ବନ୍ଧନ ବ୍ୟାଙ୍କ୍ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ତୈମାସିକରେ ଦୃଢ଼ ବ୍ୟବସାୟ ଅଭିବୃଦ୍ଧି ହାସଲ

 

ଜୁନ୍ ୩୦, ୨୦୨୨ ସୁଦ୍ଧା ମୋଟ ଗ୍ରାହକ ସଂଖ୍ୟା ୨.୬୯ କୋଟି
 ଲୋନ୍ ବୁକ୍ ବର୍ଷକୁ ବର୍ଷ ୨୦% ବୃଦ୍ଧି ସହ ୯୬,୬୪୯ କୋଟି ଟଙ୍କା
 ମୋଟ ଜମା ବର୍ଷକୁ ବର୍ଷ ୨୦% ବୃଦ୍ଧି ସହ ୯୩,୦୫୭ କୋଟି ଟଙ୍କା
 କାସା ଅଭିବୃଦ୍ଧି ବର୍ଷକୁ ବର୍ଷ ୨୧%
 କାସା ଅନୁପାତ ହେଉଛି ୪୩.୨%
 ମୋଟ ଜମାରେ ରିଟେଲ୍‌ର ଭାଗ ୭୯%
ଭୁବନେଶ୍ୱର: ବନ୍ଧନ ବ୍ୟାଙ୍କ୍ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । ଅର୍ଥନୀତିରେ  ଦୃଢ଼ ସୁଧାର ହେଉଥିବାରୁ ବ୍ୟାଙ୍କ୍ ଦୃଢ଼ ବ୍ୟବସାୟ ଅଭିବୃଦ୍ଧି ଜାରି ରଖିଛି । ବ୍ୟାଙ୍କର ମୋଟ କାରବାର (ଜମା ଓ ଅଗ୍ରୀମ) ୨୦୨୨ ଜୁନ୍ ୩୦ ସୁଦ୍ଧା ବର୍ଷକୁ ବର୍ଷ ଭିତରେ ୨୦.୩ %% ବୃଦ୍ଧି ପାଇ ୧,୮୯,୭୦୭ ଲକ୍ଷ କୋଟି ଟଙ୍କା ହୋଇଛି ।
ବ୍ୟାଙ୍କ ଭାରତର ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ମଧ୍ୟରୁ ୩୪ଟିରେ ୫୬୪୦ ବ୍ୟାଙ୍କିଙ୍ଗ୍ ଆଉଟଲେଟ୍ ଜରିଆରେ ୨.୬୯ କୋଟି ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି । ବନ୍ଧନ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ମୋଟ କର୍ମଚାରୀଙ୍କ ସଂଖ୍ୟା ୬୧,୨୪୭ ରହିଛି ।
ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ବ୍ୟାଙ୍କ୍‌ର ଜମା ପୂର୍ବ ବର୍ଷର ସମାନ ତ୍ରୈମାସିକ ତୁଳନାରେ ୨୦% ବୃଦ୍ଧି ପାଇଛି । ମୋଟ ଜମା ଏବେ ୯୩,୦୫୭ କୋଟି ଟଙ୍କା ରହିଛି । ଆଲୋଚ୍ୟ ଅବଧିରେ ବ୍ୟାଙ୍କ୍‌ର ରିଟେଲ୍‌ ଡିପୋଜିଟ୍ ବୁକ୍‌ରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି ଓ ବର୍ଷକୁ ବର୍ଷ ୧୪.୧୪% ଅଭିବୃଦ୍ଧି ସହ ୭୨,୯୫୦ କୋଟି ଟଙ୍କା ହୋଇଛି । (କରେଂଟ୍‌) ଚଳନ୍ତୀ ଓ ସଂଚୟ ଖାତା ପୁସ୍ତିକା (କାସା) ବର୍ଷକୁ ବର୍ଷ ଭିତିରେ ୨୧% ବୃଦ୍ଧି ପାଇଛି ଏବଂ କାସା ଜମା ଅନୁପାତ ଏବେ ମୋଟ ଜମାର ୪୩.୨% ରହିଛି । ଅଗ୍ରୀମ କ୍ଷ୍ରେରେ ବ୍ୟାଙ୍କ୍ ପୂର୍ବବର୍ଷର ସମାନ ତ୍ରୈମାସିକ ତୁଳନାରେ ୨୦.୩% ବୃଦ୍ଧି ହାସଲ କରିଛି । ମୋଟ ଅଗ୍ରୀମ ଏବେ ୯୬,୬୫୦ କୋଟି ଟଙ୍କା ରହିଛି ।ବ୍ୟାଙ୍କ ସ୍ଥିରତାର ସଙ୍କେତ ଭାବେ ବିଚାର କରାଯାଉଥିବା ପୁଞ୍ଜି ସ୍ୱଚ୍ଛତା ଅନୁପାତ (ସିଏଆର୍‌) ୧୯.୪% ରହିଛି ଯାହା ନିୟାମକ ଆବଶ୍ୟକତା ତୁଳନାରେ ଅଧିକ ରହିଛି । ଚଳିତ ଆର୍ଥିକ ବର୍ଷରେ ବନ୍ଧନ ବ୍ୟାଙ୍କ ସାରା ଦେଶରେ ୫୦୦ରୁ ଅଧିକ ନୂଆ ଶାଖା ଖୋଲିବାକୁ ଯୋଜନା ରଖିଛି । ବ୍ୟାଙ୍କ ପକ୍ଷରୁ ଏମ୍‌ଏସ୍‌ଏମ୍‌ଇ ଋଣ, ସୁନା ଋଣ, ବ୍ୟକ୍ତିଗତ ଋଣ ଓ ଗାଡ଼ି ଋଣ ଓ ଅନ୍ୟାନ୍ୟ ଉତ୍ପାଦ ପୋର୍ଟଫୋଲିଓକୁ ବଢ଼ାଇବା ଉପରେ ଗୁରୁତ୍ୱାରୋପ କରାଯାଉଛି । ଫଳାଫଳ ସମ୍ପର୍କରେ ଚନ୍ଦ୍ର ଶେଖର ଘୋଷ, ଏମଡି ଓ ସିଇଓ, ବନ୍ଧନ ବ୍ୟାଙ୍କ୍ କହିଛନ୍ତି ଯେ, “ବ୍ୟାଙ୍କ୍ ପାଇଁ ଏହା ଏକ ଭଲ ତ୍ରୈମାସିକ ହୋଇଛି କାରଣ ଆମେ
ଦୃଢ଼ ବର୍ଷକୁ ବର୍ଷ ଅଭିବୃଦ୍ଧି ହାସଲ କରିଛୁ । ଆମେ ଆମର ବିତରଣ ଓ ଉତ୍ପାଦ ବର୍ଗମାଳାକୁ ବଢ଼ାଉଥିବା ବେଳେ ସାରା ଭାରତର ବ୍ୟାଙ୍କିଙ୍ଗ ଆବଶ୍ୟକତା ପୂରଣ କରିବା ଲାଗି ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ । କୋଟି କୋଟି ଭାରତୀୟଙ୍କ ବିଶ୍ୱାସ ଜିତିଥିବାରୁ ଆମେ ନିଜକୁ ଭାଗ୍ୟବାନ ମନେ କରୁଛୁ ଏବଂ ଆମେ ସେମାନଙ୍କୁ ସେବା ପ୍ରଦାନ ଜାରି ରଖିବୁ ।’’

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *