ବଜାଜ ଆଲିଆଂଜ୍ ଲାଇଫ୍ ପକ୍ଷରୁ ପ୍ରତିରକ୍ଷା କର୍ମଚାରୀଙ୍କ ପାଇଁ ନୂଆ ଅଭିଯାନ ‘ବୀର୍’ର ଶୁଭାରମ୍ଭ
ବଜାଜ ଆଲିଆଂଜ୍ ଲାଇଫ୍ ପକ୍ଷରୁ ପ୍ରତିରକ୍ଷା କର୍ମଚାରୀଙ୍କ ପାଇଁ ନୂଆ ଅଭିଯାନ ‘ବୀର୍’ର ଶୁଭାରମ୍ଭ
ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ଘରୋଇ ଜୀବନ ବୀମା କଂପାନି ବଜାଜ ଆଲିଆଂଜ୍ ଲାଇଫ୍ ପକ୍ଷରୁ ପ୍ରତିରକ୍ଷା ଓ କେନ୍ଦ୍ରୀୟ ସଶସ୍ତ୍ର ସେନା ବାହିନୀ ପାଇଁ ଏକ ଉତ୍ସର୍ଗୀକୃତ ଅଭିଯାନ ‘ବୀର’ର ଶୁଭାରମ୍ଭ କରାଯାଇଛି ଯାହା ସେମାନଙ୍କୁ ପରିବାରର ଆର୍ଥିକ ସୁରକ୍ଷାକୁ ନିଶ୍ଚିତ କରିବାରେ ସହାୟକ ହେବ । ଏହି ନୂଆ ବ୍ୟବସାୟ ଚ୍ୟାନେଲ୍ର ଅଂଶ ଭାବେ କଂପାନି ଦେଶର ସାହସୀ
ସୈନିକମାନଙ୍କୁ ଅଭିନବ ଜୀବନ ବୀମା ସମାଧାନ ଓ ସ୍ୱତନ୍ତ୍ର ସେବା ପ୍ରଦାନ କରିବ ଯାହା ସେମାନଙ୍କ ଦୀର୍ଘମିଆଦୀ ଲକ୍ଷ୍ୟକୁ ପୂରଣ କରିବାରେ ସହାୟକ ହେବ । ଏହି ଅଭିଯାନ ସମ୍ପର୍କରେ ବଜାଜ ଆଲିଆଂଜ୍ ଲାଇଫ୍ ଇନ୍ସନ୍ରାନ୍ସର ଚିଫ୍ ବିଏଏଲ୍ଆଇସି ଡାଇରେକ୍ଟ ଅଫିସର ଶ୍ରୀଯୁକ୍ତ ଅମିତ ଜୈସୱାଲ କହିଛନ୍ତି ଯେ, “ ପ୍ରତିରକ୍ଷା ବଳ ହେଉଛି ଦେଶର ମେରୁଦଣ୍ଡ କାରଣ ସେମାନଙ୍କ ପ୍ରତିକୂଳ ପରିସ୍ଥିତିରେ ନିଜ ଜୀବନକୁ ବିପଦରେ ପକାଇ ନାଗରିକମାନଙ୍କ ସୁରକ୍ଷା କରୁଛନ୍ତି । ସେମାନଙ୍କ ନିଃସ୍ୱାର୍ଥପର ସେବା ପାଇଁ ବୀର କେବଳ ଆମ ତରଫରୁ ଏକ କୃତଜ୍ଞତା ନୁହେଁ ବରଂ ଏହା ଜୀବନ ବୀମାକୁ ନେଇ ସଚେତନତା ସୃଷ୍ଟି କରିବ ଏବଂ ସେମାନଙ୍କୁ ଜୀବନ ଲକ୍ଷ୍ୟ ହାସଲ କରାଇବାରେ ସହାୟକ ହେବ । ମୂଲ୍ୟରେ ପରିପୂର୍ଣ୍ଣ ଜୀବନ ବୀମା ଉତ୍ପାଦ ସହିତ ଆମେ ସେମାନଙ୍କୁ ସ୍ୱତନ୍ତ୍ର ସେବା ପ୍ରଦାନ କରୁଛୁ ଯାହା ସେମାନଙ୍କୁ ସେମାନଙ୍କ ପରିବାର ପାଇଁ ଆର୍ଥିକ ସୁରକ୍ଷା ସୃଷ୍ଟି କରିବାରେ ସହାୟକ ହେବ ।’’
ବୀର୍ ଜରିଆରେ କଂପାନି ପକ୍ଷରୁ ପ୍ରତିରକ୍ଷା ଓ ସଶସ୍ତ୍ର ସେନା ବାହିନୀଙ୍କୁ ବଜାଜ ଆଲିଆଂଜ୍ ଲାଇଫ ଆସ୍ୟୁରଡ୍ ୱେଲ୍ଥ ଗୋଲ୍-ୱେଲ୍ଥ କ୍ରିଏସନ ପ୍ରଦାନ କରାଯିବ । ଏହା ହେଉଛି ଏକ ଅଣ ଲିଙ୍କଡ୍, ଅଣ ଅଂଶଗ୍ରହଣକାରୀ, ବ୍ୟକ୍ତିଗତ ଜୀବନ ବୀମା ସଂଚୟ ଯୋଜନା ଯାହା ଜଣଙ୍କ ଜୀବନର ଲକ୍ଷ୍ୟ ଯଥା ପିଲାମାନଙ୍କ ଉଚ୍ଚ ଶିକ୍ଷା କିମ୍ବା ବିବାହ, ବିଦେଶ ଭ୍ରମଣ, ଘର ନିର୍ମାଣ ଆଦିକୁ ସୁରକ୍ଷିତ କରିବା ଲାଗି ଆୟର ଗ୍ୟାରେଂଟି ପ୍ରଦାନ କରିବ । ବୀର୍ରେ ମାସିକ ଭିତିରେ ପ୍ରିମିୟମ୍ ପ୍ରଦାନ କରିବାର ନମନିୟତା ରହିଛି । ପଲିସି ଅବଧି ଶେଷ ପରେ ଗ୍ୟାରେଂଟି ଏକକାଳୀନ ରାଶି ମିଳିବ । ଯୁଦ୍ଧ ଓ ଯୁଦ୍ଧ ଭଳି ସ୍ଥିତିରେ ସୁରକ୍ଷା ପ୍ରଦାନ କରିବ । ସର୍ବନିମ୍ନ କାଗଜପତ୍ର, ତୁରନ୍ତ ପଲିସି ଜାରି କରିବା ଏବଂ କୌଣସି ମେଡିକାଲ୍ ପରୀକ୍ଷା ନାହିଁ ଭଳି ସ୍ୱତନ୍ତ୍ର ସେବା ମିଳିବ । ତ୍ୱରିତ ଗ୍ରାହକ ସେବା ପାଇଁ ସେଲ୍ଫ ସର୍ଭିସିଂ ଡିଜିଟାଲ୍ ସେବା ସଂପତି ମଧ୍ୟ ଏଥିରେ ରହିଛି । କଂପାନି ପକ୍ଷରୁ ଅବସରପ୍ରାପ୍ତ ପ୍ରତିରକ୍ଷା କର୍ମଚାରୀ ଓ ଯୁଦ୍ଧ ଯୋଗୁଁ ବିଧବା ହୋଇଥିବା ମହିଳା (ବୀର ନାରୀ)ମାନଙ୍କୁ କଂପାନିର କାର୍ଯ୍ୟାଳୟରେ ନିଯୁକ୍ତି ସୁଯୋଗ ପ୍ରଦାନ କରିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି ।