ପ୍ରାଥମିକ ଶିକ୍ଷକମାନଙ୍କ ବିଭିନ୍ନଦାବୀକୁ ପୂରଣ ପାଇଁ ଅଭିଵାବକ ମହାସଂଘର ଦାବୀ|

ପ୍ରାଥମିକ ଶିକ୍ଷକମାନଙ୍କ ବିଭିନ୍ନଦାବୀକୁ ପୂରଣ ପାଇଁ ଅଭିଵାବକ ମହାସଂଘର ଦାବୀ|
ନିଆଳୀ-୦୮-୦୮-୨୦୨୪(ବି.ଏନ୍.ଓ) (Report by ଦ୍ୱିଜବର ମହାପାତ୍ର)ଶିକ୍ଷାର ବିକାଶରେ ସମାଜର ବିକାଶ ହୁଏ |ପ୍ରାଥମିକ ଶିକ୍ଷାରେ ଗୁଣାତ୍ମକ ବିକାଶ ସଫଳ ସମାଜ ଗଠନର ଏକମାତ୍ର ମାର୍ଗ |ପ୍ରାଥମିକ ଶିକ୍ଷକମାନଙ୍କ ସୁସ୍ଥ ମାନସିକତା ଏହାର ଅବଲମ୍ବନ .ପ୍ରାଥମିକ ଶିକ୍ଷକମାନେ ନିଜଦାବୀକୁ ବାରମ୍ବାର ବିଭିନ୍ନ ଉପାୟରେ ବିଦ୍ୟାଳୟ ଛାଡି ବ୍ଲକ,ଜିଲ୍ଲା ଓ ରାଜଧାନୀର ରାଜରାସ୍ତାରେ ବହୁବାର ଧାରଣ,ଧର୍ମଘଟ ଓ ଆମରଣ ଅନଶନ କରିବାକୁ ପଡିଛି ଯାହା ଫଳରେ ଶିକ୍ଷା ଦାନ ମଧ୍ୟ ବ୍ୟାହତ ହୋଇଛି |ବର୍ତ୍ତମାନର ମାନ୍ୟବର ମୁଖ୍ୟମନ୍ତ୍ରୀ ସେହି ସମୟରେ ଶିକ୍ଷକଙ୍କଦାବୀକୁ ଯଥାର୍ଥ ବୋଲି କହି ଧାରଣା ସ୍ଥଳକୁ ଯାଇ ସରକାରବଦଳିଲେ ଶିକ୍ଷକ ମାନଙ୍କର ସମସ୍ତ ଦାବୀକୁ ପୂରଣ କରିବାପାଇଁ ପ୍ରତଶ୍ରୁତି ଦେଇଥିବା ଆଜିର ଶିକ୍ଷକମାନଙ୍କ ମତ |ଅନେକ ଗୁଡିଏ ଦାବୀ ମଧ୍ୟରୁ ଠିକା ନିଯୁକ୍ତି କାଳ ଛଅ ବର୍ଷକୁ ଚାକିରୀ କାଳରେ ଅନ୍ତର୍ଭୁକ୍ତ କରି ଛଅ ଟି ଇନ୍କ୍ରିମେଣ୍ଟ ଦେବା,ଗ୍ରଡେ ପେ ବାୟାଲିଶ ଶହ ଟଙ୍କାକୁ ବୃଦ୍ଧି କରିବା,ପୁରୁଣା ପେନସନ ଲାଗୁ କରିବା ଅବସର ବୟସ ସୀମା 62ବର୍ଷକୁ ବୃଦ୍ଧି କରିବା ଓ ବିଦ୍ୟାଳୟ ମାନଙ୍କରେ ଆବଶ୍ୟକ ଶିକ୍ଷକ ନିଯୁକ୍ତି କରିବା ଥିଲା |ଭରତ ବର୍ଷରେ ବିଜେପି ଶାସିତ ରାଜ୍ୟ ମାନଙ୍କରେ ପ୍ରାଥମିକ  ଶିକ୍ଷକମାନଂକୁ 42ଶହ ଗ୍ରଡେ ପେ ଦିଆଯାଉଛି|କେତକ ରାଜ୍ୟରେ ପୁରୁଣା ପେନସନ ଲାଗୁ କରି ସାରିଲେଣି |ଏହି ମର୍ମରେ ବର୍ତ୍ତମାନ ସରକାର ଶିକ୍ଷକମାନଙ୍କ ଦାବୀ ପୂରଣ ସହିତ ବିଦ୍ୟାଳୟ ମାନଙ୍କରେ ଆବଶ୍ୟକ ସଂଖ୍ୟାରେ ଶିକ୍ଷକ ନିଯୁକ୍ତି କରିବା ପାଇଁ ଓଡିଶା ଅଭିଵାବକ ମହାସଙ୍ଘର ଉପ ସଭାପତି ଡ଼କ୍ଟର ଧୃତି ଧର ଦାସ, ଉପଦେଷ୍ଟା ସରୋଜ ନାୟକ, ଜଗତସିଂହପୁର ଜିଲ୍ଲା ସଭାପତି ସରେଶ ଚନ୍ଦ୍ର ସ୍ୱାଇଁ, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ଡ଼କ୍ଟର ଅରୁଣ କୁମାର ପାଣି, ସମାଜସେବୀ ଗୋବିନ୍ଦ ଓଝା, ବିଜୟାଲକ୍ଷ୍ମୀ ମହାପାତ୍ର, ସ୍ତମ୍ଭକାର ଅବସର ପ୍ରାପ୍ତ ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ଦାବୀ କରିଛନ୍ତି |

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *