ପ୍ରଥମ ଶ୍ରେଣୀ ସହରର ୫୦% ଲୋକ ସୁନାରେ ନିବେଶ କରୁଛନ୍ତି, ୩୮%ଙ୍କ ପସନ୍ଦ ଡିଜିଟାଲ୍‌ ସୁନା

ପ୍ରଥମ ଶ୍ରେଣୀ ସହରର ୫୦% ଲୋକ ସୁନାରେ ନିବେଶ କରୁଛନ୍ତି, ୩୮%ଙ୍କ ପସନ୍ଦ ଡିଜିଟାଲ୍‌ ସୁନା

 ଆକ୍ସିସ୍ ମାଇଁ ଇଣ୍ଡିଆଜ୍‌ ରିପୋର୍ଟ

ଭୁବନେଶ୍ୱର: ଅଗ୍ରଣୀ ଗ୍ରାହକ ତଥ୍ୟ ଇଟେଂଲିଜେନ୍ସ କଂପାନି ଆକ୍ସିସ୍‌
ମାଇଁ ଇଣ୍ଡିଆ ପକ୍ଷଯରୁ ଭାରତର ନିବେଶ ବ୍ୟବହାର ରିପୋର୍ଟକୁ ଉନ୍ମୋଚନ
କରାଯାଇଛି । ନିବେଶର ବିଭିନ୍ନ ମାଧ୍ୟମ, ସେଥିପ୍ରତି ରହିଥିବା ପ୍ରତିବନ୍ଧକ
ଏବଂ ନିବେଶ ନିଷ୍ପତି ଗ୍ରହଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିବା
କାରକଗୁଡ଼ିକୁ ବୁଝିବା ଲାଗି ଏହି ବ୍ୟାପକ ସର୍ବେକ୍ଷଣ କରାଯାଇଛି ।
ସୁନା ନିବେଶ ଉପରେ ଗ୍ରାହକମାନଙ୍କ ମତାମତ ଏବଂ ଡିଜିଟାଲ୍ ସୁନାରେ ବୃଦ୍ଧି
ପାଉଥିବା ନିବେଶ ବିଷୟରେ ଏହି ରିପୋର୍ଟରେ ତଥ୍ୟ ଉପସ୍ଥାପନ
କରାଯାଇଛି ।
ରିପୋର୍ଟ ଅନୁସାରେ, ଭାରତରେ ଯେଉଁ ୬୫% ଲୋକ ନିବେଶ କରୁଛନ୍ତି,
ସେଥିରୁ ୬୬% ଲୋକ ପ୍ରଥମ ଶ୍ରେଣୀ ସହରର ହୋଇଥିବା ବେଳେ ୭୫% ମେଟ୍ରୋ
ସହରରେ ଏବଂ ୫୧% ଦ୍ୱିତୀୟ ଶ୍ରେଣୀ ସହରରେ ବାସ କରୁଛନ୍ତି । ଲୋକମାନେ ନିବେଶ
କରୁଥିବା ପଛର କାରଣଗୁଡ଼ିକ ହେଉଛି ପରିବାର ଏବଂ ପିଲାମାନଙ୍କ
ଭବିଷ୍ୟତକୁ ସୁରକ୍ଷିତ ରଖିବା ଏବଂ ଲାଭ କରିବା । ମେଟ୍ରୋ ସହରର ୫୮% ଲୋକ
ଏବଂ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ସହରର ୪୦% ଲୋକ ସେହି ଭାବନା ରଖି ନିବେଶ
କରୁଛନ୍ତି ।
ପ୍ରଥମ ଶ୍ରେଣୀ ସହରରେ ସୁନା ନିବେଶ ବଡ଼ ଧରଣର ବିଶ୍ୱାସ ହାସଲ କରିଛି କାରଣ
ନଜି ଭବିଷ୍ୟତକୁ ସୁରକ୍ଷିତ ରଖିବା ଲାଗି ସେଠାରେ ବାସ କରୁଥିବା ଲୋକମାନେ
ଅଧିକ ପରିମାଣର ସୁନା କିଣୁଛନ୍ତି । ପ୍ରଥମ ଶ୍ରେଣୀ ସହରର ୩୬% ଲୋକ
ପିନ୍ଧିବା ବଦଳରେ ନିବେଶ ପାଇଁ ଅଧିକ ସୁନା କିଣୁଛନ୍ତି । ସର୍ଭେ
ରିପୋର୍ଟରୁ ଜଣାପଡ଼ିଛି ଯେ ସୁନାରେ ୬୫% ମହିଳା ନିବେଶ କରୁଥିବା
ବେଳେ ପୁରୁଷଙ୍କ ହାର ୪୧ ପ୍ରତିଶତ ରହିଛି ।
ଆକ୍ସିସ୍ ମାଇଁ ଇଣ୍ଡିଆର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ପ୍ରଦୀପ
ଗୁପ୍ତା କହିଛନ୍ତି ଯେ, “ପ୍ରଥମ ଶ୍ରେଣୀ ସହରର ଅଧିକାଂଶ ଲୋକ ସୁନାରେ ନିବେଶ
କରିବାକୁ ମନ ବଦଳାଉଛନ୍ତି ଏବଂ ଡିଜିଟାଲ ସୁନାରେ ନିବେଶ ପ୍ରତି
ସଚେତନତା ଉଚ୍ଚ ସ୍ତରରେ ରହିଛି । ଭରସାର ଏକ ବିଷୟ ରହୁଥିବାରୁ ପ୍ରଥମ ଓ
ଦ୍ୱିତୀୟଶ୍ରେଣୀ ସହରରେ ସରକାରୀ ସମର୍ଥନ ଥିବା କଂପାନିରେ ନିବେଶ କରିବାକୁ
ଲୋକଙ୍କ ଅଧିକଆଗ୍ରହ ରହିଛି । ନିବେଶକୁ ଜାରି ରଖିବାର ପ୍ରେରଣାକୁ

ବଢ଼ାଇବା ଲାଗି ଡିଜିଟାଲ୍ ପଦକ୍ଷେପରେ ବିପୁଳ ପରିମାଣର ସୁଯୋଗ
ରହିଛି ।’’
ଏହି ସର୍ଭେକୁ ବାଙ୍ଗାଲୋର, ହାଇଦ୍ରାବାଦ, ପୁନେ, ଅହମ୍ମଦାବାଦ, ନୋଏଡା ଓ
ଜୟପୁରରେ କରାଯାଇଥିଲା । ପ୍ରଥମ ଶ୍ରେଣୀ ସହରର ୨୭% ଲୋକ ଡିଜିଟାଲ୍‌
ସୁନାରେ ନିବେଶ କରିଛନ୍ତି । ପ୍ରଥମ ଶ୍ରେଣୀ ସହରର ୩୯% ଲୋକ କହିଛନ୍ତି ଯେ
ସେମାନେ କେବଳ ବିଶ୍ୱାସନୀୟ ବ୍ରାଣ୍ଡ୍‌ରୁ ସୁନା କିଣୁଛନ୍ତି । ପ୍ରଥମ ଶ୍ରେଣୀ ସହରର
୪୬% ଲୋକ ଜାଣିଛନ୍ତି ଯେ ୧ ଟଙ୍କା ଭଳି ମୂଲ୍ୟରେ ସେମାନେ ଡିଜିଟାଲ୍‌
ସୁନାରେ ନିବେଶ କରିପାରିବେ । ସରକାରୀ ସମର୍ଥନ ଥିବା ସଂସ୍ଥାର ଡିଜିଟାଲ୍‌
ସୁନାରେ ନିବେଶ କରିବାକୁ ୩୮% ଲୋକଙ୍କ ଆଗ୍ରହ ରହିଛି । ଡିଜିଟାଲ୍‌
ସୁନାରେ ୨୪ କ୍ୟାରେଟ୍‌ରେ ନିବେଶ କରିବାର ସୁବିଧା ରହିଛି । ପ୍ରଥମ ଶ୍ରେଣୀ
ସହରରେ ତାହାକୁ ନେଇ ସଚେତନତା ହାର ସର୍ବାଧିକ ୩୪% ରହିଛି । ମେଟ୍ରୋ
ସହରଗୁଡ଼ିକରେ ଡିଜିଟାଲ୍ ସୁନାକୁ ନେଇ ସଚେତନତା ସର୍ବାଧିକ ରହିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *