ବଦଳିବ GST ସ୍ଲାବ୍! ୫% ରେଟ୍‌କୁ ହଟାଇପାରନ୍ତି କାଉନ୍‌ସିଲ୍‌

ନୂଆଦିଲ୍ଲୀ,18th April : ବଦଳିପାରେ ଜିଏସ୍‌ଟି ସ୍ଲାବ। ୫% ରେଟ୍‌ ସ୍ଲାବ୍‌କୁ ହଟାଇପାରନ୍ତି କାଉନ୍‌ସିଲ୍‌। ଆସନ୍ତା ମାସରେ ହେବାକୁ ଥିବା ଜିଏସ୍‌ଟି କାଉନ୍‌ସିଲ୍‌ ବୈଠକରେ ଏଭଳି କିଛି ନିଷ୍ପତ୍ତି ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଏନ୍‌ଡିଟିଭିରେ ଦିଆଯାଇଥିବା ରିପୋର୍ଟର ସୂତ୍ରରୁ ପ୍ରକାଶ ଯେ ଏହା ସ୍ଥାନରେ କେତେକ ଉଚ୍ଚ ଉପଭୋକ୍ତା ଉତ୍ପାଦକୁ ୩ ପ୍ରତିଶତ ସ୍ଲାବରେ ଏବଂ ଅବଶିଷ୍ଟାଂଶକୁ ଆଠ ପ୍ରତିଶତ ସ୍ଲାବରେ ରଖାଯାଇପାରେ। ଅଧିକାଂଶ ରାଜ୍ୟ ରାଜସ୍ୱ ବୃଦ୍ଧିକୁ ନେଇ ସର୍ବସମ୍ମତ, ଯାହାଦ୍ୱାରା ସେମାନଙ୍କୁ କ୍ଷତିପୂରଣ ପାଇଁ କେନ୍ଦ୍ର ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ବର୍ତ୍ତମାନ ଜିଏସ୍‌ଟିରେ ୫, ୧୨, ୧୮ ଏବଂ ୨୮ ପ୍ରତିଶତର ଚାରୋଟି ଟ୍ୟାକ୍ସ ସ୍ଲାବ ରହିଛି। ଏହାବ୍ୟତୀତ ସୁନା ଏବଂ ସୁନା ଅଳଙ୍କାର ଉପରେ ୩% ଟ୍ୟାକ୍ସ ଦେବାକୁ ପଡୁଛି। ଏହାବ୍ୟତୀତ କିଛି ବିନା ବ୍ରାଣ୍ଡ ଯୁକ୍ତ ଏବଂ ବିନା ପ୍ୟାକିଂ ଯୁକ୍ତ ଉତ୍ପାଦ ଅଛି, ଯାହା ଉପରେ ଜିଏସ୍‌ଟି ଲାଗୁ ହେଉ ନାହିଁ।ସୂତ୍ର ଅନୁଯାୟୀ ରାଜସ୍ୱ ବୃଦ୍ଧି ପାଇଁ ପରିଷଦ କିଛି ଅଣ-ଖାଦ୍ୟ ସାଗ୍ରୀକୁ ତିନି ପ୍ରତିଶତ ସ୍ଲାବରେ ଅନ୍ତର୍ଭୁକ୍ତ କରି ଟ୍ୟାକ୍ସ ଛାଡ ଥିବା ସାମଗ୍ରୀ ତାଲିକାକୁ କାଣ୍ଟଛାଣ୍ଟ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି।ସୂତ୍ରରୁ ପ୍ରକାଶ ଯେ ପାଞ୍ଚ ପ୍ରତିଶତ ସ୍ଲାବକୁ ୭ କିମ୍ବା ୮ ଅବା ୯ ପ୍ରତିଶତକୁ ବୃଦ୍ଧି କରିବାକୁ ଆଲୋଚନା ଚାଲିଛି। ଜିଏସ୍ଟି ପରିଷଦ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବ। କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ନେତୃତ୍ୱରେ ଜିଏସ୍ଟି ପରିଷଦରେ ସମସ୍ତ ରାଜ୍ୟର ଅର୍ଥମନ୍ତ୍ରୀ ସାମିଲ ଅଛନ୍ତି। ଆସନ୍ତା ମେ’ ମାସର ମଧ୍ୟ ଭାଗ ଆଡକୁ ଜିଏସ୍‌ଟି କାଉନ୍‌ସିଲ୍‌ ବୈଠକ ବସିବା ସମ୍ଭାବନା ରହିଛି।ହିସାବ ଅନୁଯାୟୀ, ୫%  ସ୍ଲାବରେ ପ୍ରତ୍ୟେକ ଏକ ପ୍ରତିଶତ ବୃଦ୍ଧି ରୂପେ (ଯେଉଁଥିରେ ମୁଖ୍ୟତ ପ୍ୟାକେଟ୍‌ ଖାଦ୍ୟ ସାମଗ୍ରୀ ସାମିଲ ଅଛି) ବାର୍ଷିକ ପ୍ରାୟ ୫୦,୦୦୦ କୋଟି ଟଙ୍କାର ଅତିରିକ୍ତ ରାଜସ୍ୱ ମିଳିବ। ବିଭିନ୍ନ ବିକଳ୍ପ ଉପରେ ବିଚାର କରାଯାଉଥିବାବେଳେ ଅଧିକାଂଶ ସାମଗ୍ରୀ ପାଇଁ ପରିଷଦ ୮% ଜିଏସ୍ଟି ଉପରେ ସହମତ ହେବ ବୋଲି ଆଶା କରାଯାଉଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *