ବର୍ଷା ପାଣିରେ ଦୁର୍ଦ୍ଦଶା ବଢ଼ାଉଛି ପୂର୍ତ୍ତ ବିଭାଗ ରାସ୍ତା ।

ବର୍ଷା ପାଣିରେ ଦୁର୍ଦ୍ଦଶା ବଢ଼ାଉଛି ପୂର୍ତ୍ତ ବିଭାଗ ରାସ୍ତା ।

ପରଜଙ୍ଗ: 17.08.23 BREAKING NEWS ODIA  (Report by Nirmal gadanayak)  ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଯୋଜନା କାର୍ଯ୍ୟକାରୀ ହେଉଛି ।ହେଲେ ଯେଉଁ ରାସ୍ତାରେ ହଜାର ହଜାର ସଂଖ୍ୟକ ଯାତ୍ରୀ କିପରି ଦୟନୀୟ ଅବସ୍ଥାରେ ଯାତାୟତ କରୁଛନ୍ତି ସେ ଦିଗରେ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ ହେଉନାହିଁ ।ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକର ଏକ ପୂର୍ତ୍ତ ବିଭାଗ ରାସ୍ତା ଉପରେ ,ରାସ୍ତାଟି ପୁଣି ସମସ୍ତ ପ୍ରଶାସନଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଛି ।ପରଜଙ୍ଗ ବଜାରରୁ ଥାନା ଓ ତହସିଲ କାର୍ଯ୍ୟାଳୟ ସମ୍ମୁଖ ଦେଇ ଏକ ପୂର୍ତ୍ତ ବିଭାଗ ରହିଛି ।ବଜାର ଠାରୁ ମାତ୍ର ୪କିଲୋମିଟର ଦୂରତା ମଧ୍ୟରେ ରହିଛି ଭାଲୁମୁଣ୍ଡା ଛକ , ଏହାରି ମଧ୍ୟରେ ପୂର୍ତ୍ତ ରାସ୍ତା ଉପରେ ପୃଥକ ପୃଥକ ଦୁଇଟି ସ୍ଥାନରେ ଖାଲ ଥିବାରୁ ସାମାନ୍ୟରୁ ବଡ ଧରଣର ବର୍ଷା ହେଲେ ଖାଲ ଦୁଇଟି ପୋଖରୀ ସଦୃଶ ଦେଖିବାକୁ ମିଳିଥାଏ ।ଯାହାକି ରାସ୍ତା ଉପରେ ହଜାର ହଜାର ସଂଖ୍ୟକ ଯାତ୍ରୀଙ୍କ ଯାତ୍ରାରେ ଅନେକ ସମସ୍ୟା ସୃଷ୍ଟି କରୁଛି ।ବାରମ୍ବାର ଏ ଦିଗରେ ଗଣମାଧ୍ୟମ ଜରିଆରେ ପ୍ରକାଶିତ ହେବା ସତ୍ତ୍ଵେ ବିଭାଗୀୟ କର୍ତ୍ତୃପକ୍ଷ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଯାଇଛନ୍ତି । କେଉଁ ପରିସ୍ଥିତିରେ ଜନସାଧାରଣ ରାସ୍ତାରେ ଯାତାୟତ କରୁଛନ୍ତି ତାହା କହିଲେ ନସରେ , ବର୍ଷା ପାଣି ନିଷ୍କାସନ ହୋଇ ନପାରି ଉଭୟ ଖାଲରେ ଛୋଟ ଯାନ ଗୁଡ଼ିକ ପାଣିରେ ବୁଡିଯିବା ଭଳି ଦେଖାଦେଇଥାଏ ।ରେଲୱେ ଓଭର ବ୍ରିଜ ତଳେ ଗୋଟିଏ ଖାଲ ରହିଥିବା ବେଳେ ଅନ୍ୟଟି ବଜାର ଠାରୁ ମାତ୍ର ଦୁଇ ଶହ ମିଟର ଦୂରତା ମଧ୍ୟରେ ରହିଛି ।ଉକ୍ତ ରାସ୍ତାରେ ୮ ଟି ପଞ୍ଚାୟତର ଜନସାଧାରଣ ସମେତ ସରକାରୀ ବେସରକାରୀ ଓ ଅନ୍ୟାନ୍ୟ ଅନୁଷ୍ଠାନ ସହିତ କାମାକ୍ଷାନଗର ,ଢେଙ୍କାନାଳ ଯାଉଥିବା ବାଇକ୍ ଆରୋହୀ ଯାତ୍ରୀ ମାନେ ନାହିଁ ନଥିବା ହନ୍ତସନ୍ତ ହେଉଛନ୍ତି ।ଏତଦ୍ ବ୍ୟତୀତ ରାସ୍ତାର ଉଭୟ ପାର୍ଶ୍ବରେ ପରଜଙ୍ଗ ପଞ୍ଚାୟତର କେତେକ ପରିବାର ବସବାସ କରି ରହିଥିବାରୁ ସେମାନଙ୍କ ଚଳପ୍ରଚଳ ଉପରେ ଅନେକ ସମସ୍ୟା ସୃଷ୍ଟି କରୁଥିବା ବେଳେ ମଶା ଓ ଚର୍ମ ରୋଗ ଉପରେ ପ୍ରଭାବ ପକାଉଛି ।ତୁରନ୍ତ ଏହି ସମସ୍ୟାର ପ୍ରତିକାର ପାଇଁ ଜନସାଧାରଣରେ ଦାବି ହେଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *