ପ୍ରକୃତି ସଂରକ୍ଷଣ ଦିବସ : ବେଦାନ୍ତ ଆଲୁମିନିୟମ ପକ୍ଷରୁ ଏଫୱାଇ୨୩ରେ ୨ଲକ୍ଷ ଚାରା ରୋପଣ କରି ଗ୍ରୀନ ହାର୍ଟସ ପଦକ୍ଷେପର ଶୁଭାରମ୍ଭ କରିଛି

 

କଂପାନି ଜଳବାୟୁ କାର୍ଯ୍ୟ ପ୍ରୟାସରେ କର୍ମଚାରୀ, ବ୍ୟବସାୟିକ ସହଯୋଗୀ ଓ ଗୋଷ୍ଠୀକୁ ସାମିଲ କରିଛି ।

ଭୁବନେଶ୍ୱର, ୩୦ ଜୁଲାଇ ୨୦୨୨ : ଭାରତର ଅଗ୍ରଣୀ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଲିମିଟେଡ ଓଡ଼ିଶା ଓ ଛତିଶଗଡ଼ରେ ଏହାର କାର୍ଯ୍ୟ ପରିସରରେ ୨ ଲକ୍ଷରୁ ଅଧିକ ଚାରା ରୋପଣ ପାଇଁ ଏହାର ଗ୍ରୀନ ହାର୍ଟସ ଅଭିଯାନର ଶୁଭାରମ୍ଭ କରିଛି । ଗତବର୍ଷ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ହେଉଛି ବାର୍ଷିକ ଜୈବ ନିବେଶ ଅଭିଯାନ ଯେଉଁଥିରେ କଂପାନିର ବ୍ୟବସାୟ ୟୁନିଟ ଗୁଡ଼ିକ ବର୍ଷାଋତୁରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିଥାନ୍ତି । ଗ୍ରୀନ ହାର୍ଟସ ଅଭିଯାନ ମାଧ୍ୟମରେ କଂପାନି ଏହାର ବ୍ୟବସାୟିକ ସହଯୋଗୀ କର୍ମଚାରୀ ଓ ଗୋଷ୍ଠୀଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଇଛି । ୨୦୫୦ ସୁଦ୍ଧା ନେଟ ଜିରୋ କାର୍ବନ ପରିଚାଳନା ପାଇଁ କଂପାନି ପକ୍ଷରୁ ଏକ ରୋଡ଼ ମ୍ୟାପ ପ୍ରସ୍ତୁତ କରାଯାଇଛି । ଜଳବାୟୁ କାର୍ଯ୍ୟକ୍ରମ ଉପରେ ବେଦାନ୍ତ ଆଲୁମିନିୟମର ଆଭିମୁଖ୍ୟ
ସଂପର୍କରେ ମତ ଦେଇ ଶ୍ରୀ ରାହୁଲ ଶର୍ମା, ସିଇଓ- ବେଦାନ୍ତ ଆଲୁମିନିୟମ ଲିମିଟେଡ କହିଛନ୍ତିଯେ- ଭାରତରେ ବୃହତ ଆଲୁମିନିୟମ ଉତ୍ପାଦକ ହୋଇ ଥିବାରୁ ଆମେ ଜଳବାୟୁ କାର୍ଯ୍ୟକ୍ରମ ପ୍ରତି ସଜାଗ ରହିଛୁ । ଆଲୁମିନିୟମ ଉଦ୍ୟୋଗରେ ଆମେ ଚାହୁଁ ଆମର ପ୍ରତ୍ୟେକ ସଦସ୍ୟ ଜଳବାୟୁ ସୁରକ୍ଷା ଦିଗରେ କାର୍ଯ୍ୟକରନ୍ତୁ । ବାୟୋ ନିବେଶ ଦିଗରେ ସାମୁହିକ ତଥା ଅଂଶଗ୍ରହଣକାରୀ କାର୍ଯ୍ୟରେ କର୍ମଚାରୀ, ଅଂଶୀଦାର ଓ ଷ୍ଟେକହୋଲଡର ମାନଙ୍କୁ ସାମିଲ କରିଛୁ । ସମସ୍ତଙ୍କୁ ଅଭିଯାନର ମହତ୍ୱ ସଂପର୍କରେ ଉତ୍ସାହିତ
କରିଛୁ । ବୃକ୍ଷରୋପଣକୁ ପ୍ରାଧାନ୍ୟ ଦେଇ ଆମ ପରିବେଶ ଓ ଜୈବ ବିବିଧତାର ସଂରକ୍ଷଣ ପ୍ରତି ଆମେ ସର୍ବଦା ଗୁରୁତ୍ୱ ଦେଇ ଆସୁଛୁ । ବେଦାନ୍ତ ଆଲୁମିନିୟମ ଏକ ବହୁମୁଖୀ ଜଳବାୟୁ କାର୍ଯ୍ୟ କୌଶଳକୁ ସ୍ଥାନିତ କରିଛି ଯେଉଁଥିରେ କାରଖାନାର ଯନ୍ତ୍ରାଂଶଗୁଡ଼ିକୁ ଉଚ୍ଚସ୍ତରୀୟ କାର୍ଯ୍ୟ ଦକ୍ଷତା ଅନୁଯାୟୀ ପରିଚାଳନା କରାଯାଉଛି । ସମାନ୍ତରାଳ ଭାବରେ କଂପାନି ଏହାର କାର୍ଯ୍ୟ ଉପରେ ଜଳବାୟୁ ପ୍ରଭାବକୁ ହ୍ରାସ କରିବା ପାଇଁ ଅତ୍ୟାଧୁନିକ ଡିଜିଟାଲ ଓ ବୈଷୟିକୀ ସମାଧାନ ପନ୍ଥା ନିୟୋଜିତ କରିଛି । ବର୍ତମାନ ପର୍ଯ୍ୟନ୍ତ କଂପାନିର ଡିକାର୍ବନାଇଜେସନ ଯାତ୍ରାର କିଛି ମୁଖ୍ୟ ଅଂଶ ଅନ୍ତର୍ଭୁକ୍ତ: 

 ସ୍ୱଳ୍ପ କାର୍ବନ ସବୁଜ ଆଲୁମିନିୟମ , ବ୍ରାଣ୍ଡେଡ ରେସ୍ତୋରାର ଶୁଭାରମ୍ଭ ଯାହା ଭାରତରେ ପ୍ରଥମ ଉତ୍ପାଦିତ ସାମଗ୍ରୀ ହୋଇ ପାରିଛି । ରେସ୍ତୋରାରେ କାର୍ବନ ଫୁଟ ପ୍ରିଂଟ କମ ରହିଛି ।
 ଆଜି ପର୍ଯ୍ୟନ୍ତ ଏହାର କାର୍ଯ୍ୟରେ ପ୍ରାୟ ୬୦ ଲକ୍ଷ ଚାରାରୋପଣ, ଯାହା ବଡ଼ କାର୍ବନ ସିଙ୍କରେ ପରିଣତ ହୋଇଛି ।
 ବେଦାନ୍ତ ଆଲୁମିନିୟମ ଆଥିକ ବର୍ଷ ୨୨ରେ ୩ ବିଲିୟନ ୟୁନିଟରେ ଅକ୍ଷୟ ଶକ୍ତିର ଭାରତର ସର୍ବ ବୃହତ ଉପଭୋକ୍ତା ।
 କଂପାନି ଏହାର ସ୍ମେଲଟର ପାଇଁ ୩୮୦ ମେଗାୱାଟ ଅକ୍ଷୟ ଶକ୍ତି ପାଇଁ ଚୁକ୍ତି ସଂପାଦନ କରିଛି ।
 ଏହା ଲିଥିୟମ ଆୟନ ବ୍ୟାଟେରି ଦ୍ୱାରା ଚାଳିତ ୨୭ଟି ବିଦ୍ୟୁତ ଚାଳିତ ଫର୍କଲିଫ୍ଟକୁ କାର୍ଯ୍ୟକାରୀ କରୁଛି ।
 ଉର୍ଜ୍ଜା ସଂଚୟ କ୍ଷେତ୍ରରେ କଂପାନି ଆଥିର୍କ ବର୍ଷରେ ୨୧ ଲକ୍ଷରୁ ଅଧିକ ଗିଗା ଜୁଲେସ ଉତ୍କର୍ଷତା ଲାଭ କରିଛି । ପରିଚାଳନା ବ୍ୟତୀତ ବେଦାନ୍ତ ଆଲୁମିନିୟମ ସ୍ଥାନୀୟ ଗୋଷ୍ଠୀଙ୍କୁ ପରିବର୍ତିତ ଜଳବାୟୁ ପରିସ୍ଥିତି ଅନୁଯାୟୀ ଉପଯୁକ୍ତ ଜୀବିକା ନିର୍ବାହ
ମାର୍ଗ ଦର୍ଶନ କରୁଛି । ଏଥିପାଇଁ କଂପାନି ପକ୍ଷରୁ ଉନ୍ନତ ଚାଷ କୌଶଳ ସଂପର୍କରେ ପଦକ୍ଷେପ ଗ୍ରହଣ କରାଯାଇଛି ଯଥା:
 ଜଳସେଚନ ସମ୍ଭାବନା ବୃଦ୍ଧି ପାଇଁ ମୌସୁମୀ ଉପରେ ନିର୍ଭରଶୀଳତାକୁ କମ କରିବା ଲାଗି ଚାଷୀମାନଙ୍କୁ ବୁନ୍ଦା ଜଳସେଚନ, ସୌର ଚାଳିତ ପଂପ, ବର୍ଷା ଜଳ ଅମଳ ଇତ୍ୟାଦି କୌଶଳ ପ୍ରଦାନ କରିଛି ।
 ଚାଷୀମାନଙ୍କୁ ଚାଷ ବିଷୟରେ ତାଲିମ ଦେଇ ସେମାନଙ୍କ ଫସଲର ଅମଳ ବୃଦ୍ଧି ପାଇଁ ଯତ୍ନ ନେଉଛି ।
 ବହୁତ ଗୁଡ଼ିଏ ଗୋଷ୍ଠୀ ଜଳ ଭିତିଭୂମି ଯଥା ପୋଖରୀ ଓ ପରଲୋକେଶନ ଟ୍ୟାଙ୍କ ବ୍ୟବସ୍ଥା କରାଯାଇଛି । ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୬ ନିୟୁତ ଟନ୍ ଆଲୁମିିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ର‌୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ର‌୍ୟାଙ୍କ ଧାରୀ ଓ ସ୍ଥାୟୀ
ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ୱ ଶ୍ରେଣୀୟ ସ୍ମେଲ୍‌ଟର, ପାୱାର ପ୍ଲାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *