ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଖୋଲିବ ସି.ଏସ୍‌.ପି (ପ୍ଲସ୍‌) ବ୍ୟାଙ୍କିଙ୍ଗ ଆଉଟ୍‌ଲେଟ୍‌

ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଖୋଲିବ ସି.ଏସ୍‌.ପି (ପ୍ଲସ୍‌) ବ୍ୟାଙ୍କିଙ୍ଗ ଆଉଟ୍‌ଲେଟ୍‌
୬ଟି ପବ୍ଲିକ୍ ସେକ୍ଟର ବ୍ୟାଙ୍କ ସରକାରଙ୍କ ସହ ଭାଗୀଦାରିରେ ବ୍ୟାଙ୍କ ନଥିବା ଗ୍ରାମପଞ୍ଚାୟତଗୁଡ଼ିକରେ ବ୍ୟାଙ୍କ ସେବା ଉପଲବ୍ଧ କରାଇବେ

ଭୁବନେଶ୍ୱର:12.09.23 (B.N.O.): ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ କରୁଥିବାରୁ ସର୍ବତ୍ର ବ୍ୟାଙ୍କିଙ୍ଗ୍ ସୁବିଧା ଉପଲବ୍ଧ କରିବା ଅପରିହାର୍ଯ୍ୟ ହୋଇଛି । ରାଜ୍ୟର ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ ନଥିବାରୁ ଜନସାଧାରଣଙ୍କୁ ନିରବଚ୍ଛିନ୍ନ ବ୍ୟାଙ୍କିଙ୍ଗ ସେବା ତଥା ସରକାରଙ୍କ ଦ୍ୱାରା ହିତାଧିକାରୀମାନଙ୍କୁ ଦିଆଯାଉଥିବା ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଠିକ୍ ସମୟରେ ଉପଲବ୍ଧ କରାଇବା ପାଇଁ ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ବ୍ୟାଙ୍କ ସେବା ଆବଶ୍ୟକ ହେଉଛି । ତେଣୁ ରାଜ୍ୟ ସରକାର ବ୍ୟାଙ୍କ ନଥିବା ଗ୍ରାମପଞ୍ଚାୟତରେ ସି.ଏସ୍‌.ପି (ପ୍ଲସ୍‌) ବ୍ୟାଙ୍କିଙ୍ଗ ଆଉଟ୍‌ଲେଟ୍ ମାଧ୍ୟମରେ ବ୍ୟାଙ୍କ ସେବା ଯୋଗାଇବା ପାଇଁ ଏକ ଉଚ୍ଚାଭିଳାଷୀ ଲକ୍ଷ୍ୟ ରଖି ଆର୍ôଥକ ଅନ୍ତର୍ଭୁକ୍ତିକରଣ ଲକ୍ଷ୍ୟ ହାସଲ ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି ।
ଏସ୍‌ବିଆଇ, ପିଏନ୍‌ବି, ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ଇଣ୍ଡିଆ, ୟୁକୋ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍ ବରୋଦା ପ୍ରମୁଖ ୬ଟି ପବ୍ଲିକ୍ ସେକ୍ଟର ବ୍ୟାଙ୍କ ସରକାରଙ୍କ ସହ ଭାଗୀଦାରିରେ ବ୍ୟାଙ୍କ ନଥିବା ଗ୍ରାମପଞ୍ଚାୟତଗୁଡ଼ିକରେ ବ୍ୟାଙ୍କ ସେବା ଉପଲବ୍ଧ କରାଇବେ । ସିଏସ୍‌ପି ପ୍ଲସ୍ ଆଉଟ୍‌ଲେଟ୍‌ରେ ବିନାଦେୟରେ ନାଗରିକମାନଙ୍କୁ ବ୍ୟାଙ୍କିଙ୍ଗ କ୍ୟାଲେଣ୍ଡର ଅନୁସରଣ କରାଯାଇ ସେବା ଯୋଗାଇ ଦେଉଛି । ସଞ୍ଚୟ ବ୍ୟାଙ୍କ ଜମା ଖାତା/ ନଗଦ କାରବାର/ ଟଙ୍କା ପଠାଇବା ସୁବିଧା/ ପିଏମ୍‌ଜେଜେବିୱାଇ, ପିଏମ୍‌ଏସ୍‌ବିୱାଇ, ଏପିୱାଇ ଏନ୍‌ରୋଲ୍‌ମେଣ୍ଟ, ନବୀକରଣ ଏବଂ ରକ୍ଷଣାବେକ୍ଷଣ/ ଆରଡି ଏବଂ ସ୍ଥାୟୀ ଜମା/ ଆଧାର ସକ୍ଷମ ଦେୟ ବ୍ୟବସ୍ଥା/ ପିପିଏଫ୍ ଖାତା ଖୋଲିବା/ ଲିଡ୍ ଜେନେରେସନ୍‌/ ସୁକନ୍ୟା ଯୋଜନା/ ଭାରତ ବିଲ୍ ପେମେଣ୍ଟ ଯୋଜନା (ବିଦ୍ୟୁତ, ମୋବାଇଲ୍‌, ବ୍ରଣ୍ଡବ୍ୟାଣ୍ଡ, ଗ୍ୟାସ୍‌, ପାଣି ଓ ଡିଟିଏଚ୍‌ବିଲ୍‌)/ ଚେକ୍‌ବୁକ୍‌, ଷ୍ଟପ୍ ପେମେଣ୍ଟ, ଜୀବନ ପ୍ରମାଣପତ୍ର, ପାସ୍‌ବୁକ୍ ଅପ୍‌ଡେଟ୍‌, ଡେବିଟ୍ କାର୍ଡ ଇତ୍ୟାଦି ପାଇଁ ଅନୁରୋଧ/ କରେଣ୍ଟ ଆକାଉଣ୍ଟ ଖୋଲିବା/ ଏସ୍‌ଏଚ୍‌ଜି/ଜେଏଲ୍‌ଜିଙ୍କୁ କ୍ରେଡିଟ୍ ଲିଙ୍କେଜ୍‌/ ନୂତନ କେସିସି ପ୍ରସ୍ତାବ, ନବୀକରଣ, ପୁନଃସଂଚାଳନ/ କେସିସି ଏବଂ ଖୁଚୁରା ଋଣ ଆଦାୟ/ ଏନ୍‌ପିଏ ଖାତାର ପୁନରୁଦ୍ଧାର/ ବରିଷ୍ଠ ନାଗରିକ, ଭିନ୍ନକ୍ଷମ ବ୍ୟକ୍ତି, ଗର୍ଭବତୀ ମହିଳାଙ୍କ ପାଇଁ ଘରପାଖରେ ବ୍ୟାଙ୍କିଙ୍ଗ ସେବା ଯୋଗାଇବା ଆଦି ସମସ୍ତ ବ୍ୟାଙ୍କ ସେବା ସିଏସ୍‌ପି ପ୍ଲସ୍ ବ୍ୟାଙ୍କିଂ ଆଉଟ୍‌ଲେଟ୍‌ରେ ଉପଲବ୍ଧ ହେବ । ପର୍ଯ୍ୟାୟ କ୍ରମେ ଚଳିତ ୨୦୨୩-୨୪ ଆର୍ôଥକ ବର୍ଷରେ ସ୍ଥାୟୀ ବ୍ୟାଙ୍କ ସେବା ନଥିବା ସମସ୍ତ ଗ୍ରାମପଞ୍ଚାୟତରେ ସିଏସ୍‌ପି ପ୍ଲସ୍ ବ୍ୟାଙ୍କ ସେବା କାର୍ଯ୍ୟକାରୀ ହେବ । ସିଏସ୍‌ପି ପ୍ଲସ୍ ବ୍ୟାଙ୍କିଙ୍ଗ ଆଉଟ୍‌ଲେଟ୍ ସ୍ଥାପିତ ହେବା ପରେ ଅର୍ଥ ବିଭାଗ, ଓଡ଼ିଶା ରାଜ୍ୟସ୍ତରୀୟ ବ୍ୟାଙ୍କିଂ କମିଟି, ସିଡିଓ-ତଥା- ଇଓଏସ୍‌, ବିଡ଼ିଓ ପ୍ରମୁଖ ଏହାର କାର୍ଯ୍ୟକୁ ସୁନିଶ୍ଚିତ କରିବା ପାଇଁ କ୍ଷେତ୍ର ପରିଦର୍ଶନ କରିବେ । ସାଧାରଣ ଜନତାଙ୍କ ପାଇଁ ଅଭିଯୋଗ ଶୁଣାଣିର ବ୍ୟବସ୍ଥା ରହିବ । ସିଏସ୍‌ପି ପ୍ଲସ୍ ବ୍ୟାଙ୍କିଙ୍ଗ ସେବାରେ ତ୍ରୁଟି ବା ଅସୁବିଧା ଦେଖାଦେଲେ ରାଜ୍ୟ ସରକାରଙ୍କ ଜନଶୁଣାଣି ପୋର୍ଟାଲରେ ଜନସାଧାରଣ ସେମାନଙ୍କ ଅଭିଯୋଗ ଦରଜ କରିପାରିବେ । ଏହାବ୍ୟତୀତ ନାଗରିକମାନେ ଜିଲ୍ଲାପାଳ, ସଂପୃକ୍ତ ବ୍ୟାଙ୍କର ପରିଚାଳକ କିମ୍ବା ବ୍ୟାଙ୍କ ମୁଖ୍ୟ ନିୟନ୍ତ୍ରକଙ୍କ ନିକଟରେ ଅଭିଯୋଗ କରିପାରିବେ ବୋଲି ସୂଚନା ଦିଆଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *