ପ୍ରତ୍ୟୟ ପ୍ରଶାନ୍ତ ରାଷ୍ଟ୍ରୀୟ ଯୁବା ସଙ୍ଗଠନର ଖୋର୍ଦ୍ଧା ଜିଲ୍ଲା ସଂଯୋଜକ

ପ୍ରତ୍ୟୟ ପ୍ରଶାନ୍ତ ରାଷ୍ଟ୍ରୀୟ ଯୁବା ସଙ୍ଗଠନର ଖୋର୍ଦ୍ଧା ଜିଲ୍ଲା ସଂଯୋଜକ

REPORT BY BIJAY KUMAR PANDA

ଭୁବନେଶ୍ୱର ୧୬/୯(B.N.O ): ଗାନ୍ଧୀ, ବିନୋବା ଓ ଜୟପ୍ରକାଶ ତଥା ଗୋପବନ୍ଧୁ ଚୌଧୁରୀ, ମାଆ ରମାଦେବୀ, ନବକୃଷ୍ଣ ଚୌଧୁରୀ, ମାଳତୀ ଦେବୀ, ଆଚାର୍ଯ୍ୟ ହରିହର, ମନମୋହନ ଚୌଧୁରୀ ଆଦିଙ୍କ ଜୀବନ ଏବଂ ଚିନ୍ତନ ଦ୍ୱାରା ପ୍ରେରଣା ପାଉଥିବା ଯୁବଗୋଷ୍ଠୀ ଏହା ବୁଝନ୍ତି ଯେ, ସମାଜରେ ଯେଉଁ ଅବକ୍ଷୟ ଆରମ୍ଭ ହୋଇଛି, ଏହାକୁ ରୋକିବାର ସବୁଠୁ ବଡ଼ ଅସ୍ତ୍ର ଗାନ୍ଧୀଙ୍କ ବିଚାର ଆଧାରିତ ସର୍ବୋଦୟ ସମାଜ। ଗାନ୍ଧୀ ତଥା ସର୍ବୋଦୟ ବିଚାରର ଅଖିଳ ଭାରତୀୟ ଯୁବ ସଙ୍ଗଠନ “ରାଷ୍ଟ୍ରୀୟ ଯୁବା ସଙ୍ଗଠନ” ଏଥି ମଧ୍ୟରେ ୨୮ବର୍ଷ ଅତିକ୍ରମ କରିଛି । ଛାତ୍ର ଯୁବକଙ୍କ ମଧ୍ୟରେ ଗଣତନ୍ତ୍ର, ସାମାଜିକ ନ୍ୟାୟ, ସର୍ବଧର୍ମ ସମଭାବ, ରାଷ୍ଟ୍ରୀୟ ଏକତା, ସ୍ଵଦେଶୀ, ବିଶ୍ଵ ଶାନ୍ତି ତଥା ପରିବେଶ ସୁରକ୍ଷା ପ୍ରତି ଆଗ୍ରହ ଜନ୍ମାଇବା ତଥା ସମାଜକୁ ସେହି ଦିଗରେ ନେଇଯିବା, ଆବଶ୍ୟକ ପଡିଲେ ଶାନ୍ତିମୟ ସଂଘର୍ଷ ମାଧ୍ୟମରେ ଏହାର ସଫଳ ରୂପାୟନ କରିବା ଦିଗରେ ରାଷ୍ଟ୍ରୀୟ ଯୁବା ସଙ୍ଗଠନ କାର୍ଯ୍ୟ କରୁଛି । ସର୍ବୋଦୟ ତଥା ଗାନ୍ଧୀ ବିଚାରକୁ ତୃଣମୂଳ ସ୍ତରକୁ ନେବା ସହ ସଙ୍ଗଠନକୁ ଖୋର୍ଦ୍ଧା ଜିଲ୍ଲାରେ ବ୍ୟାପକ ତଥା ସଂଗଠିତ କରିବା ପାଇଁ ଭୁବନେଶ୍ବର ଲୋହିଆ ଏକାଡେମୀ ଠାରେ ରାଷ୍ଟ୍ରୀୟ ସମିତି ସଦସ୍ୟ ମାନସ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରୀୟ ଗାନ୍ଧୀ ସ୍ମାରକ ନିଧିର ଟ୍ରଷ୍ଟି ଡଃ ବିଶ୍ଵଜିତ, ଉତ୍କଳ ସର୍ବୋଦୟ ମଣ୍ଡଳର ସଭାପତି ମିହିର ପ୍ରତାପ ଦାସ, ଯାଜପୁର ଜିଲ୍ଲା ସର୍ବୋଦୟ ମଣ୍ଡଳର ସଭାପତି ରାମଚନ୍ଦ୍ର ଶୁକ୍ଳ ପ୍ରମୁଖ ଉପସ୍ଥିତିରେ ଆଇନ ବିଭାଗର ଛାତ୍ର ତଥା ସଙ୍ଗଠନର ଖୋର୍ଦ୍ଧା ଜିଲ୍ଲାର ସାଥି ପ୍ରତ୍ୟୟ ପ୍ରଶାନ୍ତଙ୍କୁ ରାଷ୍ଟ୍ରୀୟ ଯୁବା ସଙ୍ଗଠନର ଖୋର୍ଦ୍ଧା ଜିଲ୍ଲା ଶାଖାର ସଂଯୋଜକ ଭାବରେ ମନୋନୀତ କରାଯାଇଛି। ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଦେଵବ୍ରତ ଦାସ, ଆଦିତ୍ୟ ପ୍ରଧାନ, ଅନୁଭବ ବଳିଆରସିଂ, ବିଶ୍ଵଜିତ ସ୍ୱାଇଁ, ନୀତିଶ କୁମାର ସିଂ, ସିଦ୍ଧାର୍ଥ ବେହେରା, ମାଧବ ନାଏକ ପ୍ରମୁଖ ଉପସ୍ଥିତ ରହି ପ୍ରତ୍ୟୟଙ୍କୁ ଶୁଭେଚ୍ଛା ଜଣାଇଥିଲେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *