାସ ସୁଦ୍ଧା ସରିବାର ଥିଲା। କିନ୍ତୁ ଏହା ୨୦୨୧ ଅଗଷ୍ଟରେ ସରିଲା। ଉଭୟ ଡ୍ରେନ୍ ପାଇଁ ବର୍ଷା ତଥ୍ୟ, ଡ୍ରେନ୍ରେ ଜଳଧାରଣ କ୍ଷମତା ଓ ଡିଜାଇନ୍କୁ ବିଚାରକୁ ନନେଇ ନିର୍ମାଣ ହୋଇଛି। ବର୍ଷା ସମୟରେ ସହରୀ ବନ୍ୟାକୁ ଏଡ଼ାଇବା ପାଇଁ କୌଣସି ବନ୍ଦୋବସ୍ତ କରାଯାଇ ନଥିଲା। ଫଳରେ ଡ୍ରେନ୍ଗୁଡ଼ିକ ଯଥାଶୀଘ୍ର ବର୍ଷା ଜଳ ନିଷ୍କାସନ କରିପାରୁ ନାହିଁ। ଏଣୁ ଏହି ଅଞ୍ଚଳରେ ଡ୍ରେନ୍ ନିର୍ମାଣ ପରେ ମଧ୍ୟ ବର୍ଷା ସମୟରେ ଏହି ଅଞ୍ଚଳର ଲୋକ ଜଳବନ୍ଦୀ ସମସ୍ୟାରେ ଯୁଝି ହେଉଛନ୍ତି।