ବନ୍ଦେମାତାରମ୍ ୧୫୦ବର୍ଷ ପୂର୍ତ୍ତି ଅବସର କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ ଛବି ମଲ୍ଲିକ

ବନ୍ଦେମାତାରମ୍ ୧୫୦ବର୍ଷ ପୂର୍ତ୍ତି ଅବସର କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ ଛବି ମଲ୍ଲିକ

ନିଆଳୀ-୨୭-୧୧-୨୦୨୫(ବି.ଏନ .ଓ ) : (ବିଶ୍ଵମ୍ବର ସେନାପତି )  ନିଆଳୀରେ ଭାରତମାତାକୁ ସମ୍ମାନ ଜଣାଇ ବନ୍ଦେ ମାତାରମ୍ ସଂଗୀତର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଏକ ସାମୁହିକ ବନ୍ଦେମାତାରମ୍ ଗାନ କାର୍ଯ୍ୟକ୍ରମ ନିଆଳୀସ୍ଥିତ ନିଳମଣୀ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି | ସମାଜସେବି ସରୋଜ ସ୍ୱାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନିଆଳୀର ବିଧାୟକ ଶ୍ରୀଯୁକ୍ତ ଛବି ମଲ୍ଲିକ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ | ସେ ତାଙ୍କ ବକ୍ତବ୍ୟରେ ଦେଶର ସ୍ୱାଧିନତା ସଂଗ୍ରାମରେ ବନ୍ଦେମାତାରମ୍ ଭାରତୀୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଥିଲା ବୋଲି କହିଥିଲେ | ଉକ୍ତ ଉତ୍ସବରେ ନିଆଳୀ ବିଡିଓ ଧର୍ମରଂଜନ ପଣ୍ଡା,ତହସିଲଦାର ତାରିଣି ରଂଜନ ରାୟ ,ଥାନାଧିକାରୀ ଦିଲିପ କୁମାର କାଣ୍ଡି,ଯୁବନେତା ଆଲୋକ କୁମାର ଲେଙ୍କା,ମଣ୍ଡଳଶିକ୍ଷାଧିକାରୀ କୁମରବର ସାମଲ,ଏବିଓ ଅନନ୍ତ ନାରାୟଣ ସିଂ,ସୁଜିତ କୁମାର ସେନାପତି ପ୍ରମୁଖ ମଞ୍ଚାସୀନ ହୋଇଥିଲେ.ନିଆଳୀ ହାଇସ୍କୁଲ,ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଓ ନିଳମଣୀ ବାଳିକା ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତଜନସାଧାରଣ,ଶିକ୍ଷକ,
ଶିକ୍ଷୟତ୍ରୀ ବନ୍ଦେମାତାରମ୍ ଗାନ କରିଥିଲେ |

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *