ଫାଇଲେରିଆ ନିରାକରଣ ସଚେତନତା ଅଭିଯାନ ।

ଫାଇଲେରିଆ ନିରାକରଣ ସଚେତନତା ଅଭିଯାନ ।

ପରଜଙ୍ଗ:11.08.23 BREAKING NEWS ODIA (Report by Nirmala gadanayak) ରାଜ୍ୟ ସରକାର ସୁସ୍ଥ ଓଡ଼ିଶା , ସୁଖୀ ଓଡ଼ିଶା ଜନସାଧାରଣଙ୍କ ଜନହିତକର କାର୍ଯ୍ୟ ଉପରେ ସଦାସର୍ବଦା ଚେଷ୍ଠିତ ।ଏହି ପରିପ୍ରେକ୍ଷୀରେ ରାଜ୍ୟର ୧୧ ଜିଲ୍ଲାରେ ଫାଇଲେରିଆ ନିରାକରଣ ନିମନ୍ତେ ସାମୁହିକ ଔଷଧ ସେବନ କରିବା ପାଇଁ ସଚେତନତା ଅଭିଯାନ ଅଗଷ୍ଟ ୧୦ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ୯ ଦିନ ଧରି ଚାଲିବ ।ଏହି ୧୧ ଜିଲ୍ଲା ମଧ୍ୟରେ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଭୁକ୍ତ ରହିଛି । ଲିମ୍ପାଟିକ ଫାଇଲେରିଆ ନିରାକରଣ ସଚେତନତା ନିମନ୍ତେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପରିଡାଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା ।କାର୍ଯ୍ୟକ୍ରମରେ ନିୟୁ ଇଣ୍ଡିଆ ଯୁବକ ସଂଘ ସଦସ୍ୟ ମାନେ ଆସି ଫାଇଲେରିଆ ନିରାକରଣ ଓ ତା ‘ ର ପ୍ରତିରୋଧ କିପରି ହୋଇପାରିବ ସେ ଦିଗରେ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ଅବଗତ କରିଥିଲେ ।ଏଥି ପାଇଁ ଯୋଗ୍ୟ ବ୍ୟକ୍ତି ଏହି ଔଷଧ ସେବନ କରିବାକୁ ପରାମର୍ଶ ଦେଇଥିଲେ ।ଯାହାକି ୨ ବର୍ଷରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ଏହି ଔଷଧ ସେବନ କରିପାରିବେ ବୋଲି କହିଥିଲେ ।ଏଥି ପାଇଁ ଗ୍ରାମାଞ୍ଚଳରେ ରହିଥିବା ଅଙ୍ଗନୱାଡ଼ି ଓ ଆଶାକର୍ମୀ ପ୍ରତି ଘର ଘର ବୁଲି ଔଷଧ ବିତରଣ କରିବେ ବୋଲି ଜଣାଇଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ର ଛାତ୍ରୀ , ଶିକ୍ଷୟତ୍ରୀ ସସ୍ମିତା ନନ୍ଦ , ସ୍ନିଗ୍ଧାରାଣୀ ପାଣି ,ଶିକ୍ଷକ ଦିଲ୍ଲୀପ କୁମାର ମହାପାତ୍ର ଓ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *