ବଢୁଛି ଆଖିଧରା ରୋଗ, ଆଖି ଧରିଲେ ସ୍କୁଲ ନଯିବାକୁ ପରାମର୍ଶ

ବଢୁଛି ଆଖିଧରା ରୋଗ, ଆଖି ଧରିଲେ ସ୍କୁଲ ନଯିବାକୁ ପରାମର୍ଶ

କିଛି ଦିନ ହେଲା ରାଜ୍ୟରେ ଆଖିଧରା ରୋଗ ବ୍ୟାପିବାରେ ଲାଗିଛି । ଯାହାକି ଏକ ସଂକ୍ରାମକ ରୋଗ ଓ ଏହା ସ୍ପର୍ଶ ମାଧ୍ୟମରେ ବ୍ୟାପିଥିବାର ନଜରକୁ ଆସୁଛି । ରାଜ୍ୟରେ ସାଙ୍ଘାତିକ ଭାବରେ ଆଖିଧରା ରୋଗ ବ୍ୟାପୁଥିବା ପିଲାଙ୍କୁ ସ୍କୁଲ ନଯିବାକୁ ପରାମର୍ଶ ଦିଆଯାଇଛି ।୩ରୁ ୪ ଦିନ ପର୍ଯ୍ୟନ୍ତ ଘରେ ରହିବାକୁ କୁହାଯାଇଛି । ଏପଟେ ବିଶେଷ ଭାବରେ ହାତ ଓ ଆଖିକୁ ସ୍ବଚ୍ଛତା ରଖିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।ତେବେ ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, “ଯେଉଁ ସ୍କୁଲ ପିଲାଙ୍କ ଆଖି ଧରିଛି ସ୍କୁଲ କୁ ନପଠାଇ ସେମାନେ ଘରେ ରୁହନ୍ତି । ଅଭିଭାବକ ମାନଙ୍କୁ ଅନୁରୋଧ ଯେ ପାଖାପାଖି ୪ ଦିନ ଧରି ସ୍କୁଲକୁ ନ ଛାଡି ଘରେ ରଖନ୍ତୁ। ହାତ ଓ ଆଖିକୁ ପରିଷ୍କାର ରଖିବାକୁ ପିଲାମାନଙ୍କୁ ପରାମର୍ଶ ଦିଅନ୍ତୁ । ଏହା ସହ ସାଧାରଣ ଭାବରେ ଋତୁରେ ପରିବର୍ତ୍ତନ ହେଲେ ଆଖିଧରା ରୋଗ ହୋଇଥାଏ । ଯେହେତୁ ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ବିଶେଷ ଭାବରେ ଏହି ରୋଗ ଡେଇଁଥାଏ । ତେଣୁ ଆଖିଧରା ରୋଗ କିଛି ଦିନ ମଧ୍ୟରେ ବଢୁଛି । ଏହା ସହିତ ସତର୍କତା ରହିଲେ ଏହାଠାରୁ ଦୂରେଇ ରହିପାରିବ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *